PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

https://www.inc.com/

ନୂଆଦିଲ୍ଲୀ, ୨୯/ ୧୦: ପ୍ରତି ଏକ ମିନିଟରେ ୩ ଜଣଙ୍କୁ ଚାକିରି ଦେଉଛି ଗ୍ଲୋବାଲ ପ୍ରଫେଶନାଲ ନେଟଓ୍ବାର୍କିଙ୍ଗ୍‌ ପ୍ଲାଟଫର୍ମ ‘ଲିଙ୍କଡଇନ୍’‌। ଏନେଇ ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡେଲା କହିଛନ୍ତି ଲିଙ୍କଡଇନ୍‌ ପକ୍ଷରୁ ସୁନିଶ୍ଚିତ କରାଯାଇଛି ଯେ, ପ୍ରତି ଏକ ମିନିଟରେ ତିନି ଜଣ ବ୍ୟକ୍ତିଙ୍କୁ କାମ ଯୋଗାଉଛି। ଏଥିସହିତ ଏହି ଆପରେ ଥିବା ନୂଆ ସୁବିଧା ମାଧ୍ୟମରେ ପାଖାପାଖି ୪ କୋଟି ବ୍ୟକ୍ତି ଚାକିରି ନୂଆ ଚାକିରି ଖୋଜି ପାରୁଛନ୍ତି। ଏହି ଆପରେ ୭୨.୨ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି। ଅଧିକରୁ ଅଧିକ ପେଶାଦାର ବ୍ୟକ୍ତି ମାନେ ନିଜ ଜ୍ଞାନ ବଢ଼ାଇବା ପାଇଁ ଲିଙ୍କଡଇନ୍‌ ଲର୍ଣ୍ଣିଙ୍ଗ୍‌ରେ ବେଶି ସମୟ ଅତିବାହିତ କରିଥାନ୍ତି। ପ୍ରତି ସପ୍ତାହରେ ୧୦ ଲକ୍ଷରୁ ଅଧିକ ସମୟ ୟୁଜର୍ସ ମାନେ ଭିଡିଓ ଦେଖୁଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ୨ ଗୁଣା ଅଧିକ ୟୁଜର୍ସ ଭିଡିଓ ଦେଖୁଛନ୍ତି।

ସତ୍ୟା ନଡେଲା ମଙ୍ଗଳବାର ଦିନ କମ୍ପାନୀର ପ୍ରଥମ ତୈମାସିକ ମିଟିଙ୍ଗରେ କହିଛନ୍ତି ଯେ, ମାର୍କେଟିଙ୍ଗ୍‌ ସମାଧାନ ପରେ ବିଜ୍ଞାପନ ଦାତାଙ୍କ ଚାହିଦା କୋଭିଡ ପୂର୍ବ ସ୍ଥିତିର ପ୍ରାୟ ୪୦ ପ୍ରତିଶତକୁ ଫେରି ଆସିଛି। କାରଣ ବ୍ୟବସାୟୀ ମାନେ ବ୍ୟବସାୟ କରିବା ପାଇଁ ଆମର ଟୁଲକୁ ବ୍ୟବହାର କରୁଛନ୍ତି। ଆୟୋଜକ ମାନେ ଲିଙ୍କଡଇନ୍‌ ସେଲ୍ସ୍‌ ନେବିଗେଟର ଓ ଡାଇନାମିକ୍ସ୍‌ ୩୬୫ର କମ୍ବିନେସନରେ ଟ୍ୟାପ୍‌ କରିବା ଜାରି ରଖିଛନ୍ତି।

ନଡେଲା ଆହୁରି କହିଛନ୍ତି ଯେ, ଆମେ ସରଳ ସନ୍ଧାନ ଓ ମେସେଜିଂ ଅଭିଜ୍ଞତା ସହିତ କାହାଣୀ ଏବଂ ଅନାନ୍ୟ ପୋଷ୍ଟ ସେୟାର କରିବା ପାଇଁ ନୂଆ ଉପାୟରେ ସବୁଠୁ ମହତ୍ବପୂର୍ଣ୍ଣ ରିଡଜାଇନ୍‌ ଲଞ୍ଚ କରିଛୁ। ମାଇକ୍ରୋସଫ୍ଟ୍‌ର ମାଲିକାନାରେ ଥିବା ଲିଙ୍କଡଇନ୍‌ ବିଗତ ମାସରେ ପ୍ରାୟ ୫ ବର୍ଷ ପରେ ଏକ ନୂଆ ରୂପରେ ସାମ୍ନାକୁ ଆସିଛି। ଏଥିରେ ସ୍ନାପଚାଟ୍‌ ଷ୍ଟୋରୀ, ଜୁମ୍, ବ୍ଲୁଜିଂସ ଓ ଟିମ୍‌ ସହିତ ଭିଡିଓ ଇଣ୍ଟିଗ୍ରେସନ୍, ସରଳ ଖୋଜିବା ସୁବିଧା ସହ ଆହୁରି ବହୁତ କିଛି ନୂଆ ରହିଛି।

ଚଳିତ ମାସର ଆରମ୍ଭରେ ଲିଙ୍କଡଇନ୍‌ ଭାରତରେ ଷ୍ଟୋରୀ ଫିଚର ଲଞ୍ଚ କରିଛି। ଯେଉଁଥିରେକି ୟୁଜର୍ସଙ୍କୁ ୨୦ ସେକେଣ୍ଡ ଅବଧିର ଫଟୋ ଓ ଭିଡିଓ ସେୟାର କରିବାର ଅନୁମତି ମଧ୍ୟ ଦିଆଯାଇଛି ଏହା ୟୁଜରର ପ୍ରୋଫାଇଲରେ ୨୪ ଘଣ୍ଟା ପର୍ଯ୍ୟନ୍ତ ନଜର ଆସିଥାଲ।

ସମ୍ବନ୍ଧିତ ଖବର