ବଜ୍ରାଘାତରେ ଯୁବକ ମୃତ

ବିନିକା,୨୮/୦୮: ଗତକାଲି ରାତିରେ ବଜ୍ରପାତରେ ବିନିକା ଏନ୍‌ଏସି ଅନ୍ତର୍ଗତ ଉର୍ଲ୍ଲେ ଗାଁର ଜଣେ ଯୁବକର ମୃତ୍ୟୁ ଘଟିଛ। ମୃତ ଯୁବକ ଜଣକ ସୀତାରାମ ସେଠ୍‌ (୩୮) । ସୀତାରାମ ରାତି ଶୌଚ ଯିବାପାଇଁ ବାହାରି ଥିବା ବେଳେ ଆଉ ଘରକୁ ଫେରିନଥିଲେ । ଘରଲୋକ ଖୋଜିବା ପାଇଁ ବାହାରିବା ବେଳେ ବଜ୍ରପାତରେ ଆଘାତ ହୋଇ ଘର ବାଟରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ତାଙ୍କୁ ତୁରନ୍ତ ବିନିକା ଡାକ୍ତରଖାନାରେ ଭର୍ତୀ କରାଯାଇଥିଲା । ଡାକ୍ତର ତାଙ୍କୁ
ମୃତ ଘୋଷଣା କରିଥିଲେ ।

ଆଜି ସାକାଳେ ବ୍ୟବଚ୍ଛେଦ୍‌ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ପାପକ୍ଷୟ ନିକଟ ଶ୍ମଶାନ ଘାଟରେ ଶେଷକୃତ୍ୟ ସଂପନ୍ନ କରାଯାଇଛି । ସାନ ଭାଇ ଜୟରାମ ମୁଖାଗ୍ନି ଦେଇଥିଲେ । ମୃତଙ୍କ ପତ୍ନୀ ଏବଂ ୨ଟି ଛୋଟ ଛୋଟ ପୁତ୍ର ଥିବା ବେଳେ ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

   ସମ୍ବନ୍ଧିତ ଖବର


ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ସଫଳତାର ଶୀର୍ଷରେ ସ୍ବାତୀ

ଆଳୁ ଅସମ୍ଭାଳ: କେଜି ୫୨ ଛୁଇଁଲା, ପଶ୍ଚିମବଙ୍ଗରେ ବି ଅଣାୟତ୍ତ

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ