PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଚୀନ୍‌ ନିର୍ମିତ ଫୋନ୍‌ କରୁଛନ୍ତି ଗୁଇନ୍ଦାଗିରି, ଆପଣଙ୍କ ପାଖରେ ଅଛି ଯଦି ଚୀନ୍‌ ନିର୍ମିତ ଫୋନ୍ ତେବେ ଫିଙ୍ଗି ଦିଅନ୍ତୁ- ଜାଣନ୍ତୁ କେଉଁ ଦେଶର ସରକାର କହିଛନ୍ତି ଏହି କଥା

ନୂଆଦିଲ୍ଲୀ – ବିଶ୍ୱର ଏକ ସୁଖୀ ଦେଶ ହେଉଛି ଲିଥୁନିୟା । ଏହାର ମାନବୀୟ ସରଣୀ ବା ହ୍ୟୁମାନ୍ ଇନେଣ୍ଡେକ୍ସ ଏବଂ ହାପିନେସ୍‌ ଇଣ୍ଡେକ୍ସ ବେଶ୍‌ ଭଲ । ମାତ୍ର ଏହି ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ନିଜ ଦେଶର ନାଗରିକଙ୍କୁ ଏକ ପରାମର୍ଶ ଦେଇଛି । ଚୀନ୍‌ରେ ତିଆରି ହୋଇଥିବା ଯେ କୌଣସି ଫୋନ୍‌ ହେଲେ ବି ତାକୁ ଫିଙ୍ଗିଦେବା ପାଇଁ କୁହାଯାଇଛି । ସମସ୍ତ ଚୀନ୍‌ ନିର୍ମିତ ଫୋନ୍‌ମାନଙ୍କରେ ସେନସର୍‌ସିପ୍‌ ଥିବା କଥା ଏକ ଯାଞ୍ଚ୍‌ରେ ଜଣା ପଡିଥିବା କଥା କୁହାଯାଇଛି ।

ଲିଥୁନିୟାର ସାଇବର ସୁରକ୍ଷା ବିଭାଗ ପକ୍ଷରୁ ଏହି ଚେତାବନୀ ଦିଆଯାଇଛଇ । ଚୀନ୍‌ ନିର୍ମିତ ଫୋନ୍‌ରେ ଯେ କୌଣସି ଫଟୋ ଭିଡିଓ କିମ୍ବା ବ୍ୟକ୍ତିଗତ ତଥ୍ୟ ରଖିଲେ ତାହା ସୁରକ୍ଷିତ ନୁହେଁ ବୋଲି ଏଥିରେ କୁହାଯାଇଛି । ଚୀନ୍‌ରେ ଥିବା ସର୍ଭରରେ ଏହାକୁ ଷ୍ଟୋର୍‌ କରାଯାଉଥିବା କୁହାଯାଉଛି । ଯେକୌଣସି ତଥ୍ୟ ସୁରକ୍ଷିତ ନୁହେଁ ବୋଲି ସାଇବର ସୁରକ୍ଷା ସେଲ୍‌ ପକ୍ଷରୁ କୁହାଯାଇଛି । ଶାଓମୀ (Xiaomi) ପକ୍ଷରୁ ତିଆରି କରାଯାଉଥିବା ଫୋନ୍‌ ଲୋକଙ୍କ୍‌ ଫୋନ୍‌ରେ ଗୁଇନ୍ଦାଗିରି କରୁଥିବା କଥା ଏଥିରେ କୁହାଯାଇଛି । ଫ୍ରି ତିବ୍ଦତ, ଲଙ୍ଗ ଲିଭ୍‌ ତାଇଓ୍ୱେନ୍‌ ଇଣ୍ଡିପେଣ୍ଡେସ୍‌ ଏବଂ ଡେମୋକ୍ରେଟିକ୍‌ ମୁଭମେଣ୍ଟ ପରି ଲେଖାରେ ସେନସର୍‌ସିପ୍‌ କରାଯାଉଛି ।

ଏହା ପୂର୍ବରୁ Mi 10T 5G ର ସଫ୍ଟଓ୍ୱାର୍‌ରୁ ୟୁରୋପିୟ ୟୁନିୟନ୍‌ରେ ନିଷେଧ କରାଯାଇଥିଲା। ଚୀନ୍‌ ନିର୍ମିତ ସମସ୍ତ ଫୋନ୍‌ଠାରୁ ଯେତେ ଶୀଘ୍ର ହୋଇପାରିବ ନିସ୍ତାର ପାଇବା ପାଇଁ ଏହି ଦେଶର ସରକାର ଘୋଷଣା କରିଛନ୍ତି ।