PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଖାଲି ପେଟରେ ତୁଳସୀ ପତ୍ର ସେବନ ଶରୀର ପାଇଁ ଖୁବ୍‌ ଫଳପ୍ରଦ, ଥଣ୍ଡା ସମୟରେ ବି ରହିବେ ପୂରା ସୁସ୍ଥ

ଗୁଣକାରୀ ତତ୍ତ୍ୱରେ ଭରପୂର ତୁଳସୀ ପତ୍ରର ଉପଯୋଗ ଅନେକ ପ୍ରକାରର ଚିକିତ୍ସାରେ କରାଯାଏ। ଏହାର ଆଣ୍ଟି –ବ୍ୟାକ୍ଟେରିଆଲ , ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ଭାଇରାଲ ପ୍ରପର୍ଟିଜ୍ ଇମ୍ୟୁନିଟି ସିଷ୍ଟମ ପାଇଁ  ବହୁତ ଉତ୍ତମ ଭାବେ ଜଣାଯାଏ। ବିଶେଷଜ୍ଞଙ୍କ ମତରେ ତୁଳସୀ ପତ୍ରର ଚା ପ୍ରତିଦିନ ପିଇଲେ କେବଳ ଆମର ତ୍ୱଚାରେ ଔଜ୍ଜଲ୍ୟତା ଆସିନଥାଏ , ଏହାସହ ଏଜିଂ ପ୍ରୋସେସର ଗତିକୁ ବି ଧିମା କରିଥାଏ । ଆସନ୍ତୁ ଜାଣିବା ଖାଲି ପେଟରେ ତୁଳସୀ ପତ୍ରର ସେବନ କଲେ କଣ କଣ ଉପକାର ମିଳେ।

୧ -ମେଟାବଲିଜିମ୍‌ – ତୁଳସୀ ପତ୍ର ଆମର ପେଟ ପାଇଁ ବଡ଼ ଫଳପ୍ରଦ ହୋଇଥାଏ ଏବଂ ଏହା ଖୁବ୍‌ ଜୋରରେ ମେଟାବଲିଜିମ୍‌ ସିଷ୍ଟମକୁ ସକ୍ରିୟ କରିଥାଏ । ଏହା ବ୍ୟତୀତ ତୁଳସୀ ପତ୍ର ଗ୍ୟାସ୍‌ , ଏସିଡିଟି ବା ବିଭିନ୍ନ ପ୍ରକାରର ଡାଇଜେସନ ସହ ଜଡ଼ିତ ସମସ୍ୟାରେ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିଥାଏ ।

 ୨- ବଡ଼ି ଡିଟୋକ୍ସିଫିକେସନ  – ତୁଳସୀର ପତ୍ରରେ ବଡ଼ିକୁ ଡିଟାକ୍ସ କରିବାର କ୍ଷମତା ଥାଏ । ଏହାର ଗୁଣକାରୀ ତତ୍ତ୍ୱ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରବାରେ ବଡ଼ ଉପଯୋଗୀ ହୋଇଥାଏ ।

୩- ମୁହଁର ବ୍ୟାକ୍ଟେରିଆ – ଆପଣ କଣ ଜାଣନ୍ତି , ତୁଳସୀର ପତ୍ର ମୁହଁରେ ଲୁଚି ଥିବା ବ୍ୟାକ୍ଟେରିଆକୁ ବି ପୂରା ସମୂଳ ସଫା କରିଦେଇ ଥାଏ । ଏହାର ସେବନ କରିବା ପରେ ଆପଣଙ୍କ ନିଶ୍ୱାସରେ ସତେଜତା ଅନୁଭବ ହେବ ।

୪- ଥଣ୍ଡା –କାଶ –ଶୀତ ଦିନରେ କାଶ ,ଥଣ୍ଡାର ସମସ୍ୟା ସାଧାରଣ କଥା ହୋଇଯାଏ । ଏମିତି ସମସ୍ୟାରେ ମଧ୍ୟ ତୁଳସୀ ପତ୍ର ଶରୀରକୁ ଆଶ୍ୱସ୍ତିକର କାମ କରିଥାଏ ଏବଂ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।

୫- ଷ୍ଟ୍ରେସ୍‌ – ଚିନ୍ତା ବା ଅବସାଦ ସହ ଜଡ଼ିତ ସମସ୍ୟାରେ ମଧ୍ୟ ତୁଳସୀ ପତ୍ର ଭଲ ସାହାଯ୍ୟ କରିଥାଏ । ଏହାର ପତ୍ରରେ ଥିବା ଏଡେପ୍ଟୋଜନ ମେଣ୍ଟାଲ ଷ୍ଟ୍ରେସ୍‌କୁ କମ୍‌ କରିବା ପାଇଁ ଫଳପ୍ରଦ ବୋଲି ଜଣାଯାଏ ।