ମହଙ୍ଗା ପଡିଲା ଚୋରା ପିରତୀ, ଦଳରୁ ନିଲମ୍ବିତ ହେଲେ ନେତା

ହରିଆଣା ୨୫/୫: ହରିଆଣା ବିଜେପି ପକ୍ଷରୁ ପ୍ରଦେଶ କମିଟିର ବିଶେଷ ଆମନ୍ତ୍ରିତ ସଦସ୍ୟ ଏବଂ ସୁଗାରଫେଡ୍‌ର ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ରପ୍ରକାଶ କଥୁରିଆଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ୱନ କରାଯାଇଛି । ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା ରବିବାର ଏକ ଚିଠି ଜାରି କରି କଥୁରିଆଙ୍କୁ ଦଳରୁ ନିଲମ୍ୱନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିଜେପିର ପ୍ରଦେଶ କାର୍ଯ୍ୟାଳୟର ସଚିବ ଗୁଲସନ୍‌ ଭାଟିଆ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କଥୁରିଆ କରନାଲ ଜିଲ୍ଲାର ବିଜେପିର ପ୍ରମୁଖ ନେତାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ପୂର୍ବରୁ ସେ କୌଣସି ବିବାଦର ପରିସରକୁ ଆସିନଥିଲେ ।

ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଚଣ୍ଡିଗଡ଼ର ସେକ୍ଟର ୬୩ରେ ଥିବା ନିଜର ଜଣେ ବାନ୍ଧବୀଙ୍କ ଫ୍ଲାଟ୍‌କୁ ସେ ଯାଇଥିଲେ । ସେ ସମୟରେ କେହି ଜଣେ ଆସିଯିବାରୁ ସେ ବାଲକୋନିରୁ ତଳକୁ ଓହ୍ଲାଇବା ଲାଗି ପ୍ରୟାସ କରୁଥିବା ସମୟରେ ଖସି ପଡ଼ିଥିଲେ । ଏହାଯୋଗୁ ସେ ଗୁରୁତର ଆହତ ହୋଇଥିବା ବେଳେ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ତାଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବାରୁ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ