PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଦିଲ୍ଲୀ ସରକାରଙ୍କୁ ନିଷ୍ପତ୍ତିକୁ ଖାରଜ କଲେ ଉପରାଜ୍ୟପାଳ; କେଜରିୱାଲ କହିଲେ, ଦିଲ୍ଲୀବାସୀଙ୍କୁ ଅପମାନ

pic-indiatoday

ନୂଆଦିଲ୍ଲୀ: ଦିଲ୍ଲୀରେ ଉପରାଜ୍ୟପାଳ ଅନୀଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ପୁଣି ସାମ୍ନାସାମ୍ନି ହୋଇଛି। ହେଲେ ଏଥର ଅରବିନ୍ଦ ସିଧା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କାରଣ ଦିଲ୍ଲୀରେ କୃଷକ ଆନ୍ଦୋଳନ  ଓ ଜାନୁଆରୀ ୨୬ରେ ହୋଇଥିବା ହିଂସା ମାମଲାରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଓକିଲ ମଣ୍ଡଳୀ ବଚ୍ଛା ଯାଇଥିଲା।

ଏମାନେ ମାମଲାର ଶୁଣାଣି ବେଳେ ସରକାରଙ୍କର ପକ୍ଷ ରଖିଥାନ୍ତେ। ହେଲେ ଉପରାଜ୍ୟପାଳ ଅନୀଲ ବୈଜଲ କିନ୍ତୁ ଦିଲ୍ଲୀ ସରକାରଙ୍କର ଏହି ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ଦିଲ୍ଲୀ ପୁଲିସ ବାଛିଥିବା ଓକିଲ ମଣ୍ଡଳିକୁ ମାମଲାରେ ଶୁଣାମି ପାଇଁ ସ୍ୱିକୃତି ଦେଇଛନ୍ତି ଉପରାଜ୍ୟପାଳ। ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍।

ଏ ନେଇ କେଜରିୱାଲ୍ ଟ୍ୱିଟ୍ କରି ଲେଖିଛନ୍ତି “କ୍ୟାବିନେଟ୍‌ ନିଷ୍ପତ୍ତିକୁ ଏମିତି ବଦଳେଇ ଦେବା ଦିଲ୍ଲୀବାସୀଙ୍କ ପାଇଁ ଅପମାନର କଥା। ଦିଲ୍ଲୀର ଲୋକମାନେ ଐତିହାସିକ ବହୁମତ ଦେଇ ‘ଆପ’ ସରକାରକୁ ବାଛିଥିଲେ ଓ ବିଜେପିକୁ ହରାଇଥିଲେ। ବିଜେପି ଦେଶ ଚଲାଉ ଆଉ ‘ଆପ’କୁ ଦିଲ୍ଲୀ ଚାଳାଇବାକୁ ଦେଉ। ଏବେ ପ୍ରାୟ ପ୍ରତିଦିନ ପ୍ରତ୍ୟେକ କାମରେ ଏମିତି ଦଖଲ ଦେବା ଦିଲ୍ଲୀ ଲୋକମାନଙ୍କ ପ୍ରତି ଅପମାନ। ବିଜେପି ଜନତନ୍ତ୍ରର ସମ୍ମାନ କରିବା ଉଚିତ୍। “

ଏହି ମାମଲାରେ ସୂଚନା ଦେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଦ୍ୱାରା ବଛାଯାଇଥିବା ଓକିଲଙ୍କ ସୂଚୀକୁ ଖାରଜ କରିଦିଆଯାଇଛି। ଦିଲ୍ଲୀ ପୁଲିସ ବାଛିଥିବା ଓକିଲ ମଣ୍ଡଳିକୁ ଉପରାଜ୍ୟପାଳ ଅନୁମତି ଦେଇଛନ୍ତି। ସୋମବାର ଦିଲ୍ଲୀ କ୍ୟାବିନେଟ୍‌ ଓକିଲ ଚୟନ ନେଇ ନିଷ୍ପତ୍ତି ନେଇଥିଲା। ଏମାନେ ଦିଲ୍ଲୀ ପୁଲିସ ପକ୍ଷରୁ ସରକାରୀ ଓକିଲ ହୋଇଥାନ୍ତେ।  ଜାନୁଆରୀ ୨୬ କୃଷକ ହିଂସା ସମ୍ବନ୍ଧିତ ଥିଲା। ହେଲେ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କୁ ନିଷ୍ପତ୍ତିକୁ ଖାରଦ କର ଦିଲ୍ଲୀ ପୁଲିସ ଓକିଲ ମଣ୍ଡଳିକୁ ମଞ୍ଜୁରି ଦେଇଛନ୍ତି ବୋଲି ସିସୋଦିଆ ସୂଚନା ଦେଇଚନ୍ତି।

ସମ୍ବନ୍ଧିତ ଖବର