PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଆରମ୍ଭ କଲା ନୂଆ ସୁବିଧା, ମାତ୍ର କିଛି ମିନିଟରେ ଏମିତି ଜାଣନ୍ତୁ ନୋଟିସ୍ ଅସଲି କି ନକଲି

ନୁଆଦିଲ୍ଲୀ ୨୫/୮: ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ, ଇନକମ୍ ନୋଟିସକୁ ଯାଞ୍ଚ କରିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଦେଇଛି । ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ନିଜ ଅଫିସିଆଲ୍ ୱେବସାଇଟରେ ଏହି ବ୍ୟବସ୍ଥା ଆରମ୍ଭ କରିଛି । ଏହା ମାଧ୍ଯମରେ ଆପଣ ଟ୍ୟାକ୍ସର ନୋଟିସ୍ ଯାଞ୍ଚ କରି ପାରିବେ ଏବଂ ଜାଣିପାରିବେ ଯେ ଏହା ଅସଲି କି ନକଲି । କହିରଖୁଛୁ କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ନିକଟରେ ଘୋଷଣା କରିଥିଲା ଯେ ଆଇଟି ଡିପାର୍ଟମେଣ୍ଟରୁ ଜାରି ପ୍ରତି ଇନକମ୍ ଟ୍ୟାକ୍ସ ନୋଟିସରେ କମ୍ପ୍ଯୁଟର ଜେନେରେଟେଡ୍ ଡକ୍ୟୁମେଣ୍ଟ ଆଇଣ୍ଡିଟିଫିକେସନ୍ ନମ୍ବର ରହିବ ।

ସିବିଡିଟି ଏକ ବୟାନ ଜାରି କରି କହିଛି ଯେ ଟ୍ୟାକ୍ସ ପ୍ରଶାସନର କାର୍ଯ୍ୟପ୍ରଣାଳୀରେ ପାରଦର୍ଶିତା ଆଣିବା ସହ ସେବାରେ ସୁଧାର ପାଇଁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ପ୍ରାୟ ସବୁ ନୋଟିସ୍ ଓ ଆଦେଶ, ଇନକମ୍ ଟ୍ୟାକ୍ସ ବିଜନେସ୍ ଆପ୍ଲିକେଶନ ପ୍ଲାଟଫର୍ମରେ ଇଲକ୍ଟ୍ରୋନିକ୍ ଢଙ୍ଗରେ ଜାରି କରାଯାଉଛି । ୧ ଅକ୍ଟୋବର ୨୦୧୯ରୁ ପ୍ରଥମେ ଜାରି ନୋଟିସ୍ କିମ୍ବା ଅର୍ଡରକୁ ୩୧ ଅକ୍ଟୋବର ୨୦୧୯ ପର୍ୟ୍ୟନ୍ତ ଅପଲୋଡ୍ କରିଦିଆଯିବ । ୧ ଅକ୍ଟୋବର ୨୦୧୯ ପରେେ ଜାରି ସମସ୍ତ ନୋଟିସ୍ କିମ୍ବା ଅର୍ଡର ଉପରେ ପ୍ରିଣ୍ଟ ରହିବ ।

ନୋଟିସ୍କୁ କେମିତି କରିବେ ଯାଞ୍ଚ
ପ୍ରଥମେ www.incometaxindiaefiling.gov.in କୁ ଯିବେ ।
Quick Links ଟ୍ୟାବ ତଳେ Authenticate ଟ୍ୟାବ୍ ରୂପେ ଆପଣଙ୍କୁ ନୋଟିସ୍/ଅର୍ଡର ଇସ୍ଯୁଡ୍ ୱାଇ ଆଇଟିଡି(Notice/Order Issued by ITD) ଦେଖାଯିବ । ଏହା ଉପରେ କ୍ଲିକ୍ କରିବେ ।
ଏହାପରେ ଏକ ନୂଆ ପେଜ୍ ଖୋଲିବ । ଏଠାରେ ଆପଣ ନୋଟିସ୍ ଯାଞ୍ଚ କରିବା ପାଇଁ ୨ ବିକଳ୍ପ ଦିଆଯାଇଛି । ପ୍ରଥମ ଆପଣ ଡକ୍ୟୁମେଣ୍ଟର ସତ୍ୟତା ଜାଣିବା ପାଇଁ ଡକ୍ୟୁମେଣ୍ଟ ନମ୍ବର ଜରିଆରେ ଚେକ୍ କରିପାରିବେ ।
ଦ୍ୱିତୀୟଟି ଆପଣ ପାନ୍, ଆସସମେଣ୍ଟ ଇୟର, ନୋଟିସ୍ ସେକ୍ସନ, ନୋଟିସ୍ କରିବାର ମାସ କିମ୍ବା ବର୍ଷ ମାଧ୍ଯମରେ ଯାଞ୍ଚ କରିପାରିବେ ।
କେପ୍ଚା କୋଡ୍ ରେଜିଷ୍ଟର କରନ୍ତୁ ଏବଂ ସବମିଟ୍ ଉପରେ କ୍ଲିକ୍ କରନ୍ତୁ ।

ଯଦି ଜାରି କରାଯାଇଥିବା ନୋଟିସ୍ କିମ୍ବା ଅର୍ଡର ଅସଲି ଥିବ ତେବେ ୱେବସାଇଟରେ ତାହା ନଜର ଆସିବ । ୱେବସାଇଟ ଆପଣଙ୍କୁ ତାହା ଜଣାଇଦେବ  ଯେ ଏହା ଅସଲି । ମେସେଜ୍ ଥିବ ଯେ “ୟସ୍, ନୋଟିସ୍ ଇଜ୍ ଭ୍ୟାଲିଡ୍ ଆଣ୍ଡ ଇଶ୍ୟୁଡ୍ ବାଏ ଇନକମ୍ ଟ୍ୟାକ୍ସ ଅଥୋରିଟି । ଏହି ସୁବିଧା ଫଳରେ ଟ୍ୟାକ୍ସ ପେୟର୍ସଙ୍କୁ ନକଲି ନୋଟିସର ସମସ୍ୟାରୁ ମୁକ୍ତି ମିଳିବ ।

ସମ୍ବନ୍ଧିତ ଖବର