PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଭିମସାରରେ ଆଉ ରହିବନି ଅମ୍ଲଜାନ୍‌ ସମସ୍ୟ: ବସିଲା ଏଲ୍‌ଏମ୍‌ଓ ପ୍ଲାଣ୍ଟ, ୩୦ ସୁଦ୍ଧା କାର୍ଯ୍ୟକ୍ଷମ

ବୁର୍ଲା ୨୦/୦୧: ବୁର୍ଲା ଭିମସାର୍‌ରେ କଲିକତାର ଲିଣ୍ଡେ କମ୍ପାନି ପକ୍ଷରୁ ଆସିଥିବା ଗୋଟିଏ ଲିକ୍ୟୁଡ୍‌ ମେଡିକାଲ୍‌ ଅକ୍ସିଜେନ୍‌ (ଏଲ୍‌ଏମ୍‌ଓ) ମେସିନ ସ୍ଥାପିତ ହୋଇଛି । ଦ୍ୱିତୀୟ କୋଭିଡ ହସ୍ପିଟାଲ ପଛପଟେ ଏହି ମେସିନ୍‌ ବସାଯାଇଛି । ମେଡିକାଲ କର୍ତୃପକ୍ଷ, ପୂର୍ତବିଭାଗ ଅଧିକାରୀ , ପିଏଚ୍‌ଡି ବିଭାଗ ଅଧିକାରୀ, ଏବଂ ଇଂଜିନିୟରଙ୍କ ଉପସ୍ଥିତିରେ ଏକ ବିଶାଳକାୟ ଟାଙ୍କି ବସାଯାଇଥିବା ଦେଖିବାକୁ ମିଳିଛି । ପ୍ଲାଣ୍ଟକୁ ବିଦ୍ୟୁତ୍‌ ସଂଯୋଗ , ଡିଜି ସଂଯୋଗ ଏବଂ ପାଣି ସଂଯୋଗ କାମ ବାକି ରହିଛି । ସବୁ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଏହି ଅକ୍ସିଜେନ୍‌ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି ମେଡିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

ବୁର୍ଲା ମେଡିକାଲ୍‌ରେ ଆଉ ରହିବ ନାହିଁ ଅକ୍ସିଜେନ୍‌ ସମସ୍ୟା । କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ରୋଗୀମାନେ ଅକ୍ସିଜେନ୍‌ ପାଇଁ ନାହିଁ ନ ଥିବା ସମସ୍ୟା ଭୋଗିଥିବା ନଜିର ରହିଛି । ଏପରିକି ଅଣକୋଭିଡ ସମୟରେ ମଧ୍ୟ ପୂର୍ବରୁ ରୋଗୀମାନେ ଅକ୍ସିଜେନ୍‌ ପାଇଁ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିଲେ । ହେଲେ କୋଭିଡର ଦୁଇଟି ଲହରରେ ଶିକ୍ଷା ପାଇଲା ଭିମସାର । ପ୍ରଥମେ ଏକାଧିକ ପିଏସଏ ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପିତ କରିବା ପରେ ଏବେ ଗୋଟିଏ ଏଲ୍‌ଏମ୍‌ଓ ପ୍ଲାଣ୍ଟ ବ୍ୟବସ୍ଥା ହେବାକୁ ଯାଉଛି । ଏହି ପ୍ଲାଣ୍ଟ ରେ ୨୦ କିଲୋଲିଟର ବିଶିଷ୍ଟ ଅକ୍ସିଜେନ୍‌ ସଂଚୟ ହେବା କ୍ଷମତା ରହିଥିବା କୁହାଯାଉଛି । ପ୍ଲାଣ୍ଟ ବସିବା ପରେ ଅମ୍ଲଜାନ ସଂରକ୍ଷଣ ପାଇଁ ଏଥିରେ ଭେପୋରାଇଜର ଲଗାଯିବ । ଏହାପରେ ଏଥିରୁ ପ୍ରତି ମିନିଟ୍‌ ପ୍ଲାଣ୍ଟରୁ ପ୍ରତିମିନିଟ୍‌ ରେ ୮ ହଜାର ଲିଟର୍‌ ଅକ୍ସିଜେନ୍‌ ବାହାରି ୱାର୍ଡକୁ ପ୍ରବେଶ କରିବ ବୋଲି ଜଣାପଡିଛି । ତେବେ ସିଲିଣ୍ଡର ରେ ବାହାରୁ ଅକ୍ସିଜେନ୍‌ ଆସି ଏହି ପ୍ଲାଣ୍ଟରେ ସଂଚୟ କରାଯିବ । ତେବେ ଏହି ପ୍ଲାଣ୍ଟର ଯେତେ ପରିମାଣର ସଂଚୟ କ୍ଷମତା ରହିଛି ଏଥିରୁ ଅକ୍ସିଜେନ୍‌ ସମସ୍ତ ୱାର୍ଡକୁ ସଂଯୋଗ କରିବାର କ୍ଷମତା ରହିଥିବା ଜଣାପଡିଛି ।

ସୂଚନା ଥାଉ କି ପୂର୍ବରୁ ଭିମସାର୍‌ରେ ଚାରୋଟି ପିଏସ୍‌ଏ ଅକ୍ସିଜେନ୍‌ ପ୍ଲାଣ୍ଟ ବସିଛି । ଦ୍ୱିତୀୟ କୋଭିଡ ହସ୍ପିଟାଲ୍‌ରେ ୬ଶହ ଲିଟର ବିଶିଷ୍ଟ, ପଲ୍‌ମୋନାରୀ ମେଡିସିନ ବିଭାଗରେ ଦୁଇଟି ହଜାରେ ହଜାରେ ଲିଟର ବିଶିଷ୍ଟ ଅକ୍ସିଜେନ୍‌ ପ୍ଲାଣ୍ଟ , ଏବଂ କ୍ୟାଜୁଆଲ୍ଟି ନିକଟରେ ଗୋଟିଏ ୫ଶହ ଲିଟର୍‌ ବିଶିଷ୍ଟ ପିଏସ୍‌ଏ ଅକ୍ସିଜେନ୍‌ ପ୍ଲାଣ୍ଟ ବସିଛି । ତବେ ଏହି ସବୁ ପିଏସ୍‌ଏ ଅକ୍ସିଜେନ୍‌ ପ୍ଲାଣ୍ଟ ଗୁଡିକରୁ ଅକ୍ସିଜେନ୍‌ ନିର୍ଗତ ହେଉଥିଲେ ମଧ୍ୟ ଭବିଷ୍ୟତକୁ ଆଖି ଆଗରେ ରଖି ଅଧିକ ଅକ୍ସିଜେନ୍‌ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ଅକ୍ସିଜେନ୍‌ ପ୍ଲାଣ୍ଟ ବସିବାର ବ୍ୟବସ୍ଥା କରାଯାଉଥିବା ମେଡିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି ।