ରାହୁଲଙ୍କୁ ସୁଷମା ସ୍ବରାଜଙ୍କ ଚେତାବନୀ : ଆଡଭାନୀ ଆମର ପିତୃତୁଲ୍ୟ, ଭାଷାର ମର୍ଯ୍ୟାଦା ରଖନ୍ତୁ…

ନୂଆଦିଲ୍ଲୀ,୬।୪: ବିଜେପିର ବରିଷ୍ଠ ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ ନିଜ ଭାଷାରେ ଶାଳୀନତା ରକ୍ଷା କରିବାକୁ ପରାମର୍ଶ ସହିତ ଚେତାବନୀ ମଧ୍ୟ ଦେଇଛନ୍ତି। କାରଣ ନିକଟରେ ରାହୁଲ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଗୁରୁ ଲାଲକୃଷ୍ଣ ଆଡଭାନୀଙ୍କୁ ଯୋତା ମାରି ଷ୍ଟେଜରୁ ବାହାର କରିଦେଇଥିଲେ।
राहुल जी – अडवाणी जी हमारे पिता तुल्य हैं. आपके बयान ने हमें बहुत आहत किया है. कृपया भाषा की मर्यादा रखने की कोशिश करें. #Advaniji
— Chowkidar Sushma Swaraj (@SushmaSwaraj) April 6, 2019
Rahulji – Advani ji is our father figure. Your words have hurt us deeply. Please try to maintain some decorum of your speech. #Advaniji
ରାହୁଲଙ୍କ ଏଭଳି ବୟାନକୁ ନେଇ ସୁଷମା ସ୍ବରାଜ ଖୁବ୍ ନିନ୍ଦା କରିବା ସହ ଆଜି ହିନ୍ଦୀ ଓ ଇଂରାଜୀ ଭାଷାରେ ଟ୍ବିଟ୍ କରି କହିଛନ୍ତି ରାହୁଲଙ୍କ ଏଭଳି ମନ୍ତବ୍ୟ ତାଙ୍କୁ ଆଘାତ ଦେଇଛି, ତେଣୁ ସେ ନିଜ ଭାଷାର ମର୍ଯ୍ୟାଦା ରକ୍ଷା କରିବା ଦରକାର। ରାହୁଲଙ୍କ ଏଭଳି ମନ୍ତବ୍ୟ ପରେ ବିଜେପିର କୌଣସି ବଡ ନେତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି।ସୁଷମା ନିଜର ଟ୍ବିଟରେ ଲେଖିଛନ୍ତି, ‘‘ରାହୁଲ ଜୀ- ଆଡଭାନୀ ଆମ ପାଇଁ ପିତୃତୁଲ୍ୟ। ଆପଣଙ୍କ ବୟାନ ଆମକୁ ଖୁବ୍ ଆଘତ ଦେଇଛି। ଦୟାକରି ଭାଷାର ମର୍ଯ୍ୟାଦା ରଖିବାକୁ ଚେଷ୍ଟା କରିବା ଦରକାର।’’

ଉଲ୍ଲେଖନୀୟ ଯେ, ଗତ ଶୁକ୍ରବାର ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଅପମାନ କରିଛନ୍ତି ଓ ନିଜର ଗୁରୁଙ୍କ ଅପାମନ ହିନ୍ଦୁ ସଂସ୍କୃତିରେ ନାହିଁ। ହିନ୍ଦୁ ସଂସ୍କୃତିରେ କେଉଁଠି ଲେଖା ଅଛି ଗୁରୁର ଅପମାନ କରିବା ଦରକାର? ମୋଦି ଜୀ ଯେଉଁଠିକୁ ଯାଆନ୍ତି କାହାର ନା କାହାର ଖରାପ ଗୁଣ ବାହାର କରିତାନ୍ତି। ମୋଦିଜୀଙ୍କ ଗୁରୁ କିଏ? ଗୁରୁ କେବେବି ଶିଷ୍ୟ ଆଗରେ ହାତ ଯୋଡେନି। ମୋଦି ତାଙ୍କ ଗୁରୁ ଆଡଭାନୀଙ୍କୁ ଅପମାନ କରିଛନ୍ତି। ଯୋତା ମାରିକି ଆଡଭାନୀଙ୍କୁ ମୋଦି ଷ୍ଟେଜ ଉପରୁ ବାହାର କରିବା ପରେ ମଧ୍ୟ ହିନ୍ଦୁ ଧର୍ମର କଥା କହୁଛନ୍ତି।

ଉଲ୍ଲେଖନୀୟ ଯେ ଏଥର ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ଲଢୁନାହାଁନ୍ତି। ବହୁବର୍ଷ ହେବ ସେ ଗୁଜରାଟର ଗାନ୍ଧିନଗର ଆସନରୁ ନିର୍ବାଚନ ଲଢୁଥିଲେ। ତେବେ ଏଥର ଲୋକସଭା ନିର୍ବାଚନ ଲଢିବେନି। ତେଣୁ ବହୁଦିନର ବ୍ୟବଧାନ ପରେ ଗତ ଗୁରୁବାର ଆଡଭାନୀ ତାଙ୍କର ବ୍ଲଗରୁ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ। ଦଳର ପ୍ରତିଷ୍ଠା ଦିବସର ଦୁଇଦିନ ପୂର୍ବରୁ ସେ ଲେଖିଥିଲେ, ଦେଶର ଗଣତନ୍ତ୍ରର ମୂଳ ହେଉଛି ଅଭିବ୍ୟକ୍ତିର ସମ୍ମାନ ଓ ଏହାର ବିଭିନ୍ନତା। ଯେଉଁମାନେ ଆମର ବିଚାରଧାରା ପ୍ରତି ସହମତି ପ୍ରକାଶ କରୁନାହାଁନ୍ତି ବିଜେପି କେବେବି ତାଙ୍କୁ ଆମର ଶତ୍ରୁ ବୋଲି କୁହେନି, ବଂର ଆମେ ତାଙ୍କୁ ଆମର ବିରୋଧୀ ବୋଲି ମାନୁ, ଆମେ ତାଙ୍କୁ ରାଷ୍ଟ୍ର ବିରୋଧୀ ବୋଲି କରିପାରିବାନି, ଯେଉଁମାନେ ରାଜନୈତିକ ଭାବରେ ଆମ ସହିତ ସହମତ ନୁହଁନ୍ତି। ଆଡଭାନୀ ଲେଖିଥିଲେ ତାଙ୍କ ପାଇଁ ଦେଶ ସବୁଠାରୁ ଆଗରେ, ଏହାପରେ ଦଳ ଏବଂ ସେ ନିଜେ। ଉଲ୍ଳେଖନୀୟ ଯେ ଏଥର ଆଡଭାନୀଙ୍କ ବ୍ୟତୀତ ମୁରଲୀ ମନୋହର ଯୋଶୀ, ସୁଷମା ସ୍ବରାଜ, ଉମା ଭାରତୀ, ସୁମିତ୍ରା ମହାଜନ ମଧ୍ୟ ନିର୍ବାଚନ ଲଢୁନାହାଁନ୍ତି।