ମୋଟାପା ପାଇଁ ଖାଦ୍ୟାଭ୍ୟାସ ଦାୟୀ , ଓଜନ କମ୍‌ କରିବା ପାଇଁ ପ୍ରତିଦିନ ଏହି ସମୟରେ ଖାଦ୍ୟ ଖାଆନ୍ତୁ

ଆମେରିକା ୦୨ /୦୩ : ଆଜିକାଲି ଛୋଟ ଠାରୁ ବଡ଼ ସବୁ ବର୍ଗର ଲୋକଙ୍କର ମୋଟାପା ଏକ ସମସ୍ୟା ହୋଇଛି । ଏହାକୁ ନେଇ ଚିନ୍ତିତ ସମସ୍ତେ । କେମିତି ଶରୀରର ଓଜନ କମାଇବେ ଏହି ପ୍ରୟାସ କରିଥାନ୍ତି । ହେଲେ କେମିତି ଶରୀରେ ଫ୍ୟାଟ୍‌ ବା ଚର୍ବି ବଢେ, ତାହାର କାରଣ ବୁଝନ୍ତି ନାହିଁ ।  

ଏକ ଅଧ୍ୟୟନରୁ ଜଣାପଡ଼ିଛି , ଆପଣ ଦିନରେ କେଉଁ ସମୟରେ ଭୋଜନ କରୁଛନ୍ତି , ଏଥିରୁ  ଜଣାପଡ଼ିପାରେ କି ଆପଣଙ୍କ ଶରୀର କେତେ କ୍ୟାଲୋରୀ ଖାଇଥାଏ ।

ଅଧ୍ୟୟନମୁତାବକ, ସନ୍ଧ୍ୟାର ଭୋଜନରୁ ନେଇ ସକାଳର ଜଳଖିଆ  ଯାଏ ପ୍ରତିଦିନ  ଉପବାସ କରିବା  ହେଉଛି ଓଜନକୁ ନିୟନ୍ତ୍ରଣରେ ରଖିବାର ସବୁଠୁ ଉତ୍ତମ ଉପାୟ ।

ଆମେରିକାର ୱେଣ୍ଡରବିଲ୍ଟ ୟୁନିର୍ଭସିଟିର କେଭିନ୍ କୈଲିଙ୍କ ସହ ଅନ୍ୟ ଗବେଷକଙ୍କ କହିବାନୁସାରେ, ଓଜନ କମାଇବା ବା  ବଢ଼ାଇବା  ମଧ୍ୟରେ ମୁଖ୍ୟ ସନ୍ତୁଳନ ହୋଇଥାଏ ଆହାର । ଭୋଜନର ମାତ୍ରା ଏବଂ ଜଣେ ବ୍ୟକ୍ତି କେତେ ବ୍ୟାୟାମ କରିଥାଏ  ଏହା ଉପରେ ନିର୍ଭର କରେ ତାହାର ଓଜନ।

ଏହି ଗବେଷକଙ୍କ କହିବା ହେଲା , ଦିନର ଯେଉଁ  ସମୟରେ ସବୁଠୁ ଅଧିକା ଭୋଜନ ହୋଇଥାଏ , ,ସେଥିରୁ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ କି  ଜଣେ ବ୍ୟକ୍ତି କେତେ କ୍ୟାଲୋରୀ ଭଲ ଭାବେ  ଖାଇଥାଏ ।

ବୈଜ୍ଞାନିକଙ୍କ  କହିବା ହେଲା ,  ବଡ଼ି କ୍ଲକ୍‌ ଏହି ପ୍ରକାରରେ ତିଆରି ହୋଇଛି । ଯାହା କି ଶୋଇବା ବେଳେ ଶରୀରର ଚର୍ବିକୁ ସଂଗ୍ରହ କରିବାରେ ସାହାଯ୍ୟ କରିଥାଏ ।

ଆହୁରି ମଧ୍ୟ ସେମାନେ କହିଛନ୍ତି ଏହାର ଫଳ ସ୍ୱରୂପ ଏହା ହୁଏ କି  ଯେତେବେଳେ ଲୋକ  ଖାଦ୍ୟ ଖାଇନଥାନ୍ତି  ଏବଂ ରାତିରେ ହାଲକା ଖାଦ୍ୟ ଖାଇଥାନ୍ତି  ତ ଏଥିରେ ଫ୍ୟାଟ୍‌କୁ ସଂଗ୍ରହ କରିବାରେ ଡେରି ହୋଇଥାଏ । ଏହି ଅଧ୍ୟୟନ ପିଏଲଓଏସ୍ ବାୟୋଲଜି ପତ୍ରିକାରେ ପ୍ରକାଶିତ ହୋଇଛି ।  

ଏଣୁ ନିଜର ଖାଦ୍ୟାଭ୍ୟାସ ଉପରେ ନିର୍ଭର କରେ ଶରୀରର ଓଜନ ଓ ମୋଟାପା । ଯଦି ଆପଣ ଏହି ସମସ୍ୟାରେ ପଡ଼ିଥାନ୍ତି ତ ଏହି ରିପୋର୍ଟ ମୁତାବକ ନିଜର ଖାଦ୍ୟରେ ସନ୍ତୁଳନ ରକ୍ଷା କଲେ ଏଥିରୁ ମୁକ୍ତି ପାଇପାରିବେ ।    

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…

କେମିକାଲ ମୁକ୍ତ ସାବୁନ

ଏହାକୁ ଖାଇଲେ ତଥା ତ୍ୱଚାରେ ଏହାର ତେଲ ଲଗାଇଲେ ଦେଖା ଯିବେ କମ୍‌ ବୟସ୍କ