କର୍ତ୍ତବ୍ୟନିଷ୍ଠ: ୮ ମାସର ଜାଆଁଳା ସନ୍ତାନଙ୍କୁ ଘରେ ଛାଡି କରୋନା ଡ୍ୟୁଟିରେ ମୟୁରୀ

ମାୟପୁର,୧୬।୪: କରୋନା ଭାଇରସ୍ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଡାକ୍ତର, ପୋଲିସ ଏବଂ ସ୍ବାସ୍ଥ୍ୟକର୍ମୀମାନେ ଯୋଦ୍ଧା ଭଳି ଲଢେଇ ଜାରି ରଖିଛନ୍ତି। ଏପରିକି ନିଜର କର୍ତ୍ତବ୍ୟ ପାଇଁ ସେମାନେ ନିଜର ଘର-ପରିବାକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଏଭଳି ଜଣେ କର୍ତ୍ତବ୍ୟନିଷ୍ଠ ସ୍ବାସ୍ଥ୍ୟକର୍ମୀ ହେଉଛନ୍ତି ମୟୁରୀ ବେନ୍, ଯିଏକି ନିଜର  ଦୁଇ ଜାଆଁଳା ସନ୍ତାନଙ୍କୁ ଘରେ ଛାଡି କରୋନା ଡ୍ୟୁଟିରେ ଅଛନ୍ତି।

ଗୁଜୁରାଟର ଭାଲୋଡ ତହସିଲ ଅନ୍ତର୍ଗତ କଣଯୋଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ମୟୁରୀ ବେନ୍ ଜିଗର ଭାଇ ଯୋଶୀ। ସେ ୪ ବର୍ଷ ହେବ ଲାକ୍ ଟେକ୍ନିସିୟାନ ଭାବରେ କାମ କରୁଛନ୍ତି। ସୁରଟରେ ରହୁଥିବା ମୟୁରୀ ନିଜର ୮ ମାସର ଦୁଇ ଜାଆଁଳା ସନ୍ତାନଙ୍କୁ ମା’ ଏବଂ ତାଙ୍କ ସ୍ବାମୀଙ୍କ ଭରଷାରେ ଛାଡି ନିଜର ଡ୍ୟୁଟିରେ ପ୍ରତିଦିନ କଣଯୋଡି ଯାଇଥାନ୍ତି। ସେ ଆଗରୁ ବସରେ ଯିବା ଆସିବା କରୁଥିଲେ, କିନ୍ତୁ ଏବେ ଲକଡାଉନ କାରଣରୁ ସେ ଡ୍ୟୁଟି ପାଇଁ ନିଜେ ସ୍କୁଟି ଚଲାଇ ୭୫ କିଲୋମିଟର ପ୍ରତିଦିନ ଯିବା ଆସିବା କରୁଛନ୍ତି।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ