ଭୟାନକ ବିନାଶକ ଲେଜର ଅସ୍ତ୍ରର ପରୀକ୍ଷଣ କଲା ଆମେରିକା – ଆକାଶ ସହ ମହାସାଗରରେ ରଚାଇ ପାରିବ ଧ୍ୱଂସ ଲୀଳା

ହଙ୍ଗକଙ୍ଗ –  ଆମେରିକା ଏବେ ହାଇ ଏନର୍ଜୀ ଲେଜର ଅସ୍ତ୍ରର ସଫଳତା ଭାବେ ପରୀକ୍ଷଣ କରିଛି । ପ୍ରଶାନ୍ତ ମହାସାଗରରେ ଏହାର ପରୀକ୍ଷଣ କରାଯାଇଛି  ।  ଆମେରିକା ନୌସେନା ଏହାର  ଫଟୋ ପ୍ରକାଶ କରିଛି । ଏଥିରେ ଏକ ଜାହାଜରୁ  ଲେଜର ବିମ୍‌  ଅସ୍ତ୍ର ବାହାରିବା ସହ ଏହା ଲକ୍ଷସ୍ଥଳରେ ଥିବା  ବସ୍ତୁକୁ ନଷ୍ଟ କରୁଛି  ।

ଏହା ବିମାନ ଓ ଜାହାଜମାନଙ୍କୁ ନଷ୍ଟ କରିପାରିବ ବୋଲି  ଆମେରିକା ପକ୍ଷରୁ କୁହାଯାଇଛି ।  ଆମେରିକାର ନୌସେନା ପକ୍ଷରୁ ଜାରି କରାଯାଇଥିବା ଫଟୋରେ  ଓ୍ୱାରସିପ୍‌ରୁ   ଲେଜର ରଶ୍ମୀ ବାହାରୁଛି ।  ଏହାର ସାମ୍ନାକୁ ଆସୁଥିବା ଡ୍ରୋନ ଜଳି ନଷ୍ଟ ହୋଇଯାଉଛି ।  ଏହା ଡ୍ରୋନା ଓ ନୌକାମାନଙ୍କୁ ଏବେ ନଷ୍ଟ କରିଦେବ ବୋଲି ଆମେରିକା ନୌସେନା ପକ୍ଷରୁ କୁହାଯାଇଛି ।

ମେ ୧୬ ତାରିଖରେ ଏହାକୁ ପ୍ରଶାନ୍ତ ମହାସାଗରରେ ପରୀକ୍ଷଣ କରାଯାଇଛି ।  ଏହାର ଶକ୍ତି ବିଷୟରେ ଆମେରିକାର ନୌସେନା ପକ୍ଷରୁ ଅନ୍ୟ କୌଣସି ସୂଚନା ଦିଆଯାଇ ନାହିଁ । ଏହି ଅତ୍ୟାଧୁନିକ ହାଇ ଏନର୍ଜୀ ଲେଜର ଅସ୍ତ୍ର ୧୫୦ କିଲୋଓ୍ୱାଟର ହୋଇପାରେ ବୋଲି  ଷ୍ଟେଟର୍ଜିକ  ଷ୍ଟଡିଜ୍‌ ସଂସ୍ଥାନ ପକ୍ଷରୁ  କୁହାଯାଇଛି ।

ଏହି ଅସ୍ତ୍ର କୌଣସି ଜିନିଷ ଉପରେ ଅତି ମାତ୍ରାରେ ଫୋଟନ୍‌ ଛାଡିଥାଏ । ଏହା ଦ୍ୱାରା ତାପମାତ୍ରା ବୃଦ୍ଧି ପାଇ ସେହି ଜିନିଷ ଜଳିଯାଇଥାଏ ।  ହାଇ ଏନର୍ଜୀ ଲେଜର ଅସ୍ତ୍ର ଉପରେ ପବନ ଓ ଦୂରତାର ବିଶେଷ ପ୍ରଭାବ ପଡି ନଥାଏ ।

ଭାରତ ବି ଏହିପରି ଅସ୍ତ୍ର ବିକାଶରେ ଲାଗିଛି । ଅନେକ ରକ୍ଷା ବିଶେଷଜ୍ଞ ଭାରତ ଲେଜର ଅସ୍ତ୍ର ବିକଶିତ କରି ସାରିଥିବା ପ୍ରକାଶ କରିଛନ୍ତି। ଏହାକୁ ଗୁପ୍ତ ରଖାଯାଇଥିବା ବେଳେ ଭାରତ ଏହାର ସଫଳ ପରୀକ୍ଷଣ କରିସାରିଛି ଏହା ଶତ୍ରୁ ପକ୍ଷର ମିସାଇଲ୍ ନଷ୍ଟ କରିପାରିବ ବୋଲି ଅନେକ ଅନୁମାନ କରୁଛନ୍ତି ।

ଏପରି ଏକ ଅସ୍ତ୍ର ଭାରତ ବିକାଶ କରୁଥିବା କଥା ବିଶେଷ ପ୍ରତିରକ୍ଷା ବୈଜ୍ଞାନିକ ତଥା ମିସିଇଲ୍‌ ମ୍ୟାନ, ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଆବଦୁଲଲ୍‌ କାଲାମ ସୂଚନା ଦେଇଥିଲେ । ଏହି ଅସ୍ତ୍ରର ନାମ କାଲି ଦିଆଯାଇଥିଲା ।

   ସମ୍ବନ୍ଧିତ ଖବର


୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା

ଏମିତି ହେଉଥିଲା ମାଛମଞ୍ଜି ତସ୍କରୀ, ହେଲା ପର୍ଦ୍ଦାଫାଶ

କରୋନା ଭାଇରସ୍ ଆଣ୍ଟିବଡି ସହ ଜନ୍ମନେଲା ଅଦ୍ଭୁତ ଶିଶୁ, ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ