ଫାର୍ମ ହାଉସରେ ଚାଲିଥିଲା ହାଇପ୍ରୋଫାଇଲ ଓ୍ବାଇନ୍ ପାର୍ଟି, ୧୭ ମହିଳାଙ୍କ ସହିତ ୫୦ ଜଣ ଗିରଫ

ସୁରଟ,୧।୩: ଗୁଜରାଟର ସୁରଟର ଏକ ଫାର୍ମ ହାଉସରେ ଚଢାଉ ବେଳେ ନିଶାରେ ଥିବା ୧୭ ଜଣ ମହିଳାଙ୍କ ସମତେ  ୫୦ ଜଣ ଲୋକଙ୍କୁ ଗିରଫ କରାଯାଇଛି। ପୋଲିସକୁ ସୂଚନା ମିଳିଥିଲା ଯେ, ସୁରଟରେ ଡୁମାସ୍ ରୋଡ ସ୍ଥିତ ଫାର୍ମ ହାଉସରେ ଓ୍ବାଇନ୍ ପାର୍ଟି ଚାଲିଥିଲା। ଏହାପରେ ପୋଳିସ ଚଢାଉ କରିଥିଲା। ପୋଲିସ ୫୦ ଜଣଙ୍କୁ ଗିରଫ କରିଛି। ସମସ୍ତ ଗିରଫ ଲୋକଙ୍କର ମେଡିକାଲ ଟେଷ୍ଟ କରାଯାଇଛି। ଏହି ସମୟରେ ସମସ୍ତ ଆଲକୋହଲରେ ଥିବା ନେଇ ଜଣାପଡିଛି।

ଉଲ୍ଲେଖନୀୟ ଯେ, ଗୁଜରାଟରେ ମଦ ବନ୍ଦ ଆଇନ ରହିଛି। ପୋଲିସ ସମସ୍ତଙ୍କୁ ଗିରଫ କରି ଗମ୍ଭୀର ଧାରାରେ ମାମଲା ରୁଜୁ କରିଛି।  ଚଢାଉରେ ପୋଲିସ ଫାର୍ମ ହାଉସରୁ ୭ ହଜାରୁ ଅଧିକ ବିଦେଶୀ ମଦ ଓ ୧୩ଟି ଚାରିଚକିଆ ଗାଡି ଜବତ କରିଛି। ଯେତେବେଳେ ଏହାର ସୂଚନା ଲୋକଙ୍କର ପରିବାର ଲୋକଙ୍କୁ ଦିଆଯାଇଥିଲା ସେମାନେ ଡୁମାସ ଥାନା ଆସିଥିଲେ। ଥାନା ବାହାରେ ପରିବାର ଲୋକ କାନ୍ଦିବାରେ ଲାଗିଥିଲା।

ମିଳିଥିବା ସୂଚନା ଅନୁସାରେ, ୨୯ ଫେବୃଆରୀରେ ଆର୍ଶିବାଦ ଫାର୍ମ ହାଉସରେ ଲିପ୍ ଇୟର ପାର୍ଟିର ଆୟୋଜନ କରାଯାଇଥିଲା। କିଛି ମହିଳାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ସମସ୍ତ ଯୁବକ-ଯୁବତୀ ସମ୍ଭ୍ରାନ୍ତ ପରିବାରର ବୋଲି ଜଣାପଡିଛି। ଲିପ୍ ଇୟର ପାର୍ଟି ସମୟରେ ସମସ୍ତେ ନିଶାରେ ଥିଲେ। ପୋଲିସ ବ୍ରିଥ ଆନାଲାଇଜର ମେସିନ୍ ଜରିଆରେ ଯାଞ୍ଚ କରିଥିଲା।

ପୋଲିସ ଫାର୍ମ ହାଉସରୁ ୩ ପେଟି  ବିୟର ଓ ଭୋଡକା ବୋତଲ ଜବତ କରିଥିଲା। ମଦକୁ ପୋଲିସ ଜବତ କରିନେଇଥିଲା। ଫାର୍ମ ହାଉସରେ ଲାଇଭ ଫୁଡ୍ କାଉଣ୍ଟରରେ ମଦ ସଜେଇକି ରଖାଯାଇଥିଲା। ଝିଅମାନଙ୍କୁ ନୋଟିସ୍ ଦେବାପରେ ଛଡା ଯାଇଥିବାର ଖବର ମିଳିଛି।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ