ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ଲିଫ୍ଟ; ଦିବ୍ୟାଙ୍ଗକୁ ବ୍ୟାଟେରୀ ଗାଡି ଭରସା

ଭୁବନେଶ୍ୱର,୧୦ ।୫(ବ୍ୟୁରୋ): ଭୁବନେଶ୍ୱର ଷ୍ଟେସନରେ ଦିବ୍ୟାଙ୍ଗଙ୍କୁ ଆଉ ହନ୍ତସନ୍ତ ହେବାକୁ ପଡିବନି । ବାତ୍ୟା ପରେ ଖରାପ ହୋଇଥିବା ଲିଫ୍ଟ୍‌ଗୁଡିକ ଆଜି ପୁଣି କାର୍ଯ୍ୟକ୍ଷମ ହୋଇଛି । ଅପରାହ୍ନ ୩ଟା୩୦ରୁ ଲିଫ୍ଟ୍‌ଗୁଡିକ କାର୍ଯ୍ୟକ୍ଷମ ହେଲା ବୋଲି ଭୁବନେଶ୍ୱର ରେଳ ଷ୍ଟେସନ୍‌ର ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । ତେବେ ଷ୍ଟେସନ୍‌ରେ ଲିଫ୍ଟ୍‌ଗୁଡିକ ସମେତ ବ୍ୟାଟେରୀଗାଡିଗୁଡିକରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଯାଇପାରିବେ । ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମରୁ ଆଉ ଗୋଟିଏ ପ୍ଲାଟଫର୍ମକୁ ଯିବା ପାଇଁ ସେହି ବ୍ୟାଟେରୀଗାଡି ସାହଯ୍ୟ କରିବ । ବୁକିଂ କାଉଣ୍ଟର୍‌ ରାସ୍ତା ଦେଇ ସୁରକ୍ଷିତ ଭାବେ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ଯାହାର ଲାଭ ଦିବ୍ୟାଙ୍ଗମାନେ ନେଇପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି । ସେହିପରି ୧ ନମ୍ବର ପ୍ଲାଟଫର୍ମ ୪ ନମ୍ବର ଓ ୬ ନମ୍ବର ପ୍ଲାଟଫର୍ମରେ ଥିବା ଲିଫ୍ଟ୍‌ରେ ମଧ୍ୟ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଯାଇପାରିବେ । ତେବେ ସୁସ୍ଥ ଥିବା ଯାତ୍ରୀମାନେ ସିଢିରେ ଯାଇ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଲିଫ୍ଟରେ ଛାଡିଦେବାକୁ ସେ ଅନୁରୋଧ କରିଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ