କଟରରେ ସ୍ବାମୀକୁ କାଟି ଖଣ୍ଡ ଖଣ୍ଡ କଲା ସ୍ତ୍ରୀ, ସମଲିଙ୍ଗୀ ହୋଇଥିବାରୁ ପୁରୁଷଙ୍କୁ କରୁଥିଲା ଘୃଣା

ଯୋଧପୁର,୧୪।୮: ବିବାହର ୭ ବର୍ଷ ପରେ ସ୍ବାମୀକୁ ଅତି ନିର୍ମମ ଭାବରେ ହତ୍ୟା କଲା ସ୍ତ୍ରୀ। ନିଜର ସମଲିଙ୍ଗୀ ସ୍ତ୍ରୀକୁ ଆସିବା ସ୍ବାମୀ ବାରମ୍ବାର ଚାପ ପକାଇବା କାରଣରୁ ନିଜର ଭଉଣୀଙ୍କ ସହିତ ମିଶି ହତ୍ୟା କରିବାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ ପତ୍ନୀ। ସ୍ବାମୀକୁ ନିଜର ଭଉଣୀଙ୍କ ଘରକୁ ଡକାଇ ତାଙ୍କୁ ନିଶା ଦ୍ରବ୍ୟ ଓ ଇଞ୍ଜେକସନ୍ ଦେଇ ମାରିବା ପରେ ଇଲେକ୍ଟ୍ରିକ୍ କଟରରେ ହାତ-ଗୋଡ ଓ ବେକ କାଟି ପଲିଥିନରେ ପ୍ୟାକ କରି ପାଇଖାନା ଟାଙ୍କି ଭିତରେ ପକାଇ ଦେଇଥିଲେ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଘଟିଛି।

ପୁରୁଷଙ୍କୁ ସବୁବେଳେ ଘୃଣା କରୁଥିବା ସୀମା ନିଜ ସ୍ବାମୀ ଚରଣ ସିଂ ହତ୍ୟା କରିଛନ୍ତି। ସୀମା ନିଜ ଭଉଣୀଙ୍କ ସହ ମିଶି ଅତି ନିର୍ମମ ଭାବରେ ସ୍ବାମୀଙ୍କୁ ଡକାଇ ହତ୍ୟା କରିଥିଲା। କେବଳ ସେତିକି ନୁହେଁ, ଘରର ବାଥରୁମରେ କଟରରେ ତାଙ୍କର ହାତ-ଗୋଡ ଓ ବେକ କାଟି ଦେଇଥିଲା।

ସୀମା ସବୁବେଳେ ପୁରୁଷଙ୍କୁ ଘୃଣା କରୁଥିଲା। ଆଉ ଏହି କାରଣରୁ ସେ ଏଭଳି ଏଖ ଜଘନ୍ୟ କାଣ୍ଡ ରଚିଥିଲା।  ସୀମା ପିଲାବେଳୁ ସମଲିଙ୍ଗୀ ଥିଲା।  ବାଲ୍ୟ ବୟସରୁ ତା’ର ବିବାହ ଚରଣ ସିଂଙ୍କ ସହ ହୋଇଥିଲା। ବିବାହର ୭ ବର୍ଷ ପରେ ଚରଣ ସିଂ ନିଜ ସ୍ତ୍ରୀକୁ ଘରକୁ ନେବାକୁ ଚାହୁଥିଲା, ଯାହାକି ସୀମାକୁ ପସନ୍ଦ ନଥିଲା। ଚରଣ ସିଂ ଯୋଧପୁରର ବନାଡରେ ନିଜର ଭଡା ଘରକୁ ଆସିବା ଡକାଇବା ସହ ଗୌନାକୁ ନେଇ କଥା ହୋଇଥିଲା। ଏହି ସମୟରେ  ସୀମାର ଭଉଣୀମାନେ ମିଶି ଚରଣ ସିଂକୁ ହତ୍ୟା କରିବାରେ ସହାୟତା କରିଥିଲେ।

ଗୁରୁବାର ଯୋଧପୁର ପୋଳିସ ଏନେଇ ଖୁଲାସା କରିଥିଲା। ସ୍ବାମୀକୁ ମାରିବା ପରେ ସୀମାର ରାଗ ଶେଷ ହୋଇନଥିଲା ସେ ବାଥରୁମରେ ଚରଣସିଂର ଶବକୁ  ଇଲେକ୍ଟ୍ରିକ୍ କଟରରେ କାଟିଥିଲା। ପଲିଥିନରେ ଭରି ଅଲଗା ଅଲଗା ସ୍ଥାନରେ ପକାଇଥିଲା। ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ ରିମାଣ୍ଡରେ ଅଣାଯିବ।