PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଲତାଙ୍କ ସ୍ୱାସ୍ଥ୍ୟ ନେଇ ପାରିବାରିକ ବନ୍ଧୁ ଦେଲେ ତାଜା ଖବର

ମୁମ୍ୱାଇ – ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକ ଓ ଶୁଭଚିନ୍ତକ ମାନେ ଚିନ୍ତିତ ଅଛନ୍ତି ଏବଂ ତାଙ୍କର ଶୀଘ୍ର ସୁସ୍ଥତା କାମନା କରୁଛନ୍ତି। କୋଭିଡ-୧୯ର ସଂକ୍ରମିତ ହେବା ପରେ ଲତା ୮ ଜାନୁଆରୀରେ ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲୁ ରହିଛି ।

ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଅନେକ ଥର ସୋସିଆଲ ମିଡ଼ିଆରେ ଗୁଜବ ବି ବ୍ୟାପିଛି , ଯାହାକୁ ପରିବାର ସଦସ୍ୟ ଖଣ୍ଡନ କରିଥିଲେ ଏବଂ ଏମିତି ମିଛ ଗୁଜବ ସୃଷ୍ଟି ନକରିବାକୁ ଅନୁରୋଧ କରିଥିଲେ ।

ସଦ୍ୟ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟକୁ ନେଇ ମିଳିଥିବା ତାଜା ସୂଚନା ଆଧାରରେ  ସେ ପୂର୍ବାପେକ୍ଷା ବହୁତ ଭଲ ଅଛନ୍ତି । ଲତାଙ୍କର ପାରିବାରିକ ବନ୍ଧୁଙ୍କ ମଧ୍ୟରୁ ଜଣେ ଇଣ୍ଡିଆ ଟୁଡେ ସହ କଥା ହୋଇ ଏହି କଥା କହିଛନ୍ତି । ତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିଛି । ସେମାନେ ତାଙ୍କର ଶୀଘ୍ର ସୁସ୍ଥତା କାମନା କରୁଛନ୍ତି । ଡାକ୍ତର ପ୍ରତିତ ସମଦାନୀଙ୍କ ନେତୃତ୍ୱରେ ଡାକ୍ତରଙ୍କ ଏକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ସେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ।