PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ବିହାର ବିଧାନମଣ୍ଡଳ ପରିସରରେ ମାଳ ମାଳ ଖାଲି ମଦ ବୋତଲ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ

ପାଟଣା ୩୦/୧୧: ବିହାରରେ କିଛି ଦିନ ପୂର୍ବେ ମଦ ମୃତ୍ୟୁକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିଧାୟକ ଓ ମନ୍ତ୍ରୀମାନେ ଜୀବନରେ କେବେ ମଦ ପିଇବେ ନାହିଁ ବୋଲି ଶପଥ କରିଥିଲେ। ଏହାର କିଛି ଦିନ ପରେ ଆଜି ବିହାର ବିଧାନମଣ୍ଡଳ ପରିସରରେ ଏକାଧିକ ଖାଲି ମଦ ବୋତଲ ପଡ଼ିଥିବାର ଦେଖିବାକୁ ମିଳିଛି। କେହି ଖାଲି ମଦ ବୋତଲ ଫିଙ୍ଗି ଦେଇଥିବା କୁହାଯାଉଛି। ଏହାପରେ ବିରୋଧୀ ଦଳଗୁଡ଼ିକ ପୂରା ରାଜ୍ୟରେ ତୁମ୍ୱିତୁଫାନ କରିଛନ୍ତି। ନୀତିଶ ସରକାରଙ୍କ ମଦ ବନ୍ଦ ବିଫଳ ହୋଇଛି ବୋଲି କହିଛନ୍ତି।

ଜେଡିୟୁ ନେତା ନିଖୀଲ ମଣ୍ଡଳ କହିଛନ୍ତି ବିହାର ବିଧାନମଣ୍ଡଳ ପରିସରରୁ ଖାଲି ମଦ ବୋତଲ ମିଳିବା ଚିନ୍ତାଜନକ ବିଷୟ। ସେ କହିଛନ୍ତି ଯେ ଯଦି ବିରୋଧୀ ଦଳଗୁଡ଼ିକ ସରକାରଙ୍କ ମଦ ବନ୍ଦକୁ ବିଫଳ କରିବାକୁ ଏମିତି କରିଥାନ୍ତି ତ ଏହାର ଖୁଲାସା ହେବ। ଏହା ଛଡ଼ା ବାସ୍ତବରେ କେହି ମଦ ପିଇ ବା ମଦକୁ ଆଣି ଏଠାରେ ଫିଙ୍ଗିଛନ୍ତି ଏହାର ବି ଖୁଲାସା ଖୁବ୍ ଶୀଘ୍ର ହେବ ବୋଲି ନିଖୀଲ କହିଛନ୍ତି। ନିଖୀଲ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ନିଜେ ଏହି ମାମଲାରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯିଏ ବି ଏଭଳି କାର୍ଯ୍ୟ କରିଛି ତାକୁ ଛଡ଼ା ଯିବ ନାହିଁ ।

ତେବେ ବିହାର ବିଧାନମଣ୍ଡଳ ପରିସରରେ ଖାଲି ମଦ ବୋତଲ ମିଳିବା ପରେ ବିରୋଧୀଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି ବିଧାନମଣ୍ଡଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଥାଏ। ଏହାରି ଭିତରେ କେମିତି ସେଠାରି ଖାଲି ମଦ ବୋତଲ ମିଳିଲା ବୋଲି ସିଏ ପ୍ରଶ୍ନ କରିଛନ୍ତି। ତେଜସ୍ୱୀ କହିଛନ୍ତି ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ସରକାର ମଦ ବନ୍ଦ କରିବାରେ ବିଫଳ ହୋଇଛନ୍ତି। ତେଣୁ ନିତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ବୋଲି ତେଜସ୍ୱୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର