PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗତ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଦୁଇ ଥର ବିବାହ କରିଛନ୍ତି ରାନୁ ମଣ୍ଡଳ, ପ୍ରଥମ ସ୍ବାମୀ ରାନୁଙ୍କ ସହ କରିଛନ୍ତି ଏଭଳି କାମ…ବ୍ୟକ୍ତିଗତ ଜୀବନକୁ ନେଇ ଫିଟିଲା ସବୁ ଗୁମର

ମୁମ୍ବାଇ ୩୧।୮: ଇଣ୍ଟରନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳ । ଅନେକଙ୍କ ପାଇଁ ଏହା ସ୍ୱପ୍ନ ହୋଇଥିବା ବେଳେ ରାତାତାତି ଷ୍ଟାର ବନି ଯାଇଥିବା ରାନୁ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ିବାରେ ଲାଗିପଡ଼ିଛନ୍ତି। ରାନୁ ମଣ୍ଡଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ତେବେ ସୋସିଆଲ ମିଡିଆ ଜରିଆରେ ସମଗ୍ର ବିଶ୍ବର ହୃଦୟ ଜିତିଥିବା ରାନୁ ମଣ୍ଡଲଙ୍କ ପରିବାରକୁ ନେଇ ଅନେକ କଥା ସାମନାକୁ ଆସିଛି।

୧୦ବର୍ଷ ତଳେ ଛାଡ଼ି ଚାଲି ଯାଇଥିବା ଝିଅ ଏବେ ରାନୁଙ୍କ ପାଖରେ ପହଞ୍ଚିଥିବା ବେଳେ ଅନ୍ୟ ସଦସ୍ୟ ମଧ୍ୟ ରାନୁଙ୍କ ପାଖକୁ ଆସୁଥିବା ଜଣାପଡ଼ିଛି । ଏବେ ଧିରେ ଧିରେ ତାଙ୍କ ବ୍ୟକ୍ତିଗତ ଜୀବନର ଉପରୁ ମଧ୍ୟ ପରଦା ଉଠିବାରେ ଲାଗିଛି ।

ସୂଚନା ଅନୁଯାୟୀ ରାନୁ ଦୁଇ ଥର ବିବାହ କରିବା ଖବର ଏବେ ସାମ୍ନାକୁ ଆସିବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମ ସ୍ୱାମୀ ପଶ୍ଚିମ ବଙ୍ଗର ବାସିନ୍ଦା ଥିଲେ । ସେ ରାନୁଙ୍କ କାମକୁ ପସନ୍ଦ କରୁ ନ ଥିବା ସହ ତାଙ୍କୁ ଭଲ ପାଉ ନଥିଲେ । ମାତ୍ର ୨୦ବର୍ଷ ବୟସରୁ ରାନୁ ବିଭିନ୍ନ କ୍ଲବ୍‌ରେ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ତାଙ୍କ ସ୍ୱାମୀକୁ ଏ ସବୁ ପସନ୍ଦ ନଥିଲା । ତାଙ୍କର ଲୋକପ୍ରିୟତାକୁ ଶ୍ବଶୁର ଘର ଲୋକେ ବି ସହି ପାରୁନଥିଲେ। ପ୍ରଥମ ସ୍ୱାମୀଠାରୁ ଗୋଟେ ପୁଅ ଓ ଝିଅ। ରାନୁ ଗୀତ ଗାଇବା ବନ୍ଦ କରି ଦେଇଥିଲେ ଏହା ସତ୍ବେ ମଧ୍ୟ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ ।

ପ୍ରଥମ ବିବାହ ବିଚ୍ଛେଦ ପରେ ୨୦୦୦ମସିହାରେ ସେ ମୁମ୍ବାଇ ଚାଲିଆସିଥିଲେ। ଏହା ପରେ ରାନୁ ଫିରୋଜ୍‌ ଖାନ୍‌ଙ୍କ ଭଳି ବଡ଼ ସୁପରଷ୍ଟାରଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବବୁଲ ମଣ୍ଡଳଙ୍କୁ ଭେଟିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଏହା ପରେ ଦୁହେଁ ବିବାହ କରି ନେଇଥିଲେ । କିନ୍ତୁ ୨୦୦୩ରେ ବବୁଲଙ୍କ ଅକାଳ ମୃତ୍ୟୁ ରାନୁଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା ।

ସ୍ବାମୀଙ୍କର ମୃତ୍ୟୁ ପରେ ରାନୁ ପୁଣି ଥରେ ପଶ୍ଚିମ ବଙ୍ଗ ଫେରି ଆସିଥିଲେ ଏବଂ ଏଠାରେ ଗୀତ ଗାଇ ଟଙ୍କା ମାଗୁଥିଲେ। ନିଜ ପେଟ ପୋଷିବା ପାଇଁ ତାଙ୍କୁ ଏସବୁ କରିବାକୁ ପଡ଼ୁଥିଲା। ବବୁଲଙ୍କଠାରୁ ମଧ୍ୟ ରାନୁଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଥିବା ଜଣାପଡ଼ିଛି । ତେବେ ରାନୁଙ୍କୁ ନ୍ୟୁରୋଜିକାଲ ଡିଜ୍‌ଅର୍ଡର ଥିବାରୁ ତାଙ୍କୁ ଅନେକ ସମୟରେ ପାନିକ୍‌ ଆଟାକ୍‌ ଆସିଥାଏ । ଯାହା ପାଇଁ ତାଙ୍କ ପରିବାର ତାଙ୍କଠାରୁ ଦୂରରେ ରହୁଥିବା ଜଣା ପଡ଼ିଛି । କିନ୍ତୁ ଏବେ ତାଙ୍କୁ ସଫଳତା ମିଳିବା ପରେ ସମସ୍ତେ ତାଙ୍କ ପାଖକୁ ଫେରୁଥିବା ଦେଖାଯାଇଛି ।