PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ରାଜସ୍ୱ ଆଦାୟ ପାଇଁ ଦିଲ୍ଲୀ ସରକାରଙ୍କର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ – ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।  ସରକାର  ଏବେ ମଦ ବ୍ୟବସାୟୀଙ୍କୁ ୧ ଘଣ୍ଟା ଅଧିକ ସମୟ ଯାଏ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ରାତି  ୧୦ଟା ଯାଏ ମଦ ଦୋକାନ ଖୋଲା ରହିବ । ଏହା ପୂର୍ବରୁ ସରକାର ସକାଳ ୧୦ଟାରୁ ରାତି  ୯ଟା ଯାଏ ଅନୁମତି ଦେଇଥିଲେ । 

ଉଲ୍ଲେଖନୀୟଯେ,  ଅବକାରୀ ବିଭାଗ ତରଫରୁ ଗୁରୁବାର ଦିନ ଜାରି ନିର୍ଦ୍ଦେଶ ଅନୁସାରେ ଦେଶର ରାଜଧାନୀରେ ଏବେ ମଦର ଦୋକାନ ସକାଳ ୧୦ଟାରୁ ରାତି ୧୦ଟା ଯାଏ ଖୋଲିବ । ନିର୍ଦ୍ଦେଶରେ କୁହାଯାଇଛି, ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ରାଜ୍ୟ କାର୍ଯ୍ୟକାରୀ  ସମ୍ମତିର ଅଧ୍ୟକ୍ଷଙ୍କ ଦ୍ୱାରା ଜାରି  ନିର୍ଦ୍ଦେଶକୁ ପାଳନ କରି ଦିଲ୍ଲୀ  ସରକାର ୩୧ ଜୁଲାଇ ୨୦୨୦ରୁ  ଏଲ୍‌-୬, ଏଲ୍-୭, ଏଲ୍-୮, ଏଲ-୯ ଓ ଏଲ୍-୧୦ ମଦ ଦୋକାନକୁ ଏବେ ସକାଳ ୧୦ଟାରୁ ରାତି ୯ ବଦଳରେ  ସକାଳ ୧୦ଟାରୁ ରାତି ୧୦ ଯାଏ ଖୋଲିବାକୁ ଅନୁମତି  ଦେଇଛି । ଏହି ସ୍ଥିତି ତତ୍କାଳ ପ୍ରଭାବ ଠାରୁ ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ ।

ଦିଲ୍ଲୀରେ ୮୬୩ଟି ମଦ ଦୋକାନ ଅଛି । ଯେଉଁଥିରେ ୪୭୫ଟିର ସଞ୍ଚାଳନ ଦିଲ୍ଲୀ  ଷ୍ଟେଟ୍‌ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ , ଦିଲ୍ଲୀ ଚୁରିଜିମ ଆଣ୍ଡ  ଟ୍ରାନ୍ସପୋର୍ଟେସନ  ଡେଭଲପ୍‌ମେଣ୍ଟ କର୍ପୋରେସନ , ଦିଲ୍ଲୀ ଷ୍ଟେଟ୍‌ ସିଭିଲ୍ ସପ୍ଲାଇଜ୍‌ କର୍ପୋରେସନ ଓ ଦିଲ୍ଲୀ କଞ୍ଜ୍ୟୁମର  କର୍ପୋରେଟିଭ୍‌ ହୋଲସେଲ  ଷ୍ଟୋର କରୁଛନ୍ତି । ସେଠାରେ ପାଖାପାଖି  ୩୮୯ଟି ପ୍ରାଇଭେଟ୍‌ ଦୋକାନ ।

ସମ୍ବନ୍ଧିତ ଖବର