PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

୩ ବର୍ଷର ରିଲେସନସିପ୍ ପରେ ୨୦୧୪ରେ ହୋଇଥିଲା ନିର୍ବନ୍ଧ, ୨୦୨୧ରେ ଭାଙ୍ଗିଲା : ଅଭିନେତ୍ରୀ ଲୀନା କହିଲେ- ‘ ଆମେ ଆଉ ଏକାଠି ନାହୁଁ…’

ମୁମ୍ବାଇ ୨।୬ : ଟିଭି ସିରିଏଲ ତାରକାଙ୍କ ବ୍ୟକ୍ତିଗତ ଜୀବନରେ ଆଜିକାଲି କିଛି ଠିକ୍‌ ଚାଲୁ ନାହିଁ। ଗତ କିଛି ଦିନ ତଳେ କରଣ ମେହେରା ଏବଂ ଅଭିନେତ୍ରୀ ନିଶା ରାୱାଲଙ୍କ ମଧ୍ୟରେ ଫାଟକ ସୃଷ୍ଟି ହୋଇଥିବାବେଳେ ଏବେ ‘କୁମ୍କୁମ ଭାଗ୍ୟ’ ଅଭିନେତ୍ରୀ ଲୀନା ଜୁମାନି ନିଜ ନିର୍ବନ୍ଧ ଭାଙ୍ଗି ଦେଇଛନ୍ତି।

ଇ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଲୀନା ନିର୍ବନ୍ଧର ୬ ବର୍ଷ ପରେ ଏହି ସମ୍ପର୍କ ଭାଙ୍ଗି ଦେଇଛନ୍ତି। ଉଭୟେ ୧ ବର୍ଷ ପୂର୍ବେ ଅଲଗା ହୋଇଯାଇଥିଲେ, କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଶେଷରେ ନିର୍ବନ୍ଧ ଭାଙ୍ଗି ଦେଇଛନ୍ତି। ତାଙ୍କ ନିଷ୍ପତ୍ତିର କାରଣ ଦର୍ଶାଇ ଲୀନା କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ କିଛି ଠିକ୍ ଚାଲିନଥିଲା। ଲୀନା କହିଛନ୍ତି ଯେ, ଉଭୟେ ୩ ବର୍ଷର ସମ୍ପର୍କରେ ରହିଲା ପରେ ୨୦୧୪ ରେ ନିର୍ବନ୍ଧ କରିଥିଲେ।

ୱେବସାଇଟକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେମାନଙ୍କର ବ୍ରେକଅପ୍ ନିଶ୍ଚିତ କରି ଲୀନା କହିଛନ୍ତି, ହଁ, ମୁଁ ଏବଂ ରାହୁଲ ଆଉ ଏକାଠି ନାହୁଁ। ଆମର ୨୦୧୪ ରେ ନିର୍ବନ୍ଧ ହୋଇଥିଲା ଏବଂ ବିବାହ କରିବାକୁ ଚାହୁଁଥିଲୁ। ମୁଁ ଏ ବିଷୟରେ କହିବାକୁ ଚାହେଁ ନାହିଁ କି ଆମ ସାଙ୍ଗରେ କାହିଁକି ଭୁଲ ହେଲା। ମୁଁ ଚାହୁଁଛି ସେ ଯେଉଁଠାରେ ବି ରୁହନ୍ତୁ ଖୁସିରେ ରୁହନ୍ତୁ।