ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପାଟଣା, ୨୭/ ୧୦: ରାତି ପାହିଲେ ଆରମ୍ଭ ହେବ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। କରୋନା କାଳରେ ପ୍ରଥମଥର ପାଇଁ ହେବାକୁ ଯାଉଛି ନିର୍ବାଚନ। ହେଲେ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଲଜେପି ଅଧ୍ୟକ୍ଷ ଚିରାଗ ପାଶଓ୍ବାନଙ୍କ ମନ୍ତବ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା। ନିକଟରେ ନୀତିଶ କୁମାରଙ୍କୁ ଜେଲ ପଠାଇବା କହି ଚର୍ଚ୍ଚାରେ ଥିଲେ ଚିରାଗ। ଆଉ କେତେବେଳେ ପିଏମ୍‌ ମୋଦୀଙ୍କ ହନୁମାନ କହି ଚର୍ଚ୍ଚାରେ ଥିଲେ ଚିରାଗ ପାଶଓ୍ବାନ୍। ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଚିରାଗ ପାଶଓ୍ବାନ୍‌ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେକି ତାଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିବଙ୍ଗତ ରାମବିଳାଶ ପାଶଓ୍ବାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ କଂଗ୍ରେସ ନେତା ପଂଖୁଡୀ ପାଠକ ଏହି ଭିଡିଓ ସେୟାର କରି ଚିରଗାଙ୍କୁ ଟାର୍ଗେଟ କରିଛନ୍ତି। ଭିଡିଓଟିରେ ଚିରାଗ ତାଙ୍କ ପିତାଙ୍କ ଫଟୋ ସାମ୍ନାରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଠିଆ ହୋଇଛନ୍ତି। ତାଙ୍କ ନିକଟରେ ଥିବା କ୍ୟାମେରାମ୍ୟାନ୍‌ ଓ ଅନ୍ୟ ଲୋକମାନେ ନିର୍ଦ୍ଦେଶ ଦେଉଥିବା ଶୁଣିବାକୁ ମିଳିଛି।

ପଂଖୁଡୀ ପାଠକ ଟୁଇଟରରେ ଲେଖିଛନ୍ତି ଯେ, ସ୍ବର୍ଗୀୟ ପିତାଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳୀ ଦେବା ପରିବର୍ତ୍ତେ ଚିରାଗଙ୍କ ଏହି ଡ୍ରାମା ନୈରାଶ୍ୟଜନକ। ଏମିତି ଲୋକଙ୍କ ପାଇଁ କେବଳ ରାଜନୀତି ଖରାପ ହେଉଛି। ସେ ଆହୁରି ଲେଖିଛନ୍ତି ଯେ, ଜନତା ସଚେତନ ହୋଇ ଯୋଗ୍ୟ ପ୍ରତିନିଧିଙ୍କୁ ଭୋଟ ଦେଇ ବିଜୟୀ କରାନ୍ତୁ। ଆଉ ଏମିତି ଡ୍ରାମାବାଜ ନେତାଙ୍କୁ ବରଖାସ୍ତ କରନ୍ତୁ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ