ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ପୁଣି ଏକ ଦୁଃଖଦ ଖବର, ସିଂହୀ ସୁପ୍ରିୟାର ମୃତ୍ୟୁ

ଚନ୍ଦକା,୩୦/୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ପୁଣି ଏକ ଦୁଃଖଦ ଖବର । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ସିଂହୀ ‘ସୁପ୍ରିୟା’ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛି । ସକାଳ ୯ଟା ୩୦ରେ ତାର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ ବିମଳ ପ୍ରସ।।ଦ ଆଚାର୍ଯ୍ୟ । ସିଂହୀଟିର ବୟସ ୨୬ ବର୍ଷ ହୋଇଥିଲା । କିଛିଦିନ ହେବ ସେ ଖାଦ୍ୟ ଛାଡ଼ି ଦେଇଥିଲା । ଦାନ୍ତଗୁଡ଼ିକ ଝଡ଼ି ପଡ଼ିଥିଲା । ନନ୍ଦନକାନନ କର୍ତ୍ତୃପକ୍ଷ ତାକୁ ମାଂସ ଟୁକୁଡ଼ା ଟୁକୁଡ଼ା କରି ଖାଇବାକୁ ଦେଉଥିଲେ । କିନ୍ତୁ ଖାଇବାରେ ଅସୁବିଧା ଏବଂ ଦୁର୍ବଳ ହୋଇଯିବାରୁ ତାକୁ ସାଲାଇନ୍‌ ଦେବାକୁ ପଡ଼ିଥିଲା । ସିଂହୀଟି ୧୯୯୪ରେ ଏହିଠାରେ ଜନ୍ମ ଗ୍ରହଣ କରିଥିଲା । ଏହାର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୪କୁ ଖସି ଆସିଛି । ସେମାନଙ୍କ ମଧ୍ୟରେ ୭ଟି ହାଇବ୍ରିଡ୍‌ ପ୍ରଜାତିର, ଗୋଟିଏ ଏସିୟ ଓ ଅନ୍ୟ ୬ଟି ଆଫ୍ରିକୀୟ ସିଂହ ଅଛନ୍ତି ।

   ସମ୍ବନ୍ଧିତ ଖବର


ଓରଟେଲ୍‌, ଓଟିଭିରେ ବିପୁଳ କଳାଧନ; ସିବିଆଇ, ଆୟକର, ଇଡି ସ୍କାନରରେ ବୈଜୟନ୍ତ-ଜାଗି…

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା

ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ