ନିର୍ବାଚନ ଖବର
  • ଭୁବନେଶ୍ୱର: ଅପରାହ୍ନ ୪ଟା ୪୫ରେ ଶପଥ ନେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ନରେନ୍ଦ୍ର ମୋଦି, ମନ୍ତ୍ରୀମଣ୍ଡଳର ହେବ ବିଭାଗ ବଣ୍ଟନ
  • ||
  • ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ଜଣେ ଆଶାକର୍ମୀ ଅଟକ
  • ||
  • ଦିଲ୍ଲୀରୁ ଫେରିଲେ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀ ଚେହେରା ନେଇ କହିଲେ ଏମିତି..
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ନାସାଓରେ ସାମ୍ନାସାମ୍ନି ହେବେ ଦକ୍ଷିଣ ଆଫ୍ରିକା - ବାଂଲାଦେଶ
  • ||
  • ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା: ସରିଲା ଦେବ ନିମନ୍ତ୍ରଣ, ଆଜି ବାରାତ୍‌ରେ ବାହାରିବେ ମହାଦେବ
  • ||
  • ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସିଙ୍ଗାପୁରର ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଅର୍ଥନୀତିଜ୍ଞ ଲରେନ୍ସ ୱଙ୍ଗ...

ନୂଆଦିଲ୍ଲୀ: ସିଙ୍ଗାପୁରର ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଅର୍ଥନୀତିଜ୍ଞ ଲରେନ୍ସ ୱଙ୍ଗ ।୫୧ ବର୍ଷିୟ ୱଙ୍ଗ ୭୨ ବର୍ଷିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗଙ୍କ ସ୍ଥାନ ନେବେ । ଲି ସିନ୍ ଲୁଙ୍ଗ ଗତ ଦୁଇ ଦଶନ୍ଧି ଧରି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ରହିଥିଲେ । ଉଭୟ ୱଙ୍ଗ ଏବଂ ଲୁଙ୍ଗ ଶାସକ ପିପୁଲ୍ସ ଆକ୍ସନ୍ ପାର୍ଟି (PAP) ର ଅଟନ୍ତି । ସୂଚନାଥାଉକି, ଗତ ପାଞ୍ଚ ଦଶନ୍ଧି ଧରି ସିଙ୍ଗାପୁରର ଆର୍ଥିକ ପ୍ରଗତିକୁ ଆଗକୁ ନେବା ପାଇଁ PAP ବଡ ଦାୟିତ୍ବ ନିଭାଇଛି । ଏହା ପୂର୍ବରୁ ୱଙ୍ଗ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ସମ୍ଭାଳୁଥିଲେ । ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଭାବରେ ସରକାରଙ୍କ ନେତୃତ୍ୱ ନେବେ । ରାଷ୍ଟ୍ରପତି ଥର୍ମନ୍ ଶନମୁଗରତ୍ନମ ୱଙ୍ଗଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । 

ୱଙ୍ଗ ତାଙ୍କ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ନକରିବାକୁ ସୂଚିତ କରିଛନ୍ତି। ସିଙ୍ଗାପୁରର ନିରନ୍ତରତା ଏବଂ ସ୍ଥିରତା ବିଷୟରେ ସେ କହିଛନ୍ତି ଯେ, ଏହି ସମୟରେ କୌଣସି ବ୍ୟାଘାତକୁ ଏଡ଼ାଇବା ଆବଶ୍ୟକ ରହିଛି । ବର୍ତ୍ତମାନ ସିଙ୍ଗାପୁରରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ନଭେମ୍ବର ୨୦୨୫ ସୁଦ୍ଧା ସିଙ୍ଗାପୁରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ଏବଂ କେବଳ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାର ଆଶା କରାଯାଉଛି ।

ୱଙ୍ଗଙ୍କ ନେତୃତ୍ୱ ଦକ୍ଷତା ଉପରେ ତାଙ୍କର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି ବୋଲି ରାଷ୍ଟ୍ରପତି ଥରମାନ କହିଛନ୍ତି । ସିଙ୍ଗାପୁରର ଅର୍ଥନୈତିକ ଏବଂ ସାମାଜିକ ନୀତି ଗଠନରେ ୱଙ୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.