ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ସବୁ ଦଳରେ ଲବି: ମୋତେ ନଦେଲେ ସ୍ତ୍ରୀ, ପିଲାଙ୍କୁ ଦିଅ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ବୟସ କିମ୍ବା ବିରୋଧାଭାସ ପାଇଁ ଅନେକ ନେତା ଚିନ୍ତାରେ । ଦଳୀୟ ଟିକେଟ ମିଳିବ କି ନାହିଁ, ସେ ନେଇ ଆଖିରୁ ନିଦ ଉଡ଼ିଯାଇଛି । ଏମିତିରେ ନିଜ ପତିଆରା ଓ ନେତାପଣ ବଜାୟ ରଖିବାକୁ ନେତା ଧରିଛନ୍ତି ରାଜନୀତିର ପାରମ୍ପରିକ ଫର୍ମୁଲା- ମୋତେ ନଦେଲେ ସ୍ତ୍ରୀ, ପିଲାଙ୍କୁ ଦିଅ । ଆମ ଆସନ ଯେମିତି ଆମରି ଘରେ ରହୁ । ଏହି ନୀତି ଆପଣାଇଛନ୍ତି ଅନେକ ନେତା । ଶାସକ ବିଜେଡି ଦଳରେ ଏଭଳି ନେତାଙ୍କ ସଂଖ୍ୟା ଢେର । କଂଗ୍ରେସ ଓ ବିଜେପିରେ କିଛି କିଛି ନେତା ଏମିତି ଅଛନ୍ତି ।
ଯୋଗେନ୍ଦ୍ର ବେହେରା । ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ଗତକାଲିଠାରୁ ନବୀନ ନିବାସ ଚକ୍କର କାଟୁଛନ୍ତି । ନବୀନ କିଛି କହିବା ଆଗରୁ ନିଜ ଆଡ଼ୁ ନିଜ ଦାବିଦାରୀ କାଟି ଦେଇଛନ୍ତି ଯୋଗେନ୍ଦ୍ର । ଖୋଲାଖୋଲି କହୁଛନ୍ତି, ମୋତେ ବୟସ ଅଧିକ ହେଲାଣି । ୫ ଥର ବିଧାୟକ ଓ ଥରେ ମନ୍ତ୍ରୀ ହେଲି । ଏବେ ଆଉ ପ୍ରତ୍ୟକ୍ଷ ରାଜନୀତି କରିବିନି । ସାନ ପୁଅ ନିହାରକୁ ଟିକେଟ ମିଳିଲେ ଖୁସି ହେବି । ପୁଅକୁ ଧରି ଗତକାଲି ସକାଳୁ ରାତି ଯାଏଁ ନବୀନ ନିବାସରେ ଡେରା ପକାଇଥିଲେ ଯୋଗେନ୍ଦ୍ର ।
ଏହି ତାଲିକାରେ ବରିଷ୍ଠ ନେତା ରବି ନାରାୟଣ ନନ୍ଦ ବି ଅଛନ୍ତି । ରବି ନନ୍ଦ ଗତ ଥର ଜୟପୁର ଆସନରୁ ନିର୍ବାଚନ ଲଢ଼ି କଂଗ୍ରେସ ନେତା ତାରା ପ୍ରସାଦ ବାହିନପତିଙ୍କଠାରୁ ହାରିଥିଲେ । ଏଥର ବି ରବି ବିଜେଡି ଟିକେଟ ଆଶାୟୀ । କିନ୍ତୁ ଶୁଶାଯାଉଛି, ବିଜେଡି ତାଙ୍କୁ ପ୍ରାର୍ଥୀ କରିନପାରେ । ଏଭଳି ଆଶଙ୍କା ସୃଷ୍ଟି ହେବା ପରେ ରବି ବି ସେଇ ଫର୍ମୁଲା ପ୍ରୟୋଗ କରିଛନ୍ତି । ତାଙ୍କ ପତ୍ନୀ ଇନ୍ଦିରାଙ୍କ ପାଇଁ ଟିକେଟ ଲବି ଆରମ୍ଭ କରି ଦେଇଛନ୍ତି ରବି ।
କଳାହାଣ୍ଡି ସାଂସଦ ଅର୍କକେଶରୀ ସିଂହଦେଓ ମଧ୍ୟ ଏହି ଫର୍ମୁଲା ଆପଣାଇଛନ୍ତି । ଶୁଣାଯାଉଛି, ଅର୍କକେଶରୀଙ୍କୁ ଏଥର ବିଜେଡି ଟିକେଟ ମିଳିନପାରେ । ତେଣୁ ଅର୍କକେଶରୀ ନିଜ ପତ୍ନୀ ମାଳବିକାଙ୍କୁ ଧରି ନବୀନ ନିବାସରେ ଟିକେଟ ଲବି ଆରମ୍ଭ କରିଛନ୍ତି । ଆଶା ବାନ୍ଧିଛନ୍ତି, ତାଙ୍କୁ ଟିକେଟ ନ ମିଳିଲେ ପତ୍ନୀଙ୍କୁ କଳାହାଣ୍ଡି ଲୋକସଭା କିମ୍ବା ଜୁନାଗଡ଼ ବିଧାନସଭା ଆସନରୁ ବିଜେଡି ଟିକେଟ ଦେବ । ଦୁଇଦିନ ତଳେ ଉଭୟ ପତିପତ୍ନୀ ଟିକେଟ ପାଇଁ ଢେର ସମୟ ନବୀନ ନିବାସରେ ଛିଡ଼ା ହୋଇ ରହିଥିଲେ ।
କୋରାପୁଟ ସାଂସଦ ଝିନ୍ନ ହିକକା ମଧ୍ୟ ଏଭଳି ଲବିରେ ଥିବା କୁହାଯାଉଛି । ରାଜନୈତିକ ପାଣିପାଗ ଯାହା, ବିଜେଡି ଏଥର ଝିନ୍ନଙ୍କୁ ପ୍ରାର୍ଥୀ କରିନପାରେ ।

୩୩% ମହିଳାଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିବାକୁ ନବୀନ ଘୋଷଣା କରିବା ପରେ ଝିନ୍ନଙ୍କ ଟିକେଟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଝିନ୍ନ ମଧ୍ୟ ତାଙ୍କ ପତ୍ନୀ କୌଶଲ୍ୟା ପାଇଁ ଟିକେଟ ଲବି ଚଳାଇଛନ୍ତି । ଝିନ୍ନଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ନେଇ ବିଜେଡି ବିଚାର ବିମର୍ଷ କରୁଛି ।
ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ପୁଅ ପାଇଁ ଟିକେଟ ଲବି ଆରମ୍ଭ କରିଛନ୍ତି । ବିଜୟଶ୍ରୀ ଏଥର ନିଜେ ନିର୍ବାଚନ ନ ଲଢ଼ି ତାଙ୍କ ପୁଅକୁ ବାସୁଦେବପୁର ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଥିବା ଶୁଣାଯାଉଛି ।
ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅବସ୍ଥା ବି ସମାନ । ଯଦି ଦଳ ତାଙ୍କୁ ଟିକେଟ ଦିଏ, ଠିକ୍‌ ଅଛି । ଆଉ ଯଦି ତାଙ୍କ ପତ୍ତା କଟୁଛି, ପୁଅକୁ ଟିକେଟ ଦେବା ପାଇଁ ପ୍ରଫୁଲ୍ଲ ଲବି କରୁଛନ୍ତି । ଭଣ୍ଡାରିପୋଖରୀ ଆସନରୁ ଏଥର ପ୍ରଫୁଲ୍ଲ ନା ତାଙ୍କ ପୁଅ ବିଜେଡି ପ୍ରାର୍ଥୀ ହେବେ, ତାହା ସ୍ପଷ୍ଟ ହୋଇନି ।
ବଲାଙ୍ଗିର ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ ଏଥର ନିଜେ ଓହରିଯାଇ ଦୁଇ ପୁଅଙ୍କୁ ଗାଦି ଛାଡ଼ିବା ପାଇଁ ଲବି ଚଳାଇଛନ୍ତି । ବଡ଼ ପୁଅ ତଥା ବଲାଙ୍ଗିର ସାଂସଦ କଳିକେଶଙ୍କୁ ପୂର୍ବବତ୍‌ ବଲାଙ୍ଗିର ଲୋକସଭା ଓ ସାନ ପୁଅ ଅର୍କେଶଙ୍କୁ ବଲାଙ୍ଗୀର ବିଧାନସଭା ଟିକେଟ୍‌ ଦେବାକୁ ସୁପାରିସ କରୁଥିବା ଶୁଣାଯାଉଛି ।
ସାଂସଦ ଅର୍ଜ୍ଜୁନ ସେଠୀ ଲଗାତାର ଭାବେ ଭଦ୍ରକ ଆସନରୁ ସାଂସଦ ନିର୍ବାଚିତ ହୋଇ ଆସୁଛନ୍ତି । ମାତ୍ର ବୟସାଧିକ କାରଣରୁ ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିନପାରେ । ଏକଥା ଠଉରାଇ ପାରିଛନ୍ତି ଅର୍ଜ୍ଜୁନ । ତେଣୁ ଅର୍ଜ୍ଜୁନ ମଧ୍ୟ ଏହି ଆସନରୁ ତାଙ୍କ ପୁଅ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବାକୁ ଆଗ୍ରହୀ । ଏ ନେଇ ସେ ବାରମ୍ବାର ଦଳ ଉପରେ ଚାପ ପ୍ରୟୋଗ କରୁଥିବା ଶୁଣାଯାଉଛି ।
ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯିବା ପରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ବି ବିଜେଡିର ଗୁଡ୍‌ ବୁକ୍‌ରେ ନାହାନ୍ତି ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି, ଏଥର ପ୍ରଭାତଙ୍କ ଟିକେଟ କଟିପାରେ । ମାତ୍ର ନିର୍ବାଚନମଣ୍ଡଳୀରେ ସଂଗଠନ ସୁଦୃଢ଼ ରଖିଥିବାରୁ ପ୍ରଭାତ ଟିକେଟ ପାଇବେ ବୋଲି ଆଶାବାଦୀ ଅଛନ୍ତି । ଏମିତିକି ଯଦି ତାଙ୍କୁ ଟିକେଟ ଦେବାରେ ଦଳର ଅସୁବିଧା ହେଉଛି, ତାଙ୍କ ପରିବାରରୁ ଯେ କୌଣସି ସଦସ୍ୟକୁ ଟିକେଟ ଦେବା ପାଇଁ ପ୍ରଭାତ ଦାବି କରୁଛନ୍ତି ।
ଆଜି ନବୀନ ନିବାସରେ ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ ବି ନିଜ ପୁଅକୁ ଧରି ଚକ୍କର କାଟୁଥିଲେ । ସେ ବୋଧହୁଏ, ଏହି ଫର୍ମୁଲା ଆପଣାଇପାରନ୍ତି ବୋଲି କୁହାଯାଉଛି ।
ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ବୟସ ୮୦ ଟପିଥିବାରୁ ଗତ ଥର ତାଙ୍କୁ ଟିକେଟ୍‌ ଦେବାକୁ ନବୀନ ଅମଙ୍ଗ ଥିଲେ । ଏଥର ମଧ୍ୟ ବୟସ ତାଙ୍କ ଟିକେଟ୍‌ ରାସ୍ତାରେ କଣ୍ଟା ସାଜିବ ବୋଲି ବେଦୁ ବୁଝି ସାରିଛନ୍ତି । ସେଥିଲାଗି ସେ ତାଙ୍କ ଝିଅ ଅଥବା ପୁଅଙ୍କୁ ପାଟକୁରାରୁ ଟିକେଟ୍‌ ଦେବାକୁ ଲବି ଚଳାଇଛନ୍ତି ।
ବିଜେଡିରେ ଏଭଳି ନେତାଙ୍କ ସଂଖ୍ୟା ଢେର । କେବଳ ବିଜେଡି ନୁହେଁ, ଅନ୍ୟ ଦଳରେ ବି ଏଭଳି ଲବି ରହିଛି । ନୂଆ ନୂଆ ପଦ୍ମ ଧରିଥିବା ଦାମୋଦର ରାଉତ ଆରମ୍ଭରୁ ନିଜ ପିଲାଙ୍କ ପାଇଁ ବିଜେପି ଟିକେଟ ଲବି କରୁଥିବା ଶୁଣିବାକୁ ମିଳିଛି । ନିଜ ସହ ଝିଅ ପ୍ରୀତିନନ୍ଦାଙ୍କୁ ବିଜେପି ଟିକେଟ ଦେବା ପାଇଁ ଦାମ ଲାଗି ପଡ଼ିଥିବା ଶୁଣାଯାଉଛି ।
କଂଗ୍ରେସରେ ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଅ ନବଜ୍ୟୋତି ପାଇଁ ଟିକେଟ ଲବି କରୁଥିବା କୁହାଯାଉଛି । ବାଲେଶ୍ୱର ଲୋକସଭା ଆସନରୁ ପୁଅକୁ ପ୍ରାର୍ଥୀ କରିବା ପାଇଁ ନିରଞ୍ଜନ ଲାଗିଛନ୍ତି । ଆବଶ୍ୟକ ପଡ଼ିଲେ ନିରଞ୍ଜନ ନିଜେ ପ୍ରାର୍ଥୀ ହେବେନି ପଛେ, କିନ୍ତୁ ପୁଅକୁ ପ୍ରାର୍ଥୀ କରାଇବେ ବୋଲି କୁହାଯାଉଛି ।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ଏହି ତାଲିକାରେ ନାଁ ଯୋଡ଼ିଛନ୍ତି । ସେ ମଧ୍ୟ ନିଜ ଟିକେଟ ସହ ପୁଅ ସଂଗ୍ରାମକୁ ଭଦ୍ରକ ଲୋକସଭା ଆସନରୁ ପୁଣି ଥରେ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ଅନନ୍ତ ସେଠୀ ମଧ୍ୟ ତାଙ୍କ ପୁଅଙ୍କୁ ଟିକେଟ୍‌ କରାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜ ପୁଅକୁ ପ୍ରାର୍ଥୀ କରିବା ପାଇଁ ଲାଗିଛନ୍ତି । ନରସିଂହ ବିଧାନସଭା ଓ ପୁଅ ସମରେନ୍ଦ୍ର ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.