ମଦ ପାଇଁ ଟଙ୍କା ନ ଦେବାରୁ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୧୪/୧୧: ମଦ ପିଇବାକୁ ଟଙ୍କା ନ ଦେବାରୁ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାରେ ସହିଦନଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ସେ ହେଲେ କେଶୁରା ବାଙ୍କୁଆଳର ରସାନନ୍ଦ ସ୍ୱାଇଁ ।

ପୁଲିସ କହିବା ମୁତାବକ, ରସାନନ୍ଦ ଗତକାଲି ରାତିରେ ତାଙ୍କ ପଡ଼ୋଶୀ କେଶବ ଚନ୍ଦ୍ର ସାମନ୍ତରାୟ (୮୧)ଙ୍କ ଘରକୁ ଯାଇଥିଲେ । ତାଙ୍କୁ ମଦ ପିଇବାକୁ ୨ ହଜାର ଟଙ୍କା ମାଗିଥିଲେ । କେଶବ ମନା କରିବାରୁ ରସାନନ୍ଦ ରାଗି ଯାଇ କେଶବଙ୍କୁ ଗାଳିଗୁଲଜ ସହ ମାରପିଟ୍‌ କରିଥିଲେ । ଏପରିକି ଟଙ୍କା ନ ଦେଲେ, ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । କେଶବଙ୍କ ପରିବାର ଲୋକ ଓ ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚି ରସାନନ୍ଦଙ୍କୁ କାବୁ କରିଥିଲେ । ଏନେଇ ଅଭିଯୋଗ ପରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଭଙ୍ଗାହେଲା ଏମଏଲଏ କ୍ୱାର୍ଟର୍ସ, ନିର୍ମାଣ ହେବ ଅତ୍ୟାଧୂନିକ ସୁବିଧା ସୁଯୋଗ ଥିବା ବହୁତଳ କୋଠା

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…