ଟ୍ରକ୍ ଚାଳକ ଚିଲ୍ଲାଉଥିଲେ ‘ମୁଁ କଶ୍ମୀରୀ’, କିନ୍ତୁ ବିକ୍ଷୋଭ ପ୍ରଦର୍ଶନକାରୀ ପଥର ମାରି ନେଇଗଲେ ଜୀବନ

ଶ୍ରୀନଗର ୨୬/୮: ଜମ୍ମୁ କଶ୍ମୀରରେ ଲୋକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଜଣେ ସ୍ଥାନୀୟ ଟ୍ରକ୍ ଚାଳକଙ୍କ ମୃତ୍ଯୁ ଘଟିଛି । ଏହି ଘଟଣା ଘଟିଛି ଦକ୍ଷିଣ କଶ୍ମୀରରେ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଅନନ୍ତନାଗରୁ ଏକ ଟ୍ରକ୍ ଯାଉଥିଲା । ପ୍ରଦର୍ଶନକାରୀ ଭାବିଲେ ଯେ ଏହା ସୁରକ୍ଷାବଳଙ୍କ ଗାଡି । ଏହା ପରେ ସେମାନେ ସେହି ଟ୍ରକ୍ ଉପରକୁ ପଥର ମାରିବା ଆରମ୍ଭ କରିଦେଲେ । ଏଥିରେ ଟ୍ରକ୍ ଚାଳକଙ୍କ ମୃତ୍ଯୁ ହୋଇଛି । ଟ୍ରକ୍ ଚାଳକଙ୍କ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା ।

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଟ୍ରକ ଚାଳକଙ୍କ ମୃତ୍ଯୁ ଯୋଗୁଁ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ପୋଲିସର କହିବାନୁସାରେ ଅନନ୍ତନାଗରେ ବିଜବେହାରା ଅଞ୍ଚଳର ଜରିଦପୋରାରୁ ଟ୍ରକ୍ ଚାଳକଙ୍କ ହତ୍ୟା ମାମଲାରେ ୨ ମୁଖ୍ଯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ସହିତ ଅନ୍ୟ ୬ ଜଣଙ୍କୁ ମଧ୍ଯ ଅଟକ ରଖି ପଚରା ଉଚରା କରାଯାଉଛି ।  ମୃତକ ହେଲେ ନୁର ମୋହମ୍ମଦ ଡାର । ସେ ଜରାଦାପୁରା ଉରାନହାଲ ଅଞ୍ଚଳରେ ରୁହନ୍ତି । ଏହି ଅଗଟଣ ସମୟରେ ସେ ନିଜ ଘରକୁ ଫେରୁଥିଲେ ।

ଏହି ସମୟରେ ପ୍ରଦର୍ଶନକାରୀମାନେ ସେହି ଟ୍ରକକୁ ଭୁଲରେ ସୁରକ୍ଷାବଳଙ୍କ ଗାଡି ବୋଲି ଭାବି ପଥରମାଡ କରିବା ଆରମ୍ଭ କରିଦେଲେ । ଚାଳକଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ମାତ୍ର ସେ ମୃତ୍ୟୁବରଣ କରିଥିଲେ ।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ