ଲିଡ୍‌ ଲେଡି ଭାବେ ପ୍ରଥମ ଥର ପାଇଁ ମଙ୍ଗ ଧରିବେ ଭୂମି

ମୁମ୍ବାଇ ୨୦/୨: ମହିଳା କୈନ୍ଦ୍ରିକ ହରର୍‌ ଫିଲ୍ମ ‘ଦୁର୍ଗାବତୀ’ରେ ପରଦାକୁ ଓହ୍ଲାଇବେ ଅଭିନେତ୍ରୀ ଭୂମି ପେଡ୍‌ନେକର। ସିନେ କ୍ୟାରିଅର୍‌ରେ ପ୍ରଥମ ଥର ପୂରା ଫିଲ୍ମର ଦାୟିତ୍ୱ ସେ ନିଜ କାନ୍ଧକୁ ନେଇଛନ୍ତି । ତଥାପି ବେଶି ଚାପରେ ନାହାନ୍ତି ବୋଲି ଭୂମି କହିଛନ୍ତି । ଭୋପାଳରେ ସେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ । ଏହାର ଲିଡ୍‌ ଲେଡି ଭାବେ ପ୍ରଥମ ଥର ଏକୁଟିଆ ଫିଲ୍ମର ମଙ୍ଗ ସେ ସମ୍ଭାଳିଛନ୍ତି ।

ଫିଲ୍ମଟିମ୍‌କୁ ଚମତ୍କାର ବୋଲି ଫ୍ୟାଶନ୍‌ ଫଟୋଗ୍ରାଫର ଡବୁ ରତ୍‌ନାନିଙ୍କ ୨୦୨୦ କ୍ୟାଲେଣ୍ଡର ଉନ୍ମୋଚନ ଅବସରରେ ଭୂମି ଖବର ସଂସ୍ଥାକୁ ସୂଚନା ଦେଇଛନ୍ତି । ଫିଲ୍ମର ମୁଖ୍ୟ ଚରିତ୍ର ହୋଇଥିବାରୁ କୌଣସି ପ୍ରକାର ଚାପ ଅନୁଭବ କରୁଛନ୍ତି କି ନାହିଁ, ଭୂମିଙ୍କୁ ପଚରାଯାଇଥିଲା । ସେ କହିଥିଲେ, ଯେକୌଣସି ଫିଲ୍ମର ସୁଟିଂ ସମୟରେ କଳାକାର ଚାପ ଭିତରେ ଥାନ୍ତି ଏବଂ ପୂର୍ବ ଫିଲ୍ମ ଅପେକ୍ଷା ଆହୁରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି । ଜି. ଅଶୋକଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ‘ଦୁର୍ଗାବତୀ’ ଏକ ହରର୍‌-ଥ୍ରିଲର୍‌ ଫିଲ୍ମ । ଜି. ଅଶୋକଙ୍କ ନିର୍ଦ୍ଦେଶିତ ୨୦୧୮ରେ ମୁକ୍ତିପ୍ରାପ୍ତ ତେଲୁଗୁ ଫିଲ୍ମ ‘ଭାଗମତୀ’ ଉପରେ ଏହା ଆଧାରିତ । ଭୂମି ଏଥିରେ ଜଣେ ଆଇଏଏସ୍‌ ଅଫିସର ଭୂମିକା ନିର୍ବାହ କରିଛନ୍ତି ।

ମୂଳ ଫିଲ୍ମରେ ଅନୁଷ୍କା ଶେଟ୍ଟୀ ଏହି ଭୂମିକାରେ ଅଭିନୟ କରିଥିଲେ । ଅକ୍ଷୟ କୁମାର, ଭୂଷଣ କୁମାର ଓ ବିକ୍ରମ ମଲହୋତ୍ରା ଏହାର ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି । ଭୂମିଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ଭୂତ୍‌ ପାର୍ଟ ୱାନ୍‌: ଦ ହଣ୍ଟେଡ୍‌ ଶିପ୍‌’ । ଏଇଟି ମଧ୍ୟ ଏକ ହରର୍‌-ଥ୍ରିଲର୍‌ । ନିର୍ଦ୍ଦେଶନା ଦେଇଛନ୍ତି ଭାନୁ ପ୍ରତାପ ସିଂହ । ଭୂମିଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଭିକି କୌଶଲ । ଆସନ୍ତା ୨୧ ତାରିଖରେ ଏଇଟି ମୁକ୍ତିଲାଭ କରିବ ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

ଟିଆରପି ମାମଲାରେ ସବୁ ରେକର୍ଡ ଭାଙ୍ଗିଦେଲା ‘ରାମାୟଣ’, ପ୍ରସାର ଭାରତୀ ସିଇଓଙ୍କ ସୂଚନା

ଟ୍ୱିଙ୍କଲ ଖାନ୍ନାଙ୍କ ଦାବି : ୫ ବର୍ଷ ପୂର୍ବରୁ ଲେଖିସାରିଥିଲେ କରୋନା କାହାଣୀ, ସମ୍ପାଦକ ପ୍ରତ୍ୟାଖ୍ୟାନ କରିଦେଇଥିଲେ

ଖୋଲୁଛି ଗୁମର : କନିକା କପୁରଙ୍କ ସହ ଡାକ୍ତର କରିଥିଲେ ଏଭଳି ବ୍ୟବହାର, ଏହା ଶୁଣିବା ପରେ ଭଡ଼କି ଯାଇଥିଲେ ଗାୟିକା