ଭଦ୍ରକ: ୩୨ ଲିଟର ଜିଞ୍ଜର ସହ ଦେଶୀ ରନ୍ଧା ମଦ ଜବତ, ୮ ଗିରଫ

ଭଦ୍ରକ ୩୦/୧୦:  ବାହାର ଜିଲ୍ଲାରୁ ଆସୁଛି ଦେଶୀ ରନ୍ଧା ମଦ । ବିଭିନ୍ନ ଉପାୟରେ ଏହି ମଦ ଚାଲାଣ କରାଯାଉଛି । ଏ ନେଇ ଅବକାରୀ ବିଭାଗର ଚଢ଼ାଉରେ ୧୧ ଶହ ଲିଟର ଦେଶୀ ରନ୍ଧା ମଦ ସହ, ୨୮ ଲିଟରରୁ ଅଧିକ ବିଦେଶୀ ମଦ ଜବତ ହୋଇଛି । ଏହା ଛଡା ମେଡିକାଲ ଗୁଡିକରେ ଔଷଧ ଭାବେ ବ୍ୟବହାର କରାଯାଉଥିବା ଜିଞ୍ଜର ମଧ୍ୟ ଜବତ ହୋଇଛି । ଚୋରା ଚାଲାଣରେ ବ୍ୟବହାର ହେଉଥିବା ଏକ ବାଇକ ଓ ଏକ ପିକଅପ ଗାଡି ସହ ୮ ଜଣ ଗିରଫ ହୋଇଛନ୍ତି ।

ଜବତ ମଦ ଓ ଜିଞ୍ଜରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଏହି ଚଢ଼ାଉ କରିଛି ଭଦ୍ରକ ଅବକାରୀ ବିଭାଗ । ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଅବକାରୀ ଟିମ ଭଦ୍ରକ ଜିଲ୍ଲାର ଅଢୁଆଁ , ଚୁଡାମଣି , ଅର୍ଣ୍ଣପାଳ ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଛି । ଚଢ଼ାଉବେଳେ ବାଲେଶ୍ୱର ଅଞ୍ଚଳରୁ ଚୋରା ଦେଶୀ ରନ୍ଧା ମଦ ନେଇ ଆସୁଥିବା ପିକଅପକୁ ଜବତ କରାଯାଇଛି ।  ତା ଛଡା ୨୮ ଲିଟରରୁ ଅଧିକ ଦେଶୀ ମଦ , ୧୧ ଶହ ଲିଟର ଦେଶୀ ରନ୍ଧା ମଦ ଓ ୩୨ ଲିଟରରୁ ଅଧିକ ଜିଞ୍ଜର ଜବତ ହୋଇଛି । ମଦ ଚାଲାଣରେ ବ୍ୟବହୃତ ବାଇକ ସହ ପିକଅପ ଜବତ ହୋଇଛି । ଜବତ ମଦର  ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ବୋଲି ଜଣା ପଡ଼ିଛି । ତେବେ ଦେଶୀ ରନ୍ଧା ମଦ ବାଲେଶ୍ୱର ଜିଲ୍ଲାରୁ ଭଦ୍ରକ ଜିଲ୍ଲାକୁ ଆସୁଥିବା ସୂଚନା ଦେଇଛି ଅବକାରୀ ବିଭାଗ ।