ଲକ୍‌ଡାଉନ ପ୍ରଭାବ: ପକୁଡ଼ି ଦୋକାନରେ ପରିବା, ପାନ ଦୋକାନରେ ଅଣ୍ଡା

ଭୁବନେଶ୍ୱର ୨୬/୩: କରୋନା ବଦଳାଇ ଦେଇଛି ଜୀବନ ଜିଇଁବାର ଶୈଳୀ । କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ୨୧ଦିନ ପର୍ଯ୍ୟନ୍ତ ପୂରା ଦେଶକୁ ଲକ୍‌ ଡାଉନ୍‌ କରି ଦେଇଛନ୍ତି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ସବୁଠି ତାଲା ଝୁଲୁଛି । ଯେଉଁମାନେ ଛୋଟ ପାନ ଦୋକାନ, ଠେଲା ଗାଡ଼ିରେ ଜଳଖିଆ କରି ବିକୁଥିଲେ ସେମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ବେପାର ଏକ ପ୍ରକାର ବନ୍ଦ ହୋଇଯାଇଛି ।

ବର୍ତ୍ତମାନ ସେମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ସେଥିପାଇଁ ନୂଆ ପନ୍ଥା ଆପଣାଇଛନ୍ତି । ଯେଉଁମାନେ ଠେଲା ଗାଡ଼ିରେ ଜଳଖିଆ କରି ବିକୁଥିଲେ ଏବେ ତାକୁ ବନ୍ଦ କରି ପରିବା ବିକୁଛନ୍ତି । ଆଉ ଯେଉଁମାନେ ପାନ ଦୋକାନ ଖୋଲିଥିଲେ ସେ ତାକୁ ବନ୍ଦ କରି ଖାଲି ଅଣ୍ଡା ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ