ପାହାଳରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେଲର ପଛରେ ହାଇୱା ଧକ୍କା, ୨ ମୃତ

ଭୁବନେଶ୍ୱର/ବାଲିଅନ୍ତା ୨୧/୯: ଶୁକ୍ରବାର ରାତି ୯ଟାରେ ୧୬ ନମ୍ବର ଜାତୀୟ ରାଜପଥର ପାହାଳ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରେଲର ପଛରେ ଏକ ହାଇୱା ଗାଡ଼ି ଧକ୍କା ଦେଇଛି । ଫଳରେ ହାଇୱା ଗାଡ଼ିର ଡ୍ରାଇଭର ଓ ହେଲ୍‌ପର ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । ତେବେ ଦୁର୍ଘଟଣା ଏତେ ଜୋର୍‌ରେ ଥିଲା ଯେ, ହାଇୱାରେ ଚାପି ହୋଇ ରହିଥିବା ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଟିମ୍‌ ଓ ବାଲିଅନ୍ତା ଥାନା ପୁଲିସକୁ ୨ ଘଣ୍ଟା ନୟାନ୍ତ ହେବାକୁ ପଡ଼ିଥିଲା । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା । ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।
  

ଘଟଣାରୁ ଜଣାଯାଇଛି, ଆଜି ରାତି ୯ଟା ବେଳେ କଟକରୁ ଭୁବନେଶ୍ୱର ଅଭିମୁଖେ ଏକ ଚାଉଳ ବୋଝେଇ ୪୦୭ ଗାଡ଼ି ଆସୁଥିଲା । ପାହାଳ ନିକଟ ଉତ୍କଳ ହାଇଟ୍‌ସ ସମ୍ମୁଖରେ ୪୦୭ ଗାଡ଼ି(ଓଆର୦୫ଏଲ୍‌-୪୫୯୪) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଉକ୍ତ ଗାଡ଼ି ପଛରେ ଆସୁଥିବା ଏକ ଲୁହା ପ୍ଲେଟ୍‌ ବୋଝେଇ ଟ୍ରେଲର ଗାଡ଼ି(ଏପି୩୯ଡବ୍ଲ୍ୟୁ-୭୭୩୭) ହଠାତ୍‌ ବ୍ରେକ୍‌ ମାରିଥିଲା । ଟ୍ରେଲର ପଛରେ ଦ୍ରୁତ ଗତିରେ ଆସୁଥିବା ଚିପ୍ସ ବୋଝେଇ ହାଇୱା(ଓଡି୧୩ଜି-୫୭୯୭) ଟ୍ରେଲର ପଛରେ ପିଟି ଦେଇଥିଲା । ଫଳରେ ଟ୍ରେଲରରେ ଲଦା ହୋଇଥିବା ପ୍ଲେଟ୍‌ରେ ହାଇୱା ଗାଡ଼ିର ହେଲପର ଓ ଡ୍ରାଇଭର ଚାପି ହୋଇ ଯାଇଥିଲେ ।

ଖବରପାଇ ବାଲିଅନ୍ତା ଥାନା ଓ ପାହାଳ ଫାଣ୍ଡି ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଖବରପାଇ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଗ୍ୟାସ୍‌ କଟର ସହାୟତାରେ ହାଇୱା ଗାଡ଼ିକୁ କାଟି ପ୍ରଥମେ ହେଲପରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୁଲିସ କହିଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଗାଡ଼ି ୩ଟିକୁ ରସ୍ତାରୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

   ସମ୍ବନ୍ଧିତ ଖବର


ଏଥର ପ୍ରାକ୍‌ଛାଡ଼ଖାଇରେ ମହଙ୍ଗା ମାଡ଼ : ମଟନ୍‌ ୭୦୦, ଚିକେନ ୨୫୦.. ଆଜି ଆମିଷ ବଜାରରେ ଲାଗିବ ଭିଡ଼

ନୂଆ ବର୍ଷ ପୂର୍ବରୁ ବିଦା ହେବେ ଅପାରଗ ସରକାରୀ ବାବୁ: ଦକ୍ଷଙ୍କୁ ମିଳିବ ପଦୋନ୍ନତି ଓ ପ୍ରୋତ୍ସାହନ ରାଶି, ଠକଙ୍କୁ ବାଧ୍ୟତାମୂଳକ ଅବସର

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ନଭେମ୍ବର ୧ରୁ ଉତ୍ତରରେ, ୩ରେ ଉପକୂଳରେ ବର୍ଷା ସମ୍ଭାବନା

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା