PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଚିଟଫଣ୍ଡ ସଂସ୍ଥାର ଖୋଳତାଡ଼ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ନରସିଂହପୁର ୨୩/୭ : ସାରା ରାଜ୍ୟରେ ଚିଟ୍ ଫଣ୍ଡ ସଂସ୍ଥାରେ କୋଟି କୋଟି ଟଙ୍କାର ଦୁର୍ନୀତି ସାଧାରଣ ଲୋକଙ୍କ ନିଦ ହଜେଇ ଦେଇଛି। କେବଳ ସେତିକି ନୁହେଁ ରାଜ୍ୟରେ ୪୪ରୁ ଉର୍ଦ୍ଧ୍ବ ଅଣ ସ୍ୱୀକୃତି ପ୍ରାପ୍ତ ବେନାମୀ ସଂସ୍ଥା ଖୋଲି ସାଧାରଣ ଲୋକଙ୍କ ଠାରୁ ମୋଟା ଅଙ୍କର କୋଟି କୋଟି ଅର୍ଥ ରାଶି ଆଦାୟ କରିଛନ୍ତି। ଗୋଟେପଟେ ସଂସ୍ଥାର ମାଲିକମାନେ ଫେରାର ଥିବାବେଳେ ସେଥି ମଧ୍ୟରୁ କାହାକୁ ବେଲ୍ ତ ଆଉ କାହାକୁ ଜେଲ୍ ପଠାଇ ଦେଇ କମିଶନ ଉପରେ କମିଶନ ନିଯୁକ୍ତି କରି ଟଙ୍କା ନିବେଶ କରିଥିବା ଜମାକାରୀଙ୍କ ମନରେ ଅର୍ଥ ଫେରି ପାଇବାର ଆଶା ସଂଚାର କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ତାହା ଫଳ ଶୁନ ହୋଇ ରହି ଯାଉଥିବା ଜମାକାରୀ ମାନେ ଅଭିଯୋଗ କରିଛନ୍ତି।

ଏ ନେଇ ଆଜି କଟକ ଜିଲ୍ଲା ନରସିଂହପୁରରେ ୱେଲଫେୟାର ଚିଟଫଣ୍ଡ କମ୍ପାନି ଅଫିସ ସନ୍ଧାନରେ କଟକ ଭିଜିଲାନ୍ସ ଡ଼ିଏସପି ପାହ୍ୟାର ଦୁଇ ଜଣିଆ ଟିମ ଆଜି ନରସିଂହପୁର ଜେଲ ସମ୍ମୁଖରେ ପୂର୍ବରୁ ଥିବା ୱଲେଫେୟାର କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ୱେଲଫେୟାର ଅଫିସ କିଛି ବର୍ଷ ତଳେ ଏହି ସ୍ଥାନରେ ନିଜର କାର୍ଯ୍ୟାଳୟ ଖୋଲି ଲୋକମାନଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିଲା ବୋଲି ତଦନ୍ତକାରୀ ଅଫିସରମାନେ ଜାଣିବାକୁ ପାଇଥିଲେ। ଏନେଇ ଘର ମାଲିକଙ୍କ ସହିତ ଆଲୋଚନା କରି ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ମାତ୍ର ଗଣମାଧ୍ୟମ ଠାରୁ ଦୂରେଇ ରହିବା ସହ ନିଜର ପରିଚୟ ଗୁପ୍ତ ରଖିବା ସହିତ ଏ ନେଇ କୌଣସି ସୂଚନା ନଦେଇ ଏଡାଇ ଯାଇଥିଲେ।

ସମ୍ବନ୍ଧିତ ଖବର