ରେଲୱେ ଷ୍ଟେସନରେ ଲେମ୍ବୁ ପାଣି ପ୍ରସ୍ତୁତର ଭିଡିଓ ଭାଇରାଲ, ବିକ୍ରି ଉପରେ ଲାଗିଲା ରୋକ

ନୁଆଦିଲ୍ଲୀ ୨୮/୩: ଗତ ୨ ଦିନ ତଳେ ମୁମ୍ବାଇର କୁର୍ଲା ରେଲୱେ ଷ୍ଟେସନରେ ଲେମ୍ବୁ ପାଣି ତିଆରିର ଭିଡିଓ ଭାଇରାଲ ହେବା ପରେ ବଡ ପଦକ୍ଷେପ ଉଠାଇଛି ସେଣ୍ଟ୍ରାଲ୍ ରେଲୱେ । ଏହି ସମ୍ପୂର୍ଣ୍ଣ ଘଟଣାରେ ରେଲୱେର ଅବହେଳା ସାମ୍ନାକୁ ଆସିଛି । ସେଣ୍ଟ୍ରାଲ୍ ରେଲେୱ(ମୁମ୍ବାଇ ଡିଭିଜନ୍) ସବୁ କ୍ଯାଟେରିଂ ୟୁନିଟକୁ ଷ୍ଟେସନ ପରିସରରେ ଲେମ୍ବୁ ପାଣି, ଅରେଞ୍ଜ ଜୁସ୍ ବିକ୍ରି ଉପରେ ତତ୍କାଳୀନ ପ୍ରଭାବରୁ ରୋକ ଲଗାଇବା ପାଇଁ ଆଦେଶ ଦେଇଛି । ସେଣ୍ଟ୍ରାଲ୍ ରେଲୱେ ତରଫରୁ ଏହି କାର୍ଯ୍ୟାନୁଷ୍ଠାନ କୁର୍ଲା ରେଲୱେ ଷ୍ଟେସନର ଭିଡିଓ ଭାଇରାଲ ହେବାପରେ ନିଆଯାଇଛି । ତେବେ ପ୍ରକୃତ ଘଟଣାଟି କିଛି ଏହିପରି…

ସପ୍ତାହେ ପୂର୍ବରୁ ମୁମ୍ବାଇର କୁର୍ଲା ଷ୍ଟେସନରେ ଜଣେ ଯାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭିଢିଓରେ ଦେଖିଯାଉଛି ଯ୍ ଜଣେ ଷ୍ଟଲ କର୍ମଚାରୀ ବାଲଟିରେ ଅସନା ହାତରେ ଲେମ୍ବୁ ପାଣି ପ୍ରସ୍ତୁତ କରୁଥିଲା । କେବଳ ସେତିକି ନୁହେଁ, ଏହାକୁ ପ୍ରସ୍ତୁତ କରିବା ପାଇଁ ସେ ଓଭର ହେଡ୍ ଟ୍ୟାଙ୍କରେ ଥିବା ପାଣିକୁ ବ୍ୟବହାର କରୁଥିଲା । ଲେମ୍ବୁ ପାଣିରେ ଭର୍ତ୍ତି ଏହି ଡ୍ରମକୁ ସେହି କର୍ମଚାରୀ ପରେ ଷ୍ଟଲରେ ରଖି ବିକ୍ରି କରୁଛି ।

ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଜଣେ ଯାତ୍ରୀ ଏହି ଭିଡିଓକୁ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପରେ ଏହା ଭାଇରାଲ ହେବାରେ ଲାଗିଥିଲା । ଏହା ପରେ ସେଣ୍ଟ୍ରାଲ୍ ରେଲୱର ଅବହେଳା ପଦାରେ ପଡିଗଲା ଏବଂ ରେଲୱେ ତରଫରୁ ତୁରନ୍ତ ପଦକ୍ଷେପ ନିଆଗଲା ।

ଭିଡିଓ ଦେଖିବା ପରେ ରେଲୱେ ଅଧିକାରୀମାନେ କୁର୍ଲା ଷ୍ଟେସନର ପ୍ଲାଟଫର୍ମ ନମ୍ବର ୭ ଓ ୮ରେ ଥିବା ସମଗ୍ର ଖାଦ୍ଯ ଓ ପାନୀୟ ସାମଗ୍ରୀକୁ ସିଲ୍ କରିଦେଇଛି । ଷ୍ଟଲର ଲାଇସେନ୍ସ ରଖିଥିବା ବ୍ଯକ୍ତିଙ୍କୁ ମଧ୍ଯ ଯାଞ୍ଚ କମିଟି ସାମ୍ନାରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି । ତେବେ କହିରଖୁଛୁ ମେସିନରୁ ପ୍ରସ୍ତୁତ ଜୁସ୍ ଉପରେ କଟକଣା ଲଗାଯାଇନି ।

   ସମ୍ବନ୍ଧିତ ଖବର


ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

BMWରେ ଅଳିଆ ଉଠାଉଛନ୍ତି ଯୁବକ, କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ…

କରୋନା : ସମସ୍ତଙ୍କ ଓଠରେ ଏବେ ହସ ଫୁଟିବା ସମୟ ଆସିଗଲା ! ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ସୂଚନା