PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ମା’ଙ୍କ ମୃତ୍ୟୁ ପରେ କ୍ଷୀର ବିକ୍ରି କରି କ୍ରିକେଟର୍ ଭାବେ ଗଢିଲେ ବାପା, ଏବେ ୧ କୋଟି ୯୦ ଲକ୍ଷ ଟଙ୍କାରେ କିଣିଲା ସନରାଇଜର୍ସ୍

ନୂଆଦିଲ୍ଲୀ, ୧୯|୧୨: ଅଣ୍ଡର ୧୯ କ୍ରିକେଟ ଟିମର ଅଧିନାୟକ ମେରଠର ପ୍ରିୟମ ଗର୍ଗ ୧କୋଟି ୯୦ ଲକ୍ଷ ଟଙ୍କାରେ ନିଲାମ ହୋଇଛନ୍ତି। ମେରଠର ପ୍ରବୀଣ କୁମାର, ଭୁବନେଶ୍ବର କୁମାର ଓ କରଣ ଶର୍ମାଙ୍କ ପରେ ସହରର ଏହି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି।

ମେରଠର ପରୀକ୍ଷିତଗଡରେ ରହୁଥିବା ୧୯ ବର୍ଷୀୟ ପ୍ରିତମ ଆଇପିଏଲରେ ଚଉକା ଓ ଛକ୍କା ଲଗାଇବାରେ ନଜର ଆସିବେ। ପ୍ରିୟମଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧କୋଟି ୯୦ ଲକ୍ଷ ଟଙ୍କାରେ କିଣିଛି। ଏହି ଡାହାଣହାତୀ ବ୍ୟାଟସମ୍ୟାନଙ୍କୁ ଆଇପିଏଲ ନିଲାମ ତାଲିକାରେ ସାମିଲ କରାଯାଇଥିଲା। ତେବେ ସେ ଜୀବନରେ ଅନେକ ସଙ୍ଘର୍ଷ କରିଛନ୍ତି। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କର ଯାତ୍ରା।

୨୦୧୧ ମସିହାରେ ପ୍ରିୟମଙ୍କ ମାଙ୍କ ଦେହାନ୍ତ ହୋଇଯାଇଥିଲା। ତାହା ତାଙ୍କର ଜୀବନରେ ସବୁଠାରୁ କଷ୍ଟଦାୟକ ଥିଲା। ଫଳରେ ତାଙ୍କୁ କ୍ରିକେଟରୁ କିଛିଦିନ ପାଇଁ ବ୍ରେକ୍ ନେବାକୁ ପଡିଥିଲା। ସେହି ସମୟରେ ତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା। କିନ୍ତୁ ପିତା ତାଙ୍କୁ ସମର୍ଥନ କରିଥିଲେ। ତାଙ୍କ ପିତା ନରେଶ ଗର୍ଗ କ୍ଷୀର ବିକ୍ରି କରି ତାଙ୍କୁ କ୍ରିକେଟର୍ କରିଥିଲେ।

ଅଣ୍ଡର ୧୯ ବିଶ୍ବକପର ଅଧିନାୟକ ହେବା ପରେ ପ୍ରିୟମ ସଚିନ ତେନ୍ଦୁଲକରଙ୍କୁ ଆଦର୍ଶ ଭାବେ ମାନିଥିଲେ। ତେବେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଫେଭରେଟ୍ ଟିମ୍ ବୋଲି ସେ କହିଛନ୍ତି। ତେବେ ଆଇପିଏଲର ଅଂଶ ହୋଇ ସେ ଗର୍ବ ଅନୁଭବ କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର