ଲାଭାର ନୂଆ ଫିଚର ଫୋନ୍, ଚେକ୍ କରିପାରିବେ ହାର୍ଟ ରେଟ୍ ଓ ବ୍ଲଡ ପ୍ରେସର

ନୂଆଦିଲ୍ଲୀ ୨୧/୮: ଭାରତୀୟ ଫୋନ୍ ମ୍ୟାନୁଫ୍ୟାକ୍ଚରିଂ କମ୍ପାନୀ ଲାଭା, Lava Pulse ଫିଚର ଫୋନ୍ ଆଣିଛି । ଖାସ୍ କଥା ହେଉଛି କି ଏଥିରେ ହାର୍ଟ ରେଟ୍ ଓ ବ୍ଲଡ୍ ପ୍ରେସର ମନିଟର ଭଳି ଫିଚର୍ସ ରହିଛି । ଏଥିରେ ହାର୍ଟ ରେଟ୍ ଓ ବ୍ଲଡ୍ ପ୍ରେସର ମନିଟର ପାଇଁ ଫୋନର ପଛପଟେ ଦିଆଯାଇଥିବା ସେନ୍ସରରେ ବାସ୍ କେବଳ ଆଙ୍ଗୁଳି ରଖିବାକୁ ହେବ । ଏହା ପରେ ଆପଣଙ୍କୁ ତୁରନ୍ତ ଏସମ୍ପର୍କିତ ସୂଚନା ମିଳିଯିବ । ଯଦି ୟୁଜର ଚାହାଁନ୍ତି ତେବେ ହାର୍ଟ ରେଟ୍ ଓ ବ୍ଲଡ୍ ପ୍ରେସର ମନିଟରିଂ ସମ୍ପର୍କିତ ଡାଟା ଷ୍ଟୋର ମଧ୍ୟ କରିପାରିବେ । ଫୋନକୁ ରୋଜ୍ ଗୋଲ୍ଡ କଲରରେ ଆଣିଛି କମ୍ପାନୀ ।

ସ୍ପେଶିଫିକେସନ୍
ଏହି ଫୋନର ସ୍ପେଶିଫିକେସନ୍ କଥା କହିବା ତ ଏଥିରେ ୨.୪ ଇଞ୍ଚର କ୍ୟୁଭିଜିଏ ଡିସପ୍ଲେ ଦିଆଯାଇଛି ଯାହାର ରିଜଲ୍ୟୁସନ 240×320 ପିକ୍ସେଲ । ଏହି ଫୋନ ସହିତ ୟୁଜର ଡୁଆଲ୍ ସିମ୍ ବ୍ୟବହାର କରିପାରିବେ । ଏଥିରେ ୟୁଜରଙ୍କୁ ୩୨ ଏମବି ରାମ୍ ମିଳୁଛି । ଷ୍ଟୋରେଜ୍ ପାଇଁ ଏଥିରେ ମାଇକ୍ରୋଏସଡି ୩୨ ଜିବି ପର୍ଯ୍ୟନ୍ତ ସପୋର୍ଟ ମଧ୍ୟ କରିବ । ଏହି ଫୋନରେ ୟୁଜର ୧୦୦ ଏସଏମଏସ ଓ ୫୦୦ ଫୋନ୍ ବୁକ୍ କଣ୍ଟାକ୍ଟ ଷ୍ଟୋର ମଧ୍ୟ କରିପାରିବେ । ଏଥିରେ ୧୮୦୦ ଏମଏଏଚର ବ୍ୟାଟେରୀ ରହିଛି । କମ୍ପାନୀ କହିଛି କି ଫୁଲ୍ ଚାର୍ଜରେ ଏହା ୬ ଦିନ ଷ୍ଟାଣ୍ଡବାୟ ରହିପାରିବ ।

କନେକ୍ଟିଭିଟି କଥା କହିବା ତ ଏଥିରେ ମାଇକ୍ରୋ-ୟୁଏସବି, ୩.୫ ଏମଏମ ଅଡିଓ ଜ୍ୟାକ୍, ଏଫଏମ ରେଡିଓ ରହିଛି । ଏଥିରେ ୟୁଜର ହିନ୍ଦୀ ଓ ଇଂରାଜୀ ସମେତ ସମୁଦାୟ ୭ଟି ଭାଷାରେ ଟାଇପ୍ କରିପାରିବେ । ଏହି ଫୋନର ଦାମ୍ ୧୯୪୯ ଟଙ୍କା  । ଏହାକୁ ଅନଲାଇନ୍ ଏବଂ ରିଟେଲ୍ ଷ୍ଟୋରରୁ କ୍ରୟ କରିପାରିବେ ଗ୍ରାହକ ।