ବିଚାରପତି ଲଗାଇଲେ ୧୦୦ ଟଙ୍କାର ଜରିମନା, ୨୦୦ ଟି ୫୦ପଇସା ମୁଦ୍ରା ନେଇ ପହଁଞ୍ଚିଲେ ଓକିଲ

ନୂଆଦିଲ୍ଲୀ,୧୭।୮: ବର୍ତ୍ତମାନ ବଜାରରେ କିମ୍ବା କେଉଁଠି ବି ୫୦ ପଇସା ଆଉ ଚଳୁନି। କିନ୍ତୁ ସୁପ୍ରିମକୋର୍ଟର ଓକିଲ ରିପକ କଁସଲ ଜରିମନା ଆକାରରେ ୫୦-୫୦ ପଇସା ମିଶାଇ ସୁପ୍ରିମକୋର୍ଟଙ୍କ ନିକଟରେ ମୋଟ ୨୦୦ଟି ମୁଦ୍ରା ଜମା କରିଛନ୍ତି। ଓକିଲ ଜଣକ ଉପରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଉପରେ ଆଧାରହୀନ ଅଭିଯୋଗ ଲଗାଇବା  ନେଇ ୧୦୦ ଟଙ୍କାର ଜରିମନା ଲଗାଇଥିଲେ, ଯାହାକୁ ଆଜି ଓକିଲ ଜଣକ ସୁପ୍ରିମକୋର୍ଟରେ ଜମା କରିଦେଇଛନ୍ତି। ଏହି ସବୁ ୨୦୦ଟି ୫୦ ପଇସାର ମୁଦ୍ରା ଅନେକ ଓକିଲ ମିଶିକି ଏକାଠି କରିଥିଲେ। କାରଣ ୫୦ ପଇସାର ମୁଦ୍ରା ଆଜିକାଲି ବଜାରର ଚାଳୁନି ତେଣୁ ସହଜରେ ମିଳିବା ସମ୍ଭବ ନଥିଲା। ଏହାପରେ ବି ଓକିଲମାନେ ଏହି ମୁଦ୍ରାକୁ ଚାରିଆଡୁ ଖୋଜାଖୋଜି କରି ଏକାଠି କରିଥିଲେ। ୫୦ ପଇସାର ମୁଦ୍ରା ଏକାଠି କରି ସାଥୀ ଓକିଲମାନେ ସୁପ୍ରିମକୋର୍ଟଙ୍କ ଦ୍ବାରା ଲଗାଯାଇଥିବା ଜରିମନାକୁ ବିରୋଧ କରିଛନ୍ତି।

ମିଳିଥିବା ଖବର ଅନୁସାରେ, ଓକିଲ ରୀପକ କଁସଲ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରୀ ଉପରେ ଅଭିଯୋଗ ଲଗାଇଥିଲେ ଯେ, ରେଜିଷ୍ଟ୍ରି ବଡ ଓକିଲ ଓ ପ୍ରଭାବଶାଳୀ ଲୋକଙ୍କ ମାମଲାର ଶୁଣାଣୀ ପାଇଁ ଅନ୍ୟ ଲୋକଙ୍କ ମାମଲା ପୂର୍ବରୁ ଲିଷ୍ଟରେ ସାମିଲ କରିଦେଉଛନ୍ତି। ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯେ, ସୁପ୍ରିମକୋର୍ଟର ସେକ୍ସନ ଅଫିସର ଓ ରେଜିଷ୍ଟ୍ରି ନିୟମିତ ରୂପରେ କିଛି ଲ ଫର୍ମ୍ସ ଓ ପ୍ରଭାବଶାଳୀ ଓକିଲ ଓ ତାଙ୍କର କେସକୁ ଭିଭିଆଇପି ଟ୍ରୀଟମେଣ୍ଟ ଦେଇଥାନ୍ତି, ଯାହାକି ସୁପ୍ରିମକୋର୍ଟରେ ନ୍ୟାୟ ପାଇବାର ସମାନ ଅବସରର ବିରୋଧ ଅଟେ। ଆବେଦନରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରାଯାଇଥିଲା ଯେ, ଶୁଣାଣି ପାଇଁ ମାମଲାକୁ ସୂଚୀବଦ୍ଧ କରିବା ପାଇଁ ‘ପିଙ୍କ ଆଣ୍ଡ ଚୁଜ୍’ ନୀତି ଗ୍ରହଣ କରାନଯିବା ଓ କୋର୍ଟ ରେଜିଷ୍ଟ୍ରିକୁ ନିରପେକ୍ଷ ଓ ସମାନ ବ୍ୟବହାରର ନିର୍ଦେଶ ଦିଆଯାଉ।

ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର, ଜଷ୍ଟିସ୍ ଏସ ଅବଦୁଲ ନଜିର ଓ ଜଷ୍ଟିସ୍ ଏମ ଆର ଶାହଙ୍କ ଖଣ୍ଡପୀଠ ରିପକ କସଁଲଙ୍କ ଆବେଦନରେ ଲଗାଯାଇଥିବା ଅଭିଯୋଗକୁ ଖାରଜ କରି ୧୦୦ ଟଙ୍କାର ସାଙ୍କେତିକ ଜରିମନା ଲଗାଇଥିଲେ। କୋର୍ଟ ନିଜର ନିଷ୍ପତ୍ତିରେ ଏହା ମଧ୍ୟ କହିଥିଲେ ଯେ, ରେଜିଷ୍ଟ୍ରିର ସମସ୍ତ ସଦସ୍ୟ ଦିନ-ରାତି ଆପଣଙ୍କ ଜୀବନକୁ ସହଜ କରିବା ପାଇଁ କାମ କରନ୍ତି। ଆପଣ ତାଙ୍କୁ ହତୋତ୍ସାହିତ କରୁଛନ୍ତି। ରେଜିଷ୍ଟ୍ରି ଆମର ଅଧୀନସ୍ଥ ନୁହେଁ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା