ସାଇ ଇଣ୍ଟରନ୍ୟାସନାଲ୍ କଲେଜ୍ ଅଫ୍ କମର୍ସରେ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଭାରତର ପ୍ରମୁଖ ବିଦେଶୀ ନୀତିରେ ବର୍ତ୍ତମାନର ଆହ୍ୱାନ ଓ ସୁଯୋଗ ଉପରେ ସାଇ ଇଣ୍ଟରନ୍ୟାସନାଲ୍ କଲେଜ୍ ଅଫ୍ କମର୍ସ ଓ ଇକୋନୋମିକ୍ସ (ଏସ୍ଆଇସିସି)ରେ ଏକ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନନ୍ତ ଆସପେନ୍ ସେଣ୍ଟର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ‘ପୁଲୱାମା ଆକ୍ରମଣ ଓ ଭାରତର ବିଦେଶ ନୀତି’ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏଥିରେ ଟାଇମ୍ସ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀର ସିନିୟର ଏଡ଼ିଟର୍ ଇନ୍ଦ୍ରାଣୀ ବାଗ୍ଚୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା କନ୍ଦଳର ପୃଷ୍ଠଭୂମି ଉପରେ ସେ ଆଲୋଚନା କରିିଥିଲେ । ଶେଷ ଭାଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ହୋଇଥିଲା । ବିଶେଷଜ୍ଞଙ୍କ ସହ ଆଲୋଚନା ମାଧ୍ୟମରେ ପିଲାମାନଙ୍କୁ ବିଦେଶୀ ନୀତିଗୁଡ଼ିକ ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।