ପ୍ରମୁଖ ଖବର
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ବଢିବ ଲକଡାଉନ୍ ! ସ୍କୁଲ-କଲେଜ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ଜୁନ୍ ପର୍ଯ୍ୟନ୍ତ ଲାଗିପାରେ ରୋକ

ନୁଆଦିଲ୍ଲୀ ୭/୪: ମହାମାରୀ କରୋନା ଭାଇରସର ବଢୁଥିବା ମାମଲା ଦେଖି ସରକାର ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ୧୪ ଏପ୍ରିଲରେ ସମାପ୍ତ ହେବାକୁ ଥିବା ଏହି ଲକଡାଉନରେ ଆଉ ସପ୍ତାହେ ବାକି ଅଛି । କିନ୍ତୁ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ ଲକଡାଉନ୍ ବଢିବା କିମ୍ବା ୧୪ ଏପ୍ରିଲରେ ସମାପ୍ତ ହେବ । ଏହା ମଧ୍ୟରେ ରାଜ୍ୟ ସରକାରମାନେ ଏବଂ ବିଶେଷଜ୍ଞମାନେ କେନ୍ଦ୍ର ସରକାରଙ୍କୁ ଲକଡାଉନକୁ ଆଗକୁ ବଢାଇବା ପାଇଁ ଅପିଲ୍ କରିଛନ୍ତି । କେନ୍ଦ୍ର ସରକାର ଏହା ଉପରେ ବିଚାର କରୁଛନ୍ତି ।

ସୂଚନା ଅନୁସାରେ ଜୁନ୍ ପର୍ଯ୍ୟନ୍ତ ସ୍କୁଲ୍ ଓ ଧାର୍ମିକ ଆୟୋଜନ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ହୋଇପାରେ । ଏହା ସହ ଅଫିସରମାନଙ୍କ ଟ୍ରାନ୍ସଫର ମଧ୍ୟ ୬ ମାସ ପର୍ଯ୍ୟନ୍ତ ଟାଳିବାର ସମ୍ଭାବନା ରହିଛି ।

ରାଜ୍ୟମାନଙ୍କ ଆବେଦନ ଉପରେ ଚାଲିଛି ବିଚାର
ସରକାରଙ୍କ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଦେଇଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଏବଂ ବିଶେଷଜ୍ଞମାନେ କେନ୍ଦ୍ର ସରକାରଙ୍କୁ ଲକଡାଉନକୁ ଆଗକୁ ବଢାଇବା ପାଇଁ ଅପିଲ୍ କରିଛନ୍ତି । କେନ୍ଦ୍ର ସରକାର ଏନେଇ ବିଚାର କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ସମିତିରେ ଅନେକ ରାଜ୍ୟ ନିଜ ପ୍ରତିକ୍ରିୟା ପଠାଇଛନ୍ତି ଯେଉଁଥିରେ ରାଜ୍ୟମାନେ ଲକଡାଉନକୁ ବଢାଇବା ପାଇଁ ସୁପାରିଶ କରିଛନ୍ତି ।

{"id":103288,"sizeSlug":"large"}
corona, lockdown

କଣ ଜୁନ୍ ପର୍ଯ୍ୟନ୍ତ ରହିବ ଲକଡାଉନ୍ ?
ରାଜ୍ୟମାନଙ୍କରୁ ମିଳିଥିବା ଫିଡବ୍ୟାକରେ ସବୁ ପ୍ରକାର ଧାର୍ମିକ ଗତିବିଧି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ମଧ୍ୟ ସାମିଲ ଅଛି । ରାଜ୍ୟମାନଙ୍କର କହିବାନୁସାରେ ପ୍ରତିବନ୍ଧକ ସବୁ ଧର୍ମ ପାଇଁ ଲାଗୁ ହେଉ ଏବଂ ଏଥିରେ କୌଣସି ଢିଲା ନହେବା ଉଚିତ୍ । ରାଜ୍ୟମାନଙ୍କ କହିବାନୁସାରେ ସ୍କୁଲ୍ ଓ କଲେଜ୍ ବିନା କୌଣସି ଅସୁବିଧାରେ ଜୁନ୍ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ହେବ ।

ସରକାରୀ କ୍ଷେତ୍ରରେ ସମସ୍ତ ଟ୍ରାନ୍ସଫର ଓ ପୋଷ୍ଟିଂକୁ ୬ ମାସ ପାଇଁ ଟାଳି ଦିଆଯିବ । କାରଣ ଏମିତି କରିବା ଫଳରେ ବଡ ପରିମାଣରେ ଭିଡ ସାମିଲ ହେବ । ସ୍ଥିତିରେ ସୁଧାର ଅନୁସାରେ ହୋଟେଲ, ରେସ୍ତୋରାଁ ଓ ବାର୍ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ ଅନୁସାରେ ବନ୍ଦ ହେବ । ଯେଉଁପର୍ଯ୍ୟନ୍ତ ସ୍ଥିତି ସୁଧୁରିନି ସେପର୍ଯ୍ୟନ୍ତ ବିବାହ, ଅନ୍ତିମ ସଂସ୍କାର, କର୍ପୋରେଟ୍ ଟାଉନ୍ ହଲ ବୈଠକ ଭଳି ସାର୍ବଜନିକ କାର୍ଯ୍ୟକୁ ଲକଡାଉନ୍ ଅନୁସାରେ ବନ୍ଦ ରହିବା ଉଚିତ୍ ।

୨ ସପ୍ତାହ ବଢିବା ପାଇଁ ଅପିଲ୍
ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ସମେତ ଅନେକ ପ୍ରଦେଶରେ ରୋଗୀଙ୍କ ସଂଖ୍ୟା ଅଚାନକ ବଢିଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି କି ଲକଡାଉନକୁ ଆଉ ୨ ସପ୍ତାହ ବଢାଯାଉ । କେସିଆର୍ ଯେଉଁ ରିପୋର୍ଟ ଆଧାରରେ ଏହି ପ୍ରସ୍ତାବ ଦେଇଛନ୍ତି ସେଥିରେ ୨ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିବା ପାଇଁ ଅପିଲ୍ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.