ମଦ ଦୋକାନ ବନ୍ଦ କରିବା ଆବେଦନ ଖାରଜ୍, ସୁପ୍ରିମକୋର୍ଟ କହିଲେ- ହୋମ ଡେଲିଭରି ବ୍ୟବସ୍ଥା ଉପରେ ଭାବନ୍ତୁ ସରକାର

ନୂଆଦିଲ୍ଲୀ,୮।୫: କରୋନା ଭାଇରସ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦେଶରେ ବୃଦ୍ଧି ପାଉଛି। ତୃତୀୟ ପର୍ଯ୍ୟାୟ ଲକଡାଉନର ଆରମ୍ଭ ୪ ମଇରୁ ହୋଇଯାଇଛି।  ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ମଦ ଦୋକାନକୁ ଖୋଲିବାର ନିଷ୍ପତ୍ତି ନଆଯାଇଛି। ମଦ ଦୋକାନଖୋଲିବା ପରେ ବହୁ ସ୍ଥାନରେ ସୋସିଆଲ ଡିଷ୍ଟାନ୍ସ ନିମୟକୁ ପାଳନ କରାଯାଉଛି। ଏହି ମାମଲାର ଗମ୍ଭୀରତାକୁ ଦେଖି ସୁପ୍ରିମକୋର୍ଟ ମଦ ବିକ୍ରିକୁ ନେଇ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

କୋର୍ଟଙ୍କ କହିବା ଅନୁସାରେ, ଏହା ସମସ୍ତ ରାଜ୍ୟର ନୀତିଗତ  ପ୍ରସଙ୍ଗ ଓ ସେମାନେ ହୋମ ଡେଲିଭରି କିମ୍ବା ଅନଲାଇନ୍ ବ୍ୟବସ୍ଥା କରନ୍ତୁ।  ଆମେ ରାଜ୍ୟ ସରକାରଙ୍କୁ କୌଣସି ପ୍ରକାର ନିର୍ଦେଶ ଦେଇ ପାରିବୁ ନାହିଁ। କିନ୍ତୁ ସରକାର ହୋମ ଡେଲିଭରି କିମ୍ବା ଡାଇରେକ୍ଟ ବିକ୍ରି ଭଳି ବ୍ୟବସ୍ଥା କରିବା ଉପରେ ବିଚାର କରିବା ଦରକାର।

ଉଲ୍ଲେଖନୀୟ ଯେ, ଲକଡାଉନ୍ ସମୟରେ ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଏବେ ଆବେଦନ ଦାଖଲ କରାଯାଇଥିଲା ଓ ଏହାକୁ ବନ୍ଦ କରିବାର ଦାବି କରାଯାଇଥିଲା। ଆବେଦନରେ କୁହାଯାଇଥିଲା ମଦ ଦୋକାନ ଖୋଲାଯିବା ଦ୍ବାରା ଅନେକ ଲୋକ ରାସ୍ତାକୁ ବାହାରି ଆସୁଛନ୍ତି। ସେମାନଙ୍କ ଭିତରେ ସୋସିଆଲ ଡିଷ୍ଟାନ୍ସ ନିମୟର ପାଳନ କରାଯାଉ ନାହିଁ। ଏଭଳି ସ୍ଥିତି ସମସ୍ତ ମଦ ଦୋକାନ ବନ୍ଦ କରିଦେବା ଦରକାର। ଆବେଦନ କରି ଆଇନଜୀବି ସାଇ ଦୀପକ କହିଥିଲେ ମଦ ଦୋକାନରେ ସାମାଜିକ ଦୂରତ୍ବର ପାଳନ କରାଯାଉନି।

ଶୁଣାଣି ବେଳେ ଜଷ୍ଟିସ୍ କୌଲ କହିଥିଲେ, ରାଜ୍ୟ ସରକାର ମଦର ହୋମ ଡେଲିଭରି ବିଷୟରେ ଭାବୁଛନ୍ତି। କୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ, ଆର୍ଟିକିଲ-୩୨ ଆବେଦନ ଅନୁସାରେ ଆପଣ ଆମଠାରୁ କ’ଣ ଚାହାନ୍ତି? ଏହାର ଉତ୍ତର ଦୋଇ ଆଇନଜୀବି ସାଇ ଦୀପକ କହିଥିଲେ, ମୁଁ କେବଳ କହିବାକୁ ଚାହେଁ ସାଧାରଣ ଲୋକଙ୍କ ଜୀବନ ମଦଦୋକାନ ଖୋଲିବା କାରଣରୁ ପ୍ରଭାବିତ ନହେଉ। ଏହା ଉପରେ କୋର୍ଟ କହିଥିଲେ, ଆମେ ଏହି ମାମଲାରେ କୌଣସି ନିର୍ଦେଶ ଜାରି କରିପାରିବୁ ନାହିଁ। ରାଜ୍ୟ ସରକାର ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ, ମଦ ଦୋକାନ ବାହାରେ କିଭଳି ସାମାଜିକ ଦୂରତ୍ବ ପାଳନ କରିହେବ?

   ସମ୍ବନ୍ଧିତ ଖବର


Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଦୀପାବଳୀ ପରେ କମିବ ପିଆଜ ଦର

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…