ହାଇଦ୍ରାବାଦର ଆଇନ ଛାତ୍ରୀ ୪୦୪୨ ଚାଉଳରେ ଲେଖିଲେ ଭଗବତ୍ ଗୀତା, ଲାଗିଲା ଏତେ ସମୟ

ହାଇଦ୍ରାବାଦ ୨୦/୧୦: ହାଇଦ୍ରାବାଦର ଜଣେ ଆଇନ୍ ଛାତ୍ରୀ ୪୦୪୨ ଚାଉଳରେ ଭଗବତ୍ ଗୀତା ଲେଖିଛନ୍ତି । ଏଥିପାଇଁ ତାଙ୍କୁ ୧୫୦ ଘଣ୍ଟାରୁ ଅଧିକ ସମୟ ଲାଗିଛି ।  ଛାତ୍ରୀ ଜଣକ ହେଉଛନ୍ତି ରାମାଗିରି ସ୍ୱାରିକା । ସେ ଦେଶର ପ୍ରଥମ ମହିଳା ମାଇକ୍ରୋ-ଆର୍ଟିଷ୍ଟ ବୋଲି ଦାବି କରନ୍ତି । ସ୍ୱାରିକା କୁହନ୍ତି ‘ମୁଁ  ୪୦୪୨ ଚାଉଳରେ ଭଗବତ ଗୀତା ଲେଖିଛି, ଯାହାକୁ ସମାପ୍ତ କରିବା ପାଇଁ ୧୫୦ ଘଣ୍ଟା ଲାଗିଲା । ମୁଁ ମାଇକ୍ରୋ ଆର୍ଟିଷ୍ଟ ହେବା ପାଇଁ ଅଲଗା ଅଲଗା ଜିନିଷ ଉପରେ କାମ କରେ ।’ ସେ କୁହନ୍ତି କି ସେ ମିଲ୍କ ଆର୍ଟ, ପେପର କାର୍ବିଂ ଓ ଅନେକ ପ୍ରଡକ୍ଟ ଉପରେ କାରୁକାର୍ଯ୍ୟ କରିସାରିଛନ୍ତି ।

ଜିତିଛନ୍ତି ଅନେକ ପୁରସ୍କାର
ସ୍ୱାରିକାଙ୍କ କଳା ଓ ସଙ୍ଗୀତରେ ବହୁତ ରୁଚି । ଏଥିପାଇଁ ସେ ପିଲାଦିନୁ ଅନେକ ପୁରସ୍କାର ପାଇଛନ୍ତି । ୪ ବର୍ଷ ପୂର୍ବେ ସେ ଚାଉଳରେ ଭଗବାନ ଗଣେଷଙ୍କ ଫଟୋ ପ୍ରସ୍ତୁତ କରି ମାଇକ୍ରୋ ଆର୍ଟ ପ୍ରସ୍ତୁତ କରିଥିଲେ । ଏହା ପରେ ସେ ଚାଉଳରେ ଇଂରାଜୀ ବର୍ଣ୍ଣମାଳା ଲେଖିଥିଲେ । ୨୦୧୭ରେ ସେ ଅନ୍ତର୍ଜାତୀୟ ଅର୍ଡର ବୁକ୍ ଅଫ୍ ରେକର୍ଡ୍ସରେ ସମ୍ମାନିତ ହୋଇଥିଲେ । ୨୦୧୯ରେ ଦିଲ୍ଲୀ ସାଂସ୍କୃତିକ ଏକାଡେମୀରୁ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ ଏବଂ ଭାରତର ପ୍ରଥମ ମାଇକ୍ରୋ-ଆର୍ଟିଷ୍ଟ ରୂପେ ତାଙ୍କୁ ମାନ୍ୟତା ଦିଆଯାଇଥିଲା । ତେବେ ଆଇନ୍ ଛାତ୍ରୀ ଭାବେ ସ୍ୱରିକା ବଡ ହୋଇ ଜଜ୍ ହେବାକୁ ଚାହୁଁଛନ୍ତି ଏବଂ ମହିଳାମାନଙ୍କ ପାଇଁ ପ୍ରେରଣା ସାଜିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।