ପ୍ଲାଷ୍ଟିକ୍‌ରେ ତିଆରି ହେଲା ୧୮ କ୍ୟାରେଟ୍ ସୁନା, ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ…

ଗବେଷକମାନେ ଧାତୁମିଶ୍ରିତ ତତ୍ତ୍ୱ ବଦଳରେ ପ୍ଲାଷ୍ଟିକ୍‌ର ଢାଞ୍ଚା ବ୍ୟବହାର କରି ଏକ ହାଲୁକା ୧୮ କ୍ୟାରେଟ୍‌ ସୁନା ପ୍ରସ୍ତୁତ କରିଛନ୍ତି । ସ୍ୱିସ୍‌ ୟୁନିଭର୍ସିଟି ଇଟିଏଚ୍‌ ଜ୍ୟୁରିଚ୍‌ର ଗବେଷକ ଦଳ ଏହି ସୁନା ତିଆରି କରିଛନ୍ତି । ପାରମ୍ପରିକ ୧୮ କ୍ୟାରେଟ୍‌ ସୁନାଠାରୁ ଏହା ୫-୧୦ ଗୁଣ କମ୍‌ ହାଲୁକା । ଏହାର ଢାଞ୍ଚା ଗଠନ ପାଇଁ ଗବେଷକମାନେ ପ୍ରୋଟିନ୍‌ ଫାଇବର ଓ ଏକ ପଲିମର ଲାଟେକ୍ସ ବ୍ୟବହାର କରିଥିଲେ, ଯେଉଁଥିରେ ସେମାନେ ସୁନାର ନାନୋକ୍ରିଷ୍ଟାଲ୍‌ର ପତଳା ପତଳା ଡିସ୍କ ଲଗାଇଥିଲେ ।

ଅଧ୍ୟୟନ ଅନୁସାରେ, ଏହି ସୁନାରେ ପ୍ଲାଷ୍ଟିକ୍‌ର ଭୌତିକ ଗୁଣ ରହିଛି । ଯଦି ଏଥିରୁ ଖଣ୍ଡିଏ କଠିନ ପୃଷ୍ଠଭୂମି ଉପରେ ପଡ଼ିଯାଏ, ତେବେ ତାହା ପ୍ଲାଷ୍ଟିକ୍‌ ଭଳି ଶବ୍ଦ କରିବ । କିନ୍ତୁ ଏହା ସୁନା ଭଳି ଚିକ୍‌ମିକ୍‌ କରୁଛି । ଏହାକୁ ପଲିଶ୍‌ କରାଯାଇ ପାରିବ ଏବଂ ଇଚ୍ଛା ଅନୁସାରେ ବିଭିନ୍ନ ରୂପ ଦିଆଯାଇ ପାରିବ । ଘଣ୍ଟା ଓ ଗହଣା ନିର୍ମାଣ କ୍ଷେତ୍ରରେ ଏହି ପ୍ଲାଷ୍ଟିକ୍‌ ସୁନାର ଚାହିଦା ରହିବ । କେମିକାଲ କାଟାଲିସିସ୍‌, ବୈଦ୍ୟୁତିକ ପ୍ରୟୋଗ କିମ୍ବା ବିକିରଣ ପରିରକ୍ଷଣ ନିମିତ୍ତ ମଧ୍ୟ ଏହା ଉପଯୁକ୍ତ ।

   ସମ୍ବନ୍ଧିତ ଖବର


ଫେବୃଆରୀରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ ! ଜାଣନ୍ତୁ କେଉଁ ଦିନ ଓ କାହିଁକି ?

ପୁଣି ଖସିଲା ସୁନା ଓ ରୂପା ଦାମ୍, ଜାଣନ୍ତୁ ନୂଆ ରେଟ୍

ନିଷ୍ଠା ଥିଲେ ସଫଳତା ମିଳେ : ଦୁଇ ବର୍ଷ ଶିଶୁର ମା’ ହେଲେ IAS, ସ୍ବାମୀ ଓ ଶାଶୁଘର ଲୋକଙ୍କୁ ଦେଲେ ଶ୍ରେୟ

ଲଗାତର ୬ଷ୍ଠ ଦିନ ହ୍ରାସ ହେଲା ପେଟ୍ରୋଲ-ଡିଜେଲ୍ ଦାମ୍