ପ୍ରଧାନମନ୍ତ୍ରୀଙ୍କ କବିତା ‘ସୌଗନ୍ଦ ମୁଝେ ଇସ୍ ମିଟି କୀ…’କୁ କଣ୍ଠଦାନ କଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ,୩୦।୩; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ କବିତାକୁ ଭାରତର ସୁର ସାମାଜ୍ଞ୍ରୀ ଭାବରେ ଲତା ମଙ୍ଗେସକର କଣ୍ଠଦାନ କରିଛନ୍ତି। ସେ ଏହି ଗୀତର ଭିଡିଓକୁ ନିଜର ଟ୍ବିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି। ଏହି ଗୀତର ଭିଡିଓରେ ସବୁଠାରୁ ପ୍ରଥମେ ଲତାଙ୍କ ସ୍ବର ଶୁଣିବାକୁ ମିଳୁଛି। ସେ କହୁଛନ୍ତି ‘ନମସ୍କାର କିଛି ଦିନ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣୁଥିଲି। ସେ ଏକ କବିତାର ପଙ୍କକ୍ତି କହିଥିଲେ, ଯାହାକି ପ୍ରତି ଭାରତୀୟ ମନର କଥା ବୋଲି ଲାଗିଥିଲା। ଏହା ମୋ ହୃଦୟକୁ ଛୁଇଁ ପାରିଥିଲା। ମୁଁ ଏହାକୁ ରେକର୍ଡ କରିଛି ଓ ଆଜି ଆମ ଦେଶର ବୀର ଯବାନ ଓ ଦେଶର ଜନତାଙ୍କୁ ସମର୍ପିତ କରୁଛି। ଜୟ ହିନ୍ଦ’
सौगंध मुझे इस मिट्टी की – https://t.co/vUixy4Ch5d
— Lata Mangeshkar (@mangeshkarlata) March 30, 2019
ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି ‘ହୃଦୟର ଗଭୀରତାରୁ ଏହି ଗୀତକୁ ରୂପ ଦେବାରେ ଆପଣଙ୍କର ସ୍ନେହ ଓ ଆର୍ଶିବାଦ ମୋ ପାଇଁ ପ୍ରେରଣାର ସ୍ରୋତ।’ ଏଠାରେ ଉଲ୍ଳେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ୫ ଅପ୍ରେଲରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ଗୀତ କବିତା ‘ସୌଗନ୍ଦ ମୁଝେ ଇସ୍ ମିଟି କୀ…’ ଉପରେ ତିଆରି କରାଯାଇଛି। ଏହି ଗତ ୨୩ ତାରିଖରେ ରିଲିଜ୍ ହୋଇଥିଲା।
हृदय की गहराइयों से इस गीत के रूप में निकला आपका स्नेह और आशीर्वाद मेरे लिए प्रेरणास्रोत है। https://t.co/hzLvOK7dpz
— Chowkidar Narendra Modi (@narendramodi) March 30, 2019
ପାକିସ୍ତାନର ବାଲକୋଟରେ ବାୟୁସେନାର ଏୟାରଷ୍ଟ୍ରାଇକ୍ ପରେ ପ୍ରଧାନମନ୍ତ୍ରୀ ଏହି କବିତାକୁ ପଢିଥିଲେ। ସେ ରାଜସ୍ତାନର ଚୁରୁରେ ଏକ ସଭାରେ ଭାଷଣ ଦେଇ ଏହି କବିତାର କିଛି ପଙ୍କକ୍ତି ପଢିଥିଲେ।ସେ କହିଥିଲେ ’ମୁଝେ ସୌଗନ୍ଦ ହୈ ଇସ୍ ମିଟି କି, ମେଁ ଦେଶ ମିଟନେ ନେହିଁ ଦୁଗାଁ, ମେଁ ଦେଶ ନେହିଁ ରୁକନେ ଦୁଁଗା, ମେଁ ଦେଶ ନେହିଁ ଝୁକନେ ଦୁଁଗା, ମେରା ବଚନ ହେ ଭାରତ ମା’ କୋ, ତେରା ଶିଶ୍ ଝୁକନେ ନେହି ଦୁଁଗା।’