ମୁହଁରୁ ଦାଗ ହଟାଇ ଗୋଟିଏ ଦିନରେ ଗୋରା କରିବ ଏହି ଫେସ୍‌ପ୍ୟାକ୍‌ ! ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ଭୁବନେଶ୍ୱର- ସମୋସା-କଚୁଡ଼ି ବା ଭଟୁରା ତିଆରି କରିବାରେ ମଇଦାର ବ୍ୟବହାର କରାଯାଏ । ହେଲେ ଆପଣ ଜାଣନ୍ତି  ଆପଣଙ୍କ ସ୍କିନ୍‌କୁ  ମଇଦା ଖୁବ୍‌ ଉଜ୍ୱଳତା ଦେଇପାରେ । ମଇଦା ମୁହଁରୁ ଦାଗ ବା ଟାନିଂକୁ ଦୂର କରି ଚର୍ମରେ ଚମକ ଓ ଗୋରା ପଣ ଆଣିଥାଏ।

ଆମେ ସମସ୍ତେ ଜାଣିଛେ ଅଧିକ ମଇଦାରେ ତିଆରି ଜିନିଷ ଖାଇବା ଦ୍ୱାରା ପେଟ ଖରାପ ହୋଇପାରେ। କିନ୍ତୁ ଏଥିରେ ଆପଣଙ୍କ ସ୍କିନ୍‌ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଯଦି ଆପଣଙ୍କ ସ୍କିନ୍‌ରେ ରିଙ୍କଲ , ଦାଗ ବା ସନ୍‌ବର୍ନ ଥାଏ , ତ ତାକୁ ହଟାଇବା ପାଇଁ  ମଇଦା ଆପଣଙ୍କୁ ସାହାଯ୍ୟ କରିପାରେ। ଆସନ୍ତୁ ଜାଣିବା କେମିତି ଏହି ପ୍ୟାକ୍‌ ପ୍ରସ୍ତୁତ କରିବା –

ଫେସ୍‌ପ୍ୟାକ୍‌ ପାଇଁ  ସାମଗ୍ରୀ –

୧- ମଇଦା

୨- ବିଲାତିର ଜୁସ୍‌

୩- ଦହି

୪- ଦୁଗ୍ଧ ପାଉଡ଼ର

୫-ମହୁ ( ତେଲିଆ ତ୍ୱଚା ପାଇଁ )

ପ୍ୟାକ୍‌ ବନାଇବାର ପ୍ରଣାଳୀ –

୧-ଏକ ପାତ୍ରରେ ୧ ଚାମଚ ଦହି ନିଅନ୍ତୁ।

୨-ପୁଣି ଏଥିରେ ୧ ଛୋଟ ଚାମଚର ମିଲ୍କ ପାଉଡ଼  ଓ ୧ ଚାମଚ ଟମାଟର ରସ ମିଳାନ୍ତୁ

୩-ଏଥରେ ୧ ଚାମଚ ମଇଦା ମିଶାନ୍ତୁ। ଯଦି ଆପଣଙ୍କ ସ୍କିନ୍‌ ତେଲିଆ ଥାଏ ତ ଏଥିରେ ଅଧ ଚାମଚ ମହୁ ମିଶାନ୍ତୁ ।

୪-  ଏହାକୁ ଭଲରେ ମିଶାନ୍ତୁ  ଏବଂ ଏବେ ଆପଣଙ୍କ ସ୍କିନ୍‌ ହ୍ୱାଇଟ୍‌ନିଂ  ପ୍ୟାକ୍‌ ପ୍ରସ୍ତୁତ  ହୋଇଗଲା ।

୫- ଏହି ମାସ୍କକୁ ନିଜର ତ୍ୱଚାରେ ଲଗାନ୍ତୁ ଏବଂ  ଏହାକୁ ପୁରା ଶୁଖିବାକୁ ଦିଅନ୍ତୁ ।

୬- ନିଜର ତ୍ୱଚାକୁ ସାଧା ପାଣିରେ ଧୋଇ ଦିଅନ୍ତୁ ।

ମଇଦା ସ୍କିନ୍‌ରେ ଜମିଥିବା  ମୃତ ଚର୍ମ କୋଷକୁ  ବାହାର କରିଥାଏ । ଏଥିରେ  ସ୍କିନ୍‌ ପୋର୍ସ ଭଲ ଭାବରେ ସଫା ହୋଇଯାଇଥାଏ । ଏହା ଖୁବ୍‌ ଭିତରକୁ ଯାଇ ପୋର୍ସକୁ ସଫା କରିଥାଏ । ଏହି ପ୍ୟାକ୍‌କୁ ନିୟମିତ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍କିନ୍‌ରୁ ରିଙ୍କଲ  ଦୂର ହୁଏ । ଯଦି ଆପଣଙ୍କ  ସ୍କିନ୍‌ ତେଲିଆ ତ ଏହି ପ୍ୟାକ୍‌ରେ ଏଲୋବେରା ବା ଲେମ୍ୱୁ ରସ୍‌ ମିଶାନ୍ତୁ ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ

ବସ୍‌ ତୁମକୁ କେବେ ୧୦୦ କରିବାକୁ ଦେବିନି, ୭ ବର୍ଷ ତଳେ ଏମିତି ପ୍ରତିଜ୍ଞା କରିଥିଲେ ଜୋଫ୍ରା ଆର୍ଚର; ଆଉ ଆଇପିଏଲରେ ତାହା କରି ଦେଖାଇଲେ

କାଲିଠୁ ବଦଳିଯିବ ଏହି ୭ ନିୟମ, ବଢ଼ିପାରେ ଆପଣଙ୍କ ଖର୍ଚ୍ଚ

ଶନିଦେବଙ୍କ କୃପାରୁ ଅତି ଗରିବ ଲୋକ ବି ଧନୀ ହୋଇ ପାରେ, ଜାଣନ୍ତୁ ଶନି ଦେବଙ୍କୁ ପ୍ରସନ୍ନ କରିବାର ଉପାୟ…