PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ମଦ ଚୋରା କାରବାର ରୋକିବାକୁ ଯାଇଥିବା ଅବକାରୀ ଟିମ୍‌କୁ ପିଟିଲେ ମଦ ବେପାରୀ: ୨ ମହିଳାଙ୍କ ସହ ୪ ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର,୦୪/୦୬: ଲକ୍‌ଡ଼ାଉନରେ ମଦ ଚୋରା କାରବାର ରୋକିବାକୁ ଯାଇଥିବା ଅବକାରୀ ଟିମ ଉପରେ ଝାମ୍ପି ପଡିଲେ । ମଦ ବେପାରୀ ଓ ପୁଲିସଙ୍କ ମଧ୍ୟରେ ଠେଲାପେଲା ଧସ୍ତାଧସ୍ତି ଚାଲିଲା । ମଦ ବେପାରୀ ଓ ସ୍ଥାନୀୟ ବାସିନ୍ଦା ମିଶି ପ୍ରବଳ ପିଟିଲେ । ଘଟଣାଟି ଭରତପୁରର ହରପାର୍ବତୀ ସାହିରେ ହୋଇଛି। ଅବକାରୀ ଟିମ୍‌କୁ ଆକ୍ରମଣ କରିବା ଅଭିଯୋଗରେ ୪ ଜଣ ମଦ ବେପାରୀ ଗିରଫ ହୋଇଛନ୍ତି । ସେମାନେ ହେଲେ, ନୟାଗଡ଼ ଜିଲା ଓଡ଼ଗାଁର ଅରୁଣ ନାୟକ ଓରଫ ଅରୁ(୨୯), ଧୁସା ନାୟକ(୧୯), ସୁନିତା ନାୟକ(୨୦) ଓ ଅଳୀ ନାୟକ ଓରଫ କୁମାରୀ(୨୯) । ଭରତପୁର ପୁଲିସ ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ମୁତାବକ, ହରପାର୍ବତୀ ସାହିରେ ଦୀର୍ଘଦିନ ଧରି ସୁନିତାଙ୍କ ଘରେ ଦେଶୀ ମଦ, ଗଞ୍ଜେଇ, ବ୍ରାଉନସୁଗାର ବେପାର ଚାଲୁଥିଲା । ଏନେଇ ଅବକାରୀ ବିଭାଗ ସୂଚନା ପାଇଥିଲା । ମହିଳା ଏସ୍‌ଆଇ ନୀଳିମା ଜୟନ୍ତୀ ସ୍ୱାଇଁ ଏକ ୫ ଜଣିଆ ଟିମ୍‌ ସହ ଭରତପୁର ହରପାର୍ବତୀ ସାହିରେ ଆଜି ପୂର୍ବାହ୍ନରେ ଚଢଉ କରିଥିଲୋ । ଏତିକିବେଳେ ଚୋରା ମଦ ବିକୁଥିବା କିଛି ଦୁର୍ବୃତ୍ତ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଅବକାରୀ ପୁଲିସ ବର୍ଦ୍ଦିରେ ଥିବା ସତ୍ତେ୍ୱ ଅଭିଯୁକ୍ତମାନେ ଲୁହା ରଡ ଓ କାଠ ଫାଳିଆରେ ପିଟି ଚାଲିଲେ । ଆକ୍ରମଣକାରୀ ଓ ଅନ୍ୟ ସ୍ଥାନୀୟ ବାସିନ୍ଦା ପଥର ଫିଙ୍ଗି ଅବକାରୀ କର୍ମଚାରୀଙ୍କ ଗାଡ଼ି କାଚ ଭାଙ୍ଗି ଦେଇଥିଲେ । ଏମିତିକି କର୍ମଚାରୀମାନଙ୍କୁ ସେଠାରେ ନଜରବନ୍ଦୀରେ ରଖିଥିଲେ । ପରିସ୍ଥିତି ଏମିତି ହେଲା ଯେ ଶେଷରେ ଭରତପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । କର୍ମଚରୀଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲା । ଆକ୍ରମଣରେ ଅବକାରୀ ବିଭାଗର ଜଣେ ମହିଳା କନଷ୍ଟେବଳଙ୍କ ସମେତ ୪ଜଣ ଆହତ ହୋଇଛନ୍ତି । ପୁଲିସକୁ କର୍ତ୍ତବ୍ୟ ନିର୍ବାହରୁ ନିବୃତ୍ତ ରଖିବା ଓ ଆକ୍ରମଣ କରିବା ଅଭିଯୋଗରେ ୨ଜଣ ମହିଳାଙ୍କ ସମେତ ଗୋଟିଏ ପରିବାରର ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଘରୁ ଚୋରା ମଦ ଜବତ ହୋଇଛି । ଆକ୍ରମଣରେ ସାମିଲ୍‌ ଥିବା ଅନ୍ୟମାନେ ଖସି ପଳାଇଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଚଢ଼ଉ ଚଳାଇଛି ।