PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଭାଙ୍ଗିଲା ଶ୍ରୀଲିଙ୍ଗରାଜ ଥାନା, ୧୦୭ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା

ଭୁବନେଶ୍ୱର,୨୦ ।୧୨(ବ୍ୟୁରୋ): ଓଡ଼ିଶାର ଅନ୍ୟତମ ବ୍ରିଟିଶ୍‌ ଅମଳର ଥାନା ଭାବେ ପରିଚିତ ଶ୍ରୀଲିଙ୍ଗରାଜ ଥାନା ଘର ଆଜି ଠାରୁ ଭଙ୍ଗା ଆରମ୍ଭ ହୋଇଛି । ଛାତରୁ ଟିଣ, ଆଜବେଷ୍ଟସ୍‌ କଢ଼ା ହୋଇ ଏହାର ଗୋଟିଏ କୋଣରେ ଡ୍ରୋଜର ପାହାର ପଡ଼ିଛି । ତେବେ ଆସନ୍ତାକାଲି କାନ୍ଥ ବାଡ଼ ସବୁ ଭଙ୍ଗାଯିବ । ୧୦୭ ବର୍ଷ ତଳର ଥାନା ମାଟିରେ ମିଶିବ ।

ଏକାମ୍ର ଯୋଜନା ମୁତାବକ ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ନିର୍ମାଣ ପ୍ରକଳ୍ପରେ ଥାନା ଜମି ଅନ୍ତର୍ଭୃକ୍ତ ହୋଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ସାମନାରେ ଥିବା ଜ୍ଞାନୀ ଜୈଲ ସିଂହ ରାସ୍ତାର ବିଜୁଳି ସବ୍‌ଷ୍ଟେସନ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୬ ଏକର ଜମିରେ ଏଣ୍ଟ୍ରି ପ୍ଲାଜା ପ୍ରକଳ୍ପ ନିର୍ମାଣ ହେବ । ଏହା ମନ୍ଦିର ପରିସର ଭାବେ ବିବେଚିତ ହେବ । ଏଥିରେ କଳିଙ୍ଗ ଐତିହ୍ୟ ଶୈଳୀରେ ବିଭିନ୍ନ ଭାସ୍କର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ପ୍ରତିଷ୍ଠା ହେବ । ସୁନ୍ଦର ଉଦ୍ୟାନ ଓ ଘାସ ଗାଲିଚାରେ ମଣ୍ଡିତ ହେବ । ଏଥିରେ ଏକ ମୁକ୍ତ ରଙ୍ଗମଞ୍ଚ ସହିତ ଶ୍ରାବଣ ମାସରେ ଆସୁଥିବା ବୋଲବମ୍‌ ଭକ୍ତ ଓ ଶିବରାତ୍ରି ପର୍ବରେ ଆସୁଥିବା ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ବିଶେଷ ବନ୍ଦୋବସ୍ତ କରାଯିବ । ଉଦ୍ୟାନରେ ବିଶ୍ରାମସ୍ଥଳ ନିର୍ମାଣ ହୋଇ ତାହାକୁ ନିୟନ ଆଲୋକରେ ସଜ୍ଜିତ କରିବା ପ୍ରସ୍ତାବ ରହିଛି ।

ଏଥିପାଇଁ ଶ୍ରୀଲିଙ୍ଗରାଜ ଥାନା ସମେତ ମନ୍ଦିର ପ୍ରଶାସନ ଦପ୍ତର ଓ ଅନ୍ୟ କିଛି ଘରୋଇ କୋଠାବାଡ଼ିକୁ ସମତୁଲ କରିବାର ଆବଶ୍ୟକତା ରହିଛି । ଥାନାର ପୁରୁଣା ଘରକୁ ଫନି ବାତ୍ୟା କ୍ଷତିଗ୍ରସ୍ତ କରିଥିଲା । ବାତ୍ୟା ପରଠାରୁ ଶ୍ରୀଲିଙ୍ଗରାଜ ଥାନା କ୍ୱାର୍ଟର୍ସ ଘରକୁ ସ୍ଥାନାନ୍ତରିତ ହୋଇଯାଇଛି । ବର୍ତ୍ତମାନ ପୁରୁଣା ଘରେ ପୁଲିସର କାର୍ଯ୍ୟକଳାପ ସେତେଟା ନାହିଁ । ତେଣୁ ଏହି ନିର୍ମାଣକୁ ଭାଙ୍ଗି ସମତୁଲ କରିବା ନିଷ୍ପତ୍ତି ହୋଇଛି । ଏଠାରେ ସୂଚନା ଥାଉ କି ଭୁବନେଶ୍ୱର ଥାନା ୧୯୧୨ ମସିହାରେ ଇଂରେଜଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ୨୦୧୪ରେ ଏହା ଶ୍ରୀଲିଙ୍ଗରାଜ ଥାନା ଭାବେ ନାମିତ ହୋଇଛି । ପୁରୁଣା ଥାନା ଭଙ୍ଗାଯିବା ପରେ ଏଣ୍ଟ୍ରି ପ୍ଲାଜା ନିକଟରେ ଶ୍ରୀଲିଙ୍ଗରାଜ ଥାନା ଐତିହ୍ୟ ଢାଞ୍ଚାରେ ନିର୍ମିତ ହେବାର ପ୍ରସ୍ତାବ ରହିଛି । ଏଥିପାଇଁ ଜମି ଖୋଜା ଚାଲିଛି ।

ସମ୍ବନ୍ଧିତ ଖବର