ଏହି ସିନ୍ ପାଇଁ ୟଶଙ୍କୁ ଲିଗାଲ୍ ନୋଟିସ୍

ନୂଆଦିଲ୍ଲୀ ୧୪/୧: କନ୍ନଡ ଆକ୍ଟର ୟଶଙ୍କୁ ଲିଗାଲ ନୋଟିସ୍ । ଆଉ ଏହାର କାରଣ ‘କେଜିଏଫ ଚାପ୍ଟର ୨’ର ଟିଜର । କିଛି ଦିନ ତଳେ ଏହାର ଟିଜର ଜାରି ହୋଇଥିଲା । ଟିଜରରେ ଫିଲ୍ମର ସମସ୍ତ କଳାକାରଙ୍କ ଝଲକ ଦେଖିବାକୁ ମିଳିଥିଲା । ଫିଲ୍ମର ଟିଜରରେ ୟଶଙ୍କୁ ନେଇ ଦର୍ଶାଯାଇଥିବା ସ୍ମୋକିଂ ସିନକୁ ଦେଖିବା ପରେ କର୍ଣ୍ଣାଟକ ହେଲ୍ଦ ଡିପାର୍ଟମେଣ୍ଟ ଅଭିନେତାଙ୍କ ବିରୁଦ୍ଧରେ ଶୋ କଜ୍ ନୋଟିସ୍ ଜାରି କରିଛି ।

ଏହି ସିନକୁ ନେଇ ଜାରି ହେଲା ନୋଟିସ୍
ଟିଜରରେ ଦର୍ଶାଯାଇଥିବା ଏକ ସିନରେ ୟଶ୍ ମେସିନ୍ ଗନର ଗରମ ବ୍ୟାରେଲରୁ ସିଗାରେଟ୍ ଜଳାଉଛନ୍ତି । ଏହି ସିନକୁ ନେଇ ନୋଟିସ୍ ଜାରି କରାଯାଇଛି । ଏଥିରେ କୁହାଯାଇଛି କି ଟିଜର ଓ ପୋଷ୍ଟରରେ ସିଗାରେଟ୍ ପିଇବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଏପରିକି ଏହି ଟିଜରକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇବା ପାଇଁ ଅପିଲ୍ କରାଯାଇଛି । ନୋଟିସରେ କୁହାଯାଇଛି ଯଦି ଫିଲ୍ମ, ଟିଜର ବା ପୋଷ୍ଟରରେ ଏମିତି କିଛି ଦର୍ଶାଉଛି ତେବେ ଏହା ସହିତ ୱାର୍ଣ୍ଣିଂ ବା ଚେତାବନୀ ମଧ୍ୟ ଜାରି କରିବା ଉଚିତ୍ । ‘ଧୂମପାନ ସ୍ୱସ୍ଥ୍ୟ ପ୍ରତି କ୍ଷତିକାରକ’ ଭଳି ଚେତାବନୀ ଦର୍ଶାଇବା ବାଧ୍ୟତାମୂଳକ । ଟିଜରରେ ଏମିତି କିଛି ଚେତାବନୀ ପ୍ରଦର୍ଶିତ କରାଯାଇନି ।

ନୋଟିସରେ ଲେଖାଯାଇଛି…
ନୋଟିସରେ ଲେଖାଯାଇଛି କି ‘ୟଶ୍ ଆପଣ ଜଣେ ଭଲ ମଣିଷ । ଆପଣଙ୍କ ବହୁତ ଫ୍ୟାନ୍ ଫଲୋଇଂ ଅଛି । ଆପଣଙ୍କ ଆକ୍ସନ ଏମିତି ହେବା ଉଚିତ୍ ଯାହା ଯୁବପୀଢିଙ୍କୁ ଭ୍ରମିତ କରୁନଥିବ । ଆମେ ଚାହୁଁଛୁ ଆପଣ ସିଗାରେଟ୍ ପିଇବା ବିରୁଦ୍ଧରେ ଆମ ଅଭିଯାନରେ ସାମିଲ ହୁଅନ୍ତୁ ।’ ଟିଜରରେ ୟଶଙ୍କ ଏହି ସିନର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଫ୍ୟାନ୍ସ ବହୁତ ସେୟାର କରିଛନ୍ତି । ଏହି ସିନ୍ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟଲମରେ ରିଲିଜ ହେବ । ୨୦୧୮ରେ ରିଲିଜ ହୋଇଥିବା କେଜିଏଫ୍ ଚାପ୍ଟର ୧ର ସଫଳତା ପରେ ଦର୍ଶକ ଏହାର ପାର୍ଟ ୨କୁ ଅପେକ୍ଷା କରି ରହିଛନ୍ତି ।