PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ମଦ ପାଇଁ ଧାଁ ଦୌଡ଼ – ଓଲଟି ପଡ଼ିଲା ଟ୍ରକ୍‌, ଲୋକେ ଲୁଟି ନେଲେ ୨୦ ଲକ୍ଷ ମଦ

www.india.com

ଛତିଶଗଡ଼ , ୦୭ ଅଗଷ୍ଟ – ମଦ ଭର୍ତ୍ତି ଟ୍ରକ୍‌ ହାଇୱେରେ ଯଦି ଓଲଟି ଯାଏ , କଣ ହେବ  ? ଆପଣ ଯାହା ଭାବୁଛନ୍ତି ସେୟା ହିଁ ହେବ । ଛତିଶଗଡ଼ କାୱାର୍ଡାରେ ସେମିତି ଘଟଣା ଘଟିଛି ମଧ୍ୟ । ଟ୍ରକ୍ ଯେବେ ଓଲଟି ପଡ଼ିଲା , ସେଥିରେ ମଦ ଭର୍ତ୍ତି ହୋଇଥିଲା । ଟ୍ରକ୍‌ଟି ଯେମିତି ଓଲଟିଛି ଏହି ଖବର ବିଦ୍ୟୁତ୍‌ ବେଗରେ ଚାରିଆଡ଼େ ପ୍ରସାରିତ ହୋଇଗଲା । ଲୋକେ ସେଠାରେ ଓଲଟି ପଡ଼ିଥିବା ଟ୍ରକ୍‌ରୁ ମଦ ନେବାରେ ଧାଁ ଦୌଡ଼ ଆରମ୍ଭ କରିଦେଲେ  ।

 ଯିଏ ଯେବେ ପାରିଲା ସେତେ ବୋତଲ ଉଠାଇଲା । ଆଉ ଘରକୁ ଦୌଡ଼ିଲା । ପରେ ଏହି ଖବରର ସୂଚନା ମିଳିବା ପରେ ପୁଲିସ୍‌ ପହଞ୍ଚିଥିଲା । ସେତେବେଳେ ବି ଲୋକେ ମଦ ବୋତଲ ନେଉଯାଉଥିଲେ । ବହୁ ସମୟ ପରେ  ଏମିତି ଦୃଶ୍ୟ ଦେଖିବାକୁ ମିଳିଥିବା ।  ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଅଧିକାରୀଙ୍କ ତରଫରୁ  ସୂଚନା ଯେ , ଟ୍ରକ୍‌ ଯେବେ ଓଲଟିଲା , ସେହି ସମୟରେ ଟ୍ରକ୍‌ରେ ୨୦୦ କାର୍ଟୁନ୍‌ ମଦ ଥିଲା । ଏହାର ଦାମ୍‌ ହାରାହାରି ୨୦ ଲକ୍ଷ ଟଙ୍କା ହେବ ।

ସମ୍ବନ୍ଧିତ ଖବର