ପ୍ରଧାନମନ୍ତ୍ରୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣାର ତାଲିକା

ମସ୍କୋ ୪/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଋଷ୍ ଗସ୍ତରେ ଭ୍ଲାଡିଭୋଷ୍ଟକରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ପିଏମ୍ ମୋଦିଙ୍କ ବନ୍ଧୁତ୍ୱର ଝଲକ୍ ପୁଣି ଥରେ ଦେଖିବାକୁ ମିଳିଛି । ଭ୍ଲାଡିଭୋଷ୍ଟକର ଜ୍ୱେଜ୍ଦା ଶିପ୍ ବିଲ୍ଡିଂ କମ୍ପ୍ଲେକ୍ସରେ ପହଞ୍ଚିବା ପରେ ପୁତିନ୍ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ଉଭୟ ନେତାଙ୍କ ଏହି ସାକ୍ଷାତକୁ ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କଶ୍ମୀର ମାମଲାରେ ପୂର୍ବରୁ ଋଷ୍ ଭାରତକୁ ସମର୍ଥନ ଦେଇସାରିଛି । ତେବେ ଆସନ୍ତୁ ଦେଖିବା ପ୍ରଧାନମନ୍ତ୍ରୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣାର ତାଲିକା…

୧. “ଆପୋସ ବିଶ୍ୱାସ ଓ ଭାଗିଦାରୀ ଜରିଆରେ ସହଯୋଗର ନୂତନ ଉଚ୍ଚତାରେ ପହଁଚିବା” ଲାଗି ମିଳିତ ବକ୍ତବ୍ୟ ।

୨. ଭାରତ-ରୁଷ ବ୍ୟବସାୟ ଓ ନିବେଶ ବୃଦ୍ଧି ଲାଗି ଯୁଗ୍ମ ରଣନୀତି ।

୩. ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ରୁଷୀୟ/ସୋଭିଏତ ସେନା ଉପକରଣ ଲାଗି ସରଞ୍ଜାମ ଉତ୍ପାଦନ କରିବା ସଂକ୍ରାନ୍ତ ବୁଝାମଣା ।

୪. ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ଅଡି•ଓ/ଭିଜୁଆଲ ସହ-ଉତ୍ପାଦନ କାର୍ଯ୍ୟରେ ସହଯୋଗ ଲାଗି ରାଜିନାମା ।

୫. ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ସଡ଼କ ପରିବହନ ଓ ସଡ଼କ ଉଦ୍ୟୋଗରେ ଦ୍ୱିପାକ୍ଷିକ ସହଯୋଗ ଲାଗି ବୁଝାମଣା ।

୬. ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ଚେନ୍ନାଇ ବନ୍ଦର ଏବଂ ଭ୍ଲାଡିଭୋଷ୍ଟକ ବନ୍ଦର ମଧ୍ୟରେ ସାମୁଦ୍ରିକ ଯୋଗାଯୋଗ ବିକାଶ କ୍ଷେତ୍ରରେ ବୁଝାମଣା ।

୭. ସୀମା ଶୁଳ୍କ ଉଲ୍ଲଙ୍ଘନ ମାମଲାର ମୁକାବିଲା କ୍ଷେତ୍ରରେ ସହଯୋଗ ଲାଗି ଭାରତର ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ତଥା ରୁଷ ସଂଘର ଫେଡେରାଲ କଷ୍ଟମ ସର୍ଭିସ ମଧ୍ୟରେ ସହଯୋଗ ଯୋଜନା ।

୮. ପରିବହନ ଲାଗି ପ୍ରାକୃତିକ ବାଷ୍ପର ଉପଯୋଗ ଲାଗି ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ।

୯. ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ବିଷୟରେ ଯୋଜନା ପ୍ରସ୍ତୁତ କରିବା ।

୧୦. ରୁଷର ସୁଦୂର ପୂର୍ବ କ୍ଷେତ୍ରରେ କୋକିଂ କୋଇଲା ଖନନ ପ୍ରକଳ୍ପକୁ ଲାଗୁ କରିବା ଲାଗି କୋଲ ଇଣ୍ଡିଆ ଲିଃ ଏବଂ ସୁଦୂର ପୂର୍ବ ନିବେଶ ତଥା ରପ୍ତାନି ଏଜେନ୍ସି ମଧ୍ୟରେ ବୁଝାମଣା ।

୧୧. ନିବେଶ ସହଯୋଗ ଲାଗି ଇନଭେଷ୍ଟ ଇଣ୍ଡିଆ ଓ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ମଧ୍ୟରେ ସହଯୋଗ ବୁଝାମଣା ।

୧୨. ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ (ଫିକି) ଓ ରସକଂଗ୍ରେସ ଫାଉଣ୍ଡେସନ ମଧ୍ୟରେ ସହଯୋଗ ବୁଝାମଣା ।

୧୩. ନୂତନ ପ୍ରକଳ୍ପକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ରଣନୈତିକ ପ୍ରୟାସ ଲାଗି ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ ଏବଂ ସ୍ୱୟଂଶାସିତ ଅଣଲାଭକାରୀ ସଂଗଠନ ମଧ୍ୟରେ ସହଯୋଗ ବୁଝାମଣା ।

୧୪. ଏଲଏନଜି ବିଶୋଧନ ଏବଂ ବିପଣନ ତଥା ଏଲଏନଜି ଯୋଗାଣର ମିଳିତ ବିକାଶ ସଂକ୍ରାନ୍ତରେ ସହଯୋଗ ଲାଗି ଯୁଗ୍ମ ଷ୍ଟକ କମ୍ପାନୀ ନୋଭାଟେକ ଓ ପେଟ୍ରୋନେଟ ଏଲଏନଜି ଲିମିଟେଡ ମଧ୍ୟରେ ବୁଝାମଣା ।

୧୫. ଯୁଗ୍ମ ଷ୍ଟକ କମ୍ପାନୀ ରସଜିଓଲୋଜିଆ ଓ ସ୍ରେଇ ଇନଫ୍ରାଷ୍ଟ୍ରକଚର ମଧ୍ୟରେ ସହଯୋଗ ବୁଝାମଣା ।

   ସମ୍ବନ୍ଧିତ ଖବର


ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍