ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ, ଶୋକରେ ବୁଡିଲା ସାରା ଦେଶ

ମୁମ୍ବାଇ,୨୫।୯: ଦୀର୍ଘ ଦିନର ଅସୁସ୍ଥତା ପରେ ଲୋକପ୍ରିୟ ପାର୍ଶ୍ବ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କର ଆଜି ହୋଇଛି ପରଲୋକ। ଶୁକ୍ରବାର ଚେନ୍ନାଇର ଏମଜିଏଏମ୍ ହେଲଥକେୟାର ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାଲାସୁବ୍ରମଣ୍ୟମ ଗତ ୫ ଅଗଷ୍ଟରୁ ହସ୍ପିଟାଲରେ ଆଡମିଟ୍ ଥିଲେ। ନିକଟରେ ହସ୍ପିଟାଲ ମ୍ୟାନେଜମେଣ୍ଟ  ହେଲଥ୍ ବୁଲେଟିନ୍ ଜାରି କରିଥିଲା, ଯେଉଁଥିରେ କୁହାଯାଇଥିଲା ଗତ ୨୪ ଘଣ୍ଟା ହେବ ତାଙ୍କର ସ୍ଥିତି ଖୁବ୍ ଗମ୍ଭୀର ହୋଇଯାଇଛି। ତାଙ୍କୁ ଲାଇଫ୍ ସର୍ପୋଟ ସିଷ୍ଟମରେ ରଖାଯାଇଥିଲା।। ବାଲାସୁବ୍ରମଣ୍ୟମଙ୍କ ପରଲୋକ ଖବର ପରେ ସମଗ୍ର ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳି ଯାଇଛି। ତେବେ ସେପ୍ଟେମ୍ବର ୨୪ ତାରିଖରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖୁବ୍ ଖରାପ ହୋଇପଡିଥିଲା। କୃତ୍ରିମ ଶ୍ବାସକ୍ରିୟାରେ ଆଇସିୟୁରେ ରଖାଯାଇଥିଲା।

କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।ବାଲସୁବ୍ରମଣ୍ୟମଙ୍କ ମୃତ୍ୟୁଖବର ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଗତ ସେପ୍ଟେମ୍ୱର ୮ ତାରିଖରେ ତାଙ୍କର ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।  

୧୯୪୬ ମସିହା ଜୁନ୍ ୪ ତାରିଖରେ ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାଲାସୁବ୍ରମଣ୍ୟମ।ହିନ୍ଦୀ , ତେଲୁଗୁ, କନ୍ନଡ ଓ ତାମିଲ ପରି ୧୬ଟି ଭାଷାରେ ପ୍ରାୟ ୪୦ ହଜାର ଗୀତରେ ସେ ଗୀତ ଗାଇଛନ୍ତି । ତାଙ୍କର ସଙ୍ଗୀନ ନିର୍ଦ୍ଦେଶନାରେ ବିଭିନ୍ନ ଭାଷାରେ ୪୫ଟି ଚଳଚିତ୍ର ରିଲିଜ ହୋଇଥିଲା ।ସେ ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ସମେତ ୧୬ ଟି ଭାଷାରେ ୪୦,୦୦୦ ରୁ ଅଧିକ ଗୀତ ଗାଇଛନ୍ତି।  ବାଲାସୁବ୍ରମଣ୍ୟମ ସର୍ବାଧିକ ଗୀତ ଗାଇ ଗିନିଜ ବୁକ୍ ଅଫ ରେକର୍ଡରେ ସାମିଲ ହୋଇଥିଲେ। ସେ ଭାରତ ସରକାରଙ୍କ ଠାରୁ ୨୦୦୧ରେ ପଦ୍ମଶ୍ମୀ ଓ ୨୦୧୧ରେ ପଦ୍ମଭୂଷଣ ଉପାଧି ଗ୍ରହଣ କରିଥିଲେ। ବଲିଉଡର ସୁପରହିଟ୍ ଫିଲ୍ମ ମୈନେ ପ୍ୟାର କିୟା, ସାଜନ, ଏକ ଦୁଜେ କେ ଲିଏ ଭଳି ଅନେକ ଫିଲ୍ମରେ କଣ୍ଠଦାନ କରି ଲୋକଙ୍କ ମନଜିଣି ପାରିଥିଲେ।

ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟଙ୍କ ସହିତ ବହୁ ବଲିଉଡ ଓ ଟଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର, ଅଭିନେତ୍ରୀ ରମୟା କ୍ରୀଷ୍ଣନ୍, ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ପ୍ରଖ୍ୟାତ ସଙ୍ଗୀତଜ୍ଞ ଏଆର ରହମାନ୍ ପ୍ରମୁଖ।

   ସମ୍ବନ୍ଧିତ ଖବର


କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ