ଚୋରଙ୍କୁ ସୁହାଉଛି ଲକ୍‌ଡାଉନ୍‌: କବାଟ ତାଡି ୫ ଲକ୍ଷର ସମ୍ପତ୍ତି ଲୁଟ୍‌

ଭୁବନେଶ୍ୱର, ୨୨/୫: ଲକ୍‌ଡାଉନ୍‌ ୪.୦ରେ ରାଜଧାନୀରେ ରାତ୍ରିକାଳୀନ କଟକଣା ଚାଲିଛି । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ପଦାକୁ ବାହାରିବାକୁ ରାଜଧାନୀବାସୀଙ୍କୁ ମନା କରାଯାଇଛି । ଅନ୍ୟପଟେ ମଧ୍ୟ ରାତି ୧୦ଟା ପରେ ପୁଲିସର ଚେକିଂ ଢିଲା ପଡୁଛି । ଯାହାର ସୁଯୋଗ ଉଠାଉଛନ୍ତି ଚୋର । ଖାଲି ପଡିଥିବା କିମ୍ବା କେହି ନଥିବା ଘରକୁ ଟାର୍ଗେଟ କରି କଳାକନା ବୁଲାଉଛନ୍ତି । ଏମିତି ଏକ ଘଟଣା ଖଣ୍ଡଗିରି ଥାନା କଳିଙ୍ଗବିହାର ଅଞ୍ଚଳରେ ଘଟିଛି । କଳିଙ୍ଗ ବିହାରରେ ରହୁଥିବା ଜେନାମଣି ରତ୍ନାସମ୍ଭବଙ୍କ ଘରୁ ସୁନା ଅଳଙ୍କାର ସମେତ ୫ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।
  

ଅଭିଯୋଗ ମୁତାବକ, ଖଣ୍ଡଗିରି ଥାନା କଳିଙ୍ଗନଗର କେ-୭ର ପ୍ଳଟ୍‌ ନଂ-୧୮ରେ ଅନୁଗୁଳ ଜିଲ୍ଲାର ଜେମାମଣି ରତ୍ନାସମ୍ଭବ ରହୁଛନ୍ତି । ଲକଡାଉନ୍‌ ପୂର୍ବରୁ ସପରିବାର ଅନୁଗୁଳସ୍ଥିତ ଗାଁକୁ ପଳାଇଥିଲେ । ୨ଦିନ ତଳେ ଏଠାକୁ ଫେରି ଦେଖନ୍ତି ଯେ, ତାଙ୍କ ଘର କବାଟ ତଡ଼ା ଯାଇଛି । ଆଲମିରା ଭାଙ୍ଗି ନଗଦ ୪୫ ହଜାର ଟଙ୍କା ସହ ସୁନାଗହଣା ଟଙ୍କା ଓ ବହୁ ଦାମୀ ଜିନିଷ ଚୋରଦଳ ନେଇ ଯାଇଥିଲେ । କିଛି ଦାମୀ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ନେଇଯାଇଥିବା ଜଣାପଡ଼ିଛି । ସମୁଦାୟ ୫ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବା କୁହାଯାଉଛି । ଏନେଇ ଜେମାମଣି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସର ଏକ ଟିମ୍‌ ତାଙ୍କ ଘରକୁ ଯାଇ ତଦନ୍ତ କରି ଫେରିଛି । ଉକ୍ତ ଅଞ୍ଚଳର ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ଚୋରମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି । କଳିଙ୍ଗନଗର ନିଛାଟିଆ ଅଞ୍ଚଳ ହୋଇଥିବା ଯୋଗୁଁ ଅନେକ ସମୟରେ ଲୁଟ୍‌ପାଟ୍‌ ଓ ଚୋରି ଘଟିଥାଏ । ଏବେ ଲକ୍‌ଡାଉନ୍‌ ଯୋଗୁଁ ଲୁଟେରାମାନଙ୍କ ଉତ୍ପାତ ବଢ଼ିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

   ସମ୍ବନ୍ଧିତ ଖବର


ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ଭଦ୍ରକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ- ଦାବିରେ ଅଟଳ ଘରୋଇ ବସ ଓ ଟ୍ରକ କର୍ମଚାରୀ ସଂଘ

ଜୁନ୍ ମାସରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ପାଟପୁର ଥାନା ସମ୍ମୁଖରେ ଘରୁ ଦୌଡି ଆସି ବାଇକ୍‌ରେ ବସି ଯୁବତୀ ଚମ୍ପଟ- ଗୋଡାଇଲେ ପରିବାର ଲୋକ, ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌