ଲଞ୍ଚ୍‌ ହେଲା କମିଶନରେଟ୍‌ ପୁଲିସର ରି-ଡିଜାଇନ୍‌ ୱେବ୍‌ସାଇଟ୍‌

ଭୁବନେଶ୍ୱର,୧୩/୦୮: କମିଶନରେଟ୍‌ ପୁଲିସର ରି-ଡିଜାଇନ୍‌କୁ ଲଞ୍ଚ୍‌ କରାଯାଇଛି । ପୁଲିସ ସେବା ଭବନରେ ପୁଲିସ ଡିଜି ଶ୍ରୀ ଅଭୟ ଏହାକୁ ଲୋକାର୍ପିତ କରିଛନ୍ତି । ନୂଆ ୱେବ୍‌ସାଇଟ୍‌କୁ ମୋବାଇଲ୍‌ ଫ୍ରେଣ୍ଡଲି କରାଯାଇଛି ।

ଉଦ୍‌ଘାଟନ ବେଳେ ଶ୍ରୀ ଅଭୟ କହିଥିଲେ, ନୂଆ ଡିଜାଇନ୍‌ ୱେବ୍‌ସାଇଟ୍‌ ଜରିଆରେ ଜନତା-ପୁଲିସ୍‌ଙ୍କ ମଧ୍ୟରେ ଦୂରତା ଆହୁରି କମିବ। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ୨୦୦୯ ମସିହାରେ ପ୍ରଥମେ ୱେବ୍‌ସାଇଟ୍‌ ଆରମ୍ଭ ହୋଇଥିଲା। ୨୦୧୬ ମସିହାରୁ ପୁଲିସ ବିଭାଗର ପ୍ରାୟ ସବୁ ୱେବ୍‌ସାଇଟ୍‌କୁ ରି-ଡିଜାଇନ୍‌ କରାଯାଉଛି । ଏହିକ୍ରମରେ କମିଶନରେଟ୍‌ ପୁଲିସ୍‌ର ରି-ଡିଜାଇନ୍‌ ୱେବ୍‌ସାଇଟ୍‌ଟି ମୋବାଇଲ୍‌ ଫ୍ରେଣ୍ଡଲି ହେବା ସହ ଦୃଷ୍ଟିହୀନଙ୍କ ବ୍ୟବହାର ପାଇଁ ସହଜ ହେବ। ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ, ରି-ଡିଜାଇନ୍‌ ୱେବ୍‌ସାଇଟ୍‌ଟି ଅନେକାଂଶରେ ଲୋକଙ୍କ ଦ୍ୱାରା ଆଦୃତ ହେବ । ପବ୍ଲିକ୍‌-ପୁଲିସ୍‌ ମଧ୍ୟରେ ଏକ ଭଲ ପ୍ଲାଟଫର୍ମ ହେବ ବୋଲି ଆଶା ରଖିଛୁ । ରି-ଡିଜାଇନ୍‌ ୱେବ୍‌ସାଇଟ୍‌କୁ ନେଇ ମତାମତ ଦିଅନ୍ତୁ । ଆଗକୁ ମତଗୁଡିକ ଧ୍ୟାନ ଦିଆଯିବ । ଫେସ୍‌ବୁକ୍‌ ଓ ୟୁ-ଟୁବ୍‌ ଜରିଆରେ ଲଞ୍ଚିଂ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ ହୋଇଥିଲା। ଅତିରିକ୍ତ କମିଶନର ସଞ୍ଜୟ ସିଂହ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, ନ୍ୟାସନାଲ ଇନ୍‌ଫରମେଟିଭ୍‌ ସେଣ୍ଟର (ଏନ୍‌ଆଇସି)ର କୃଷ୍ଣଚନ୍ଦ୍ର ପଟ୍ଟନାୟକ, ନିକ୍ସି ସଂସ୍ଥାର ସମ୍ବିତ୍‌ ପଣ୍ଡା ଓ ସିଲିକନ୍‌ ଟେକ୍‌ ଲ୍ୟାବ୍‌ର ରଶ୍ମିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରି-ଡିଜାଇନ୍‌ ୱେବ୍‌ସାଇଟ୍‌ଟିକୁ ଯେ କେହି ଆଣ୍ଡ୍ରୋଏଡ୍‌ ମୋବାଇଲ୍‌ ଜରିଆରେ ସହଜରେ ଅପରେଟ୍‌ କରିପାରିବ ।

ଅପରାଧ ସମ୍ପର୍କିତ ତଥ୍ୟ, ବଡ଼ ଅପରାଧ ନିିୟନ୍ତ୍ରଣ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଛି । ୱେବ୍‌ସାଇଟ୍‌କୁ ଅପ୍‌ଗ୍ରେଡ୍‌ କରିବାକୁ କମିଶନରେଟ୍‌ ପୁଲିସ ପକ୍ଷରୁ ଜାନୁଆରୀ ମାସରୁ ରାଜ୍ୟ ପୁଲିସ୍‌କୁ ପ୍ରସ୍ତାବ ଦିଆ ଯାଇଥିଲା । ୱେବ୍‌ସାଇଟ୍‌ ସହ ଲିଙ୍କ୍‌ ହୋଇଛି ସିସିଜେନ୍‌ ପୋର୍ଟାଲ ଓ କ୍ରାଇମ୍‌ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ(ସିସିଟିଏନ୍‌ଏସ୍‌) । ପୁଲିସ୍‌ର ଫେସ୍‌ବୁକ୍‌, ଟୁଇଟର ଓ ୟୁ-ଟୁବ୍‌ ଆକାଉଣ୍ଟକୁ ମଧ୍ୟ ୱେବସାଇଟ୍‌ ସହ ଯୋଡ଼ା ଯାଇଛି । ନୂଆ ଡିଜାଇନ୍‌ ୱେବ୍‌ସାଇଟ୍‌କୁ ଅପରେଟ୍‌ କରିବା ଏବେ ଦୃଷ୍ଟିହୀନଙ୍କ ପାଇଁ ସହଜ ହୋଇଛି ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?